ସ୍ତ୍ରୀଙ୍କ ଯିବା ପରେ ଭାଙ୍ଗି ପଡିଛନ୍ତି Bobby Mishra, ପୂର୍ବପତ୍ନୀ Koel Banerjee ଙ୍କ ଦ୍ଵିତୀୟ ବିବାହକୁ ନେଇ କହିଲେ କିଛି ଏମିତି…

ସୂଚନା ଅନୁସାରେ କୁହାଯାଉଛି କି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀ ଦୁଇ ଥର ବିବାହ କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି । କାରଣ କିଛି ଦିନ ପୂର୍ବେ ହିଁ କୋଏଲ ବାନାର୍ଜୀ ଓ ବବି ମିଶ୍ରଙ୍କ ଛାଡପତ୍ର ହୋଇଥିଲା । ଛାଡପତ୍ର ହେବାର କିଛି ଦିନ ପରେ ହିଁ ସଙ୍ଗେ ସଙ୍ଗେ ଦ୍ଵିତୀୟ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବର୍ତ୍ତମାନ ଚାରିଆଡେ କୋଏଲ ବାନାର୍ଜୀଙ୍କ ଦ୍ଵିତୀୟ ବିବାହକୁ ନେଇ ଚର୍ଚ୍ଚା କରା ଯାଉଛି ।

ଆପଣ ସମସ୍ତେ ବବି ମିଶ୍ର ଓ କୋଏଲ ବାନାର୍ଜୀଙ୍କ ବିଷୟରେ ଜାଣିଥିବେ । ଦୁଇ ଜଣଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ ବି କରନ୍ତି । ଅଭିନୟ କରୁ କରୁ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଥିଲେ । କିଛି ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ ।

ଶେଷରେ ବିବାହ ମଧ୍ୟ କରିଲେ । କିନ୍ତୁ ଗତ ଦୁଇ ବର୍ଷ ତଳେ ଅଚାନକ ଦୁଇ ଜଣଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସିଲା । ଯାହା ବିଷୟରେ ଶୁଣିବା ପରେ ସମସ୍ତେ ଆଚମ୍ବିତ ହୋଇଗଲେ । ଫ୍ୟାନମାନେ ବି ଦୁଖିତ ହୋଇ ଯାଇ ଥିଲେ କାରଣ ସମସ୍ତେ ବବି ମିଶ୍ର ଓ କୋଏଲ ବାନାର୍ଜୀଙ୍କୁ ଏକାଠି ଦେଖିବାକୁ ପସନ୍ଦ କରନ୍ତି । ପରସ୍ପରକୁ ଭଲ ପାଇ ବିବାହ କରିବା ପରେ ଦୁଇ ଜଣଙ୍କ ମଧ୍ୟରେ ଏମିତି କଣ ହେଲା କି ଦୁଇ ଜଣ ଅଲଗା ହୋଇଗଲେ । ସମସ୍ତଙ୍କ ମନରେ କେବଳ ଏହି ପ୍ରଶ୍ନ ଥିଲା ।

କୁହାଯାଏ କି ଦୁଇ ଜଣଙ୍କ ମଧ୍ୟରେ ସବୁଦିନ କୌଣସି ନା କୌଣସି କଥାକୁ ନେଇ ବିବାଦ ହେଉ ଥିଲା । ଏହା ଛଡା ଅନ୍ୟ କିଛି ବି କାରଣ ଥାଇପାରେ । ଯାହାକି ତାଙ୍କର ବ୍ୟକ୍ତିଗତ ମାମଲା ଅଟେ । ଶେଷରେ ଦୁଇ ଜଣ ପରସ୍ପର ଠାରୁ ଛାଡପତ୍ର ନେଇ ଅଲଗା ହୋଇଗଲେ । ବିବି ମିଶ୍ରଙ୍କ ଠାରୁ ଅଲଗା ହେବା ପରେ କୋଏଲ ବାନାର୍ଜୀ ସବୁଦିନ ପାଇଁ ଓଡିଶା ଛାଡି ଦେଲେ ଓ ସେ କଲିକତାରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ଖବର ଆସୁଛି କି କଳିକତାରେ କୋଏଲ ବାନାର୍ଜୀ ଦ୍ଵିତୀୟ ବିବାହ କରିଛନ୍ତି ।

କୋଏଲ ବାନାର୍ଜୀ ନିଜର ଦ୍ଵିତୀୟ ବିବାହ ବିଷୟରେ ସୋସିଆଲ ମିଡିଆ ଜରିଆରେ ନିଜର ଫ୍ୟାନମାନଙ୍କୁ ଜଣାଇଛନ୍ତି । ସେ ନିଜର ବିବାହର କିଛି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ଆପଣ ତାଙ୍କର ଦ୍ଵିତୀୟ ସ୍ଵାମୀଙ୍କୁ ଦେଖି ପାରିବେ । ଏହି କ୍ରମରେ ଯେତେବେଳେ ବବି ମିଶ୍ରଙ୍କ ଠାରୁ ଏହି ବିଷୟରେ ପ୍ରତିକ୍ରିୟା ନିଆଗଲା ତେବେ ବବି ମିଶ୍ର କହିଲେ କି କୋଏଲ ବାନାର୍ଜୀ ଯେଉଁଠି ବି ରୁହନ୍ତୁ ଖୁସିରେ ରୁହନ୍ତୁ । ବର୍ତ୍ତମାନ କୋଏଲ ବାନାର୍ଜୀ କଲିକତାରେ ବେଙ୍ଗଲି ଫିଲ୍ମରେ ବି କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *