ଓଡିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ ହୁଏ, ଫିଲ୍ମ ମେକର ସଞ୍ଜୟ ନାୟକଙ୍କୁ ନେଇ ଅଭିଯୋଗ ଆଣିଲେ, Actress Pupul Bhuyan

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାସଟିଙ୍ଗ କାଉଚ ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ତଥା ଆଙ୍କର ପୁପୁଲ ଭୂୟାଁ । ତେବେ ବର୍ତ୍ତମାନର ତାଜା ଖବର ଅନୁଯାଇ ