ନମସ୍କାର ବନ୍ଧୁଗଣ ତେବେ ଆଗକୁ ଆସୁଛି ମହା ଶିବରାତ୍ରି । ମାର୍ଚ୍ଚ ମାସ ୧ ତାରିଖରେ ଏହି ମହା ଶିବରାତ୍ରି ର ଯୋଗ ଅଛି । ଏହି ଦିନ ସମସ୍ତେ ବହୁ ଧୁମ ଧାମରେ ମହା ଶିବରାତ୍ରି ପାଳନ କରନ୍ତି । ଉପବାସ ରଖନ୍ତି ଜଳ ଅନ୍ନ କିଛି ଛୁଅନ୍ତି ନାହିଁ । ଏବଂ ଭଗବାନ ଶିବ ଙ୍କ ମନ୍ଦିର ରେ ଯାଇ ମହାଦୀପ ଉଠିବା ପର୍ଯ୍ୟନ୍ତ ସେହି ଠାରେ ଦୀପ ଜାଳି ବସିଥାନ୍ତି । ଏବଂ ମହାଦୀପ ଉଠିବା ପରେ ଏବଂ ତାକୁ ଦେଖି ସାରିବା ପରେ ହିଁ ନିଜର ବ୍ରତ କିମ୍ବା ଉପବାସ କୁ ଭାଙ୍ଗି ଥାଆନ୍ତି ।
ମହା ଶିବରାତ୍ରି ଦିନ ଶ୍ରଦ୍ଧା ଏବଂ ଭକ୍ତି ରେ ମହାଦେବ ଙ୍କୁ ପ୍ରାର୍ଥନା କଲେ ଆପଣଙ୍କ ର ସମସ୍ତ ମନୋକାମନା ପୂର୍ଣ ହୋଇଯିବ । ମହାଦେବଙ୍କ ଆଶୀର୍ବାଦ ପ୍ରଦାନ କଲେ ଆପଣଙ୍କ ଜୀବନରେ ଥିବା ସମସ୍ତ କଷ୍ଟ ଦୁଃଖ ଅସୁବିଧା ପୀଡ଼ା ଆଦି ସବୁ ଦୁର ହୋଇଯିବ । ଏବଂ ଜୀବନରେ ସମୃଦ୍ଧି ଖୁସି ଏବଂ ଆନଂଦ ଭରି ରହିବ । ମହାଦେବ ଙ୍କୁ ଯିଏ ବି ଭକ୍ତି ର ସହିତ ଡାକିଲେ ସେ ତାଙ୍କ କଥା ନିଶ୍ଚିତ ଶୁଣି ଥାଆନ୍ତି । ସେଥିପାଇଁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ । କାରଣ ସେ ବହୁତ ଭୋଳା ।
ତେବେ ଯଦି ସେ ରାଗିଯିବେ ତେବେ ସୃଷ୍ଟି କୁ ଧ୍ୱଂସ କରିଦେବେ ଏବଂ ଯଦି ପ୍ରସନ୍ନ ହୋଇ ଯିବେ ତେବେ ତାକୁ ଧନ ଦୌଲତ ଏଵଂ ଖୁସି ରେ ଭରି ଦେବେ । ତେବେ ଏଥର ମହା ଶିବ ରାତ୍ରି ଦିନ କିଛି ଏଭଳି ଉପାୟ କରନ୍ତୁ ଯେଉଁଥିରେ ମହାଦେବ ପ୍ରସନ୍ନ ହୋଇ ଆପଣଂକୁ ଆଶୀର୍ବାଦ ପ୍ରଦାନ କରିବେ ଏବଂ ଆପଣ ଧନ ପ୍ରାପ୍ତ ମଧ୍ୟ କରିବେ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଗୁଡିକ କଣ ଯାହା ଦ୍ୱାରା ଆପଣଂକୁ ଧନ ର ପ୍ରାପ୍ତ ଏବଂ ଆଶୀର୍ବାଦ ମିଳିବ ।
