ପୁରୁଣା ଦୁଃଖ ବଖାଣିଲେ ଅନୁଭବ ! ସୂଚନା ମୁତାବିକ ବିଜେପି ପ୍ରେସମିଟରେ ଅଭିନେତା ତଥା ବିଜେପିରେ ନୂଆ କରି ସାମିଲ ହୋଇଥିବା ନେତା ଅନୁଭବ ମହାନ୍ତି ନିଜର ପ୍ରତିକ୍ରିୟାରେ ଏଭଳି କିଛି ପୁରୁଣା ଦୁଃଖ ବିଷୟରେ ଜଣାଇଛନ୍ତି । ତେବେ ଅନୁଭବଙ୍କ କହିବା ଆଧାରରେ ବିଜେଡିରୁ ମୁଁ ଇସ୍ତଫା ଦେବା ପରେ 2024 ଏପ୍ରିଲ 1 ତାରିଖ ଦିନ ମୁଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲି । ଯେତେବେଳେ ଦଳରୁ ମୁଁ ଇସ୍ତଫା ଦେଇଥିଲି।
ସେତେବେଳେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନାମରେ କୌଣସି ପ୍ରକାର ଅଭିଯୋଗ ମଧ୍ୟ ଦେଇନଥିଲି । ହେଲେ ମୁଁ ଯେତେବେଳେ ବିଜୁ ଜନତା ଦଳରେ ଯୋଗ ଦେଇଥିଲି । ସେବେ ସମୟର ବିଜେଡି ଦଳ ଆଉ ବର୍ତ୍ତମାନ ସମୟର ବିଜେଡି ଦଳ ଭିତରେ ବହୁତ ତଫାତ ରହିଛି । ବିଜେଡି ଦଳ ଆଉ ଆଗ ଭଳି ବିଜେଡି ଦଳ ହୋଇ ରହିନାହିଁ । କାରଣ ସେ ସମୟରେ ମାନ୍ୟବର ନବୀନ ପଟ୍ଟନାୟକ ବିଜେଡି ଦଳର ନେତୃତ୍ଵ ନେଉଥିଲେ । ହେଲେ ଏବେ ସେ ଦଳର ନେତୃତ୍ଵ ନେଉନାହାନ୍ତି ।
ମୋତେ ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେ ଭଲ ପାଉଥିଲେ । ତାଙ୍କ ସହ ଏହି ଗତ କିଛି ବର୍ଷ ଭିତରେ ମୋର ଭଲ ଭାବେ ଦେଖା ମଧ୍ୟ ହେଉନଥିଲା । ତାଙ୍କ ସହ ନିର୍ବାଚନ ବିଷୟରେ କିଛି କଥା କି ରାଜ୍ୟର ବିକାଶ ତଥା ସ୍ଵାର୍ଥକୁ ଦ୍ରୁଷ୍ଟିରେ ରଖି କୌଣସି ପ୍ରସଙ୍ଗ ବିଷୟରେ କଥା ହେବାର ସୁଯୋଗ ମୋତେ ମିଳୁନଥିଲା । ଏମିତି ମୁଁ କେନ୍ଦ୍ରପଡାର ସାଂସଦ ହୋଇ ମଧ୍ୟ କେନ୍ଦ୍ରପଡା ଯିବାର ସୁଯୋଗ ମୋତେ ମିଳୁନଥିଲା ।
ଏମିତିକି କୋଭିଡ ସମୟରେ କେନ୍ଦ୍ରପଡା ଲୋକଙ୍କ ପାଖକୁ ଯାଇ ସେଠାରେ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିବା ପାଇଁ ସେଠାକୁ ଯିବାକୁ ମୋତେ ଅନୁମତି ମିଳିନଥିଲା । ତେଣୁ ଦଳରେ ରହି ମୁଁ ଅବହେଳିତ ହେଉଥିଲି । ସେଥିପାଇଁ ବାଧ୍ୟ ମୁଁ ବିଜୁ ଜନତା ଦଳ ଛାଡି ମୁଁ ନିଷ୍ପତ୍ତି ନେଇଥିଲି । ଓଡିଶା ଲୋକ ମଧ୍ୟ ବହୁ ମାତ୍ରାରେ ବୁଝି ସାରିଛନ୍ତି । ଯେ ରାଜ୍ୟରେ ପରିବର୍ତ୍ତନ ଦରକାର ଅଛି ।
ତେଣୁ ଏଥର ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ରାଜ୍ୟର ବିକାଶର କ୍ଷେତ୍ରରେ କାମ କରିବାକୁ ଚାହିଁବି । ଦଳ ପକ୍ଷରୁ ମୋତେ ଯାହା ବି କାମ ମିଳିବ ମୁଁ ତାହାକୁ ସୂଚାରୁ ରୂପେ କରିବାକୁ ମଧ୍ୟ ଚାହିଁବି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।