ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ସୁନାକୁ ନେଇ ଆସିଛି ନୂଆ ନିୟମ । ତେବେ ଏପ୍ରିଲ 1ରୁ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ । ଏପରି ସ୍ଥିତିରେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଘରେ ଥିବା ପୁରୁଣା ସୁନା କଣ ହେବ । ଏହାକୁ ଦୋକାନରେ ବିକ୍ରି କିମ୍ବା ବଦଳ କରାଯାଇ ପାରିବ ନା ନାହିଁ । ନୂଆ ନିୟମ ଦ୍ଵାରା ଗ୍ରାହକଙ୍କର କଣ ଲାଭ ହେବ କାହିଁକି ଏଭଳି ନିୟମ କରୁଛନ୍ତି ସରକାର ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ନିୟମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ । ସୁନାକୁ ନେଇ ଆସିଲା ନୂଆ ନିୟମ ଯାହା ଏପ୍ରିଲ 1 ତାରିଖରୁ ଲାଗୁ ହେବାକୁ ଯାଉଛି ଆଉ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ ହେବ । ହଲମାର୍କ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେସନ । ଯେଉଁଥିରେ 6 ସଂଖ୍ୟା ବିଶିଷ୍ଟ ଏଚୟୁଆଇଡି ନମ୍ବର ରହିଥାଏ ।
ଫଳରେ ଗ୍ରାହକ ସୁନାର ଶୁଦ୍ଧତା ନେଇ ନିଶ୍ଚିନ୍ତ ରୁହେ । ହଲମାର୍କ ସୁନା ପୁନଃ ବିକିଲେ ଗ୍ରାହକ ଏହାର ଉଚିତ ମୂଲ୍ୟ ପାଇ ପାରିବେ । ଏପରି କି କିଣି ଥିବା ସୁନାରେ ହେର ଫେର ହୋଇଥିଲେ କାର୍ଯ୍ୟନୁଷ୍ଠାନ ନେଇ ହେବ । ଯେତିକି ସୁନା କମିଥିବ ତାର ଦୁଇ ଗୁଣ କ୍ଷତି ପୂରଣ ବି ମିଳି ପାରେ । ହଲମାର୍କ ଦ୍ଵାରା ସୁନାର ସଠିକ ତଥ୍ୟ ମିଳି ପାରିବ । 2021 ଜୁନ 16 ପର୍ଯ୍ୟନ୍ତ ହଲମାରକିଙ୍ଗ ସ୍ଵେଛାଧୀନ ଥିଲା ପର୍ଯ୍ୟାୟ କ୍ରମେ ଏହାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆ ଗଲା ।
ଏପ୍ରିଲ 1ରୁ ବିନା ହଲମାର୍କରେ ସୁନା ଗହଣା ବିକ୍ରି ମନା କରା ଯାଇଛି । ଏଠି ପ୍ରଶ୍ନ ଉଠୁଛି ଘରେ ଥିବା ବିନା ହଲମାର୍କ ସୁନାର କଣ ହେବ ଆଉ ଏହା ଆପଣଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରିଥିବ । ତେବେ ପୁରୁଣା ସୁନାର ହଲମାର୍କ କରେଇ ହେବ ସୁନାର ଶୁଦ୍ଧତା ଯାଞ୍ଚ କରିବା ପରେ ହଲମାର୍କ ମିଳି ଥାଏ । ଆପଣ ମାନେ ବିଆଇଏସ ରେଜିଷ୍ଟ୍ରି ଜୁଏଲର ପାଖରୁ ହଲମାର୍କ କରେଇ ପାରିବେ ।
ସୁନା ହଲମାର୍କ ପାଇଁ 35 ଟଙ୍କା ଚାର୍ଜ ପଡିବ । ଏସବୁ ନୂଆ ନିୟମ ଲାଗୁ ଏବାକୁ ଯାଉଛି ଏପ୍ରିଲ 1 ତାରିଖ ଠାରୁ । ତା ହେଲେ ବନ୍ଧୁଗଣ ଏହି ନିୟମଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।