ଶିବ ରାତ୍ରି ଦିନ ଦେବ ଦେବ ମହାଦେବଙ୍କ ପୂଜା କରିବା ପୂର୍ବରୁ ତାଙ୍କ ପୁତ୍ର ଗଣେଶଙ୍କ ପୂଜା ପ୍ରଥମେ କରିବାର ବିଧାନ ଅଛି । ଭୋଳାନାଥ ସର୍ବ ପ୍ରଥମେ ଗଣେଶଙ୍କ ପୂଜା କରିବାର ଅଧିକାର ଦେଇଛନ୍ତି । ସର୍ଵ ପ୍ରଥମେ ଶ୍ରୀ ଗଣେଶଙ୍କ ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ର ଏକ ସୁବର୍ଣ୍ଣ ସୁଯୋଗ ହେଉଛି ଏହି ଦିନ ଟି ।
ଧନ ଏବଂ ସମ୍ମାନ ର ପ୍ରାପ୍ତି ତ ସମସ୍ତଙ୍କ ଇଚ୍ଛା ଥାଏ । ମହା ଶିବରାତ୍ରି ଦିନ ଏକ ପ୍ରମୁଖ ଉପାୟ କରି ଆପଣ ମାନେ ନିଜର ଏହି ଇଛା କୁ ପୂରଣ କରି ପାରିବେ । ଆପଣ ମାନେ ମହା ଶିବ ରାତ୍ରି ଦିନର ଗୋଟିଏ ଦିନ ପୂର୍ବରୁ ରକ୍ଷା ସୁତା ଆଣି ସେହି ସୁତାରେ ସାତ ଟି ଗଣ୍ଠି ପକାଇ ଶ୍ରୀ ଗଣେଶଙ୍କ ପାଦ ପାଖରେ ରଖି ଦିଅନ୍ତୁ । ଯେତେବେଳେ ଶିବ ରାତ୍ରି ଦିନ ଚତୁର୍ଥ ପ୍ରହର ର ପୂଜା ସରି ଯିବ ସେହି ଗଣ୍ଠି ପଡିଥିବା ସୁତା କୁ ଆଣି ନିଜ ପର୍ସ ରେ ରଖି ଦିଅନ୍ତୁ ।
ତେବେ ଏହି ଉପାୟ କରିବା ଦ୍ୱାରା କେବେବି ଆପଣଙ୍କ ର ଧନର ଅଭାବ ହେବ ନାହିଁ । ଏବଂ ସମୃଦ୍ଧି ବଢି ଥାଏ । ବାସ୍ତୁ ଅନୁସାରେ ଯଦି ପଇସା ର କିଛି ସମସ୍ୟା ଦେଖାଦିଏ । ତାର କାରଣ ହେଉଛି ଘରେ କିମ୍ବା ଦୋକାନ ରେ କିଛି ତ୍ରୁଟି । ବହୁତ କିଛି ଭୁଲ ଏପରି ହୋଇ ଯାଏ ଯାହା ଆମେ ଅଜାଣତରେ କରି ଥାଉ । ନିଜ ର ଟଙ୍କା ର ଅଭାବ ସମସ୍ୟା ଦୂର କରିବା ପାଇଁ ଶ୍ରୀ ଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ ଏକାଠି ରଖି ପୂଜା କରନ୍ତୁ । ଗଣେଶ ଙ୍କ ମୂର୍ତ୍ତି କୁ ମହାଲକ୍ଷ୍ମୀ ଙ୍କ ମୂର୍ତ୍ତି ର ବାମ ପଟେ ରଖନ୍ତୁ ।
ବାସ୍ତୁ ଅନୁସାରେ ଆପଣ ନିକ ପର୍ସ ରେ ନାଲି କାଗଜ, ଚାଉଳ, ଚାନ୍ଦି ପଇସା, ଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ଫୋଟୋ, ଓସ୍ତ ଗଛ ର ପତ୍ର, ଗୋମତି ଚକ୍ର,ଏବଂ ରୁଦ୍ରାକ୍ଷ । ଏହି ସବୁ କୁ ରଖିଲେ ଆପଣ ଙ୍କ ପର୍ସରେ କେବେବି ଧନ ର ଅଭାବ ହେବ ନାହିଁ । ଏବଂ ସମସ୍ତ ସମସ୍ୟା ମଧ୍ୟ ଦୁର ହୋଇ ଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।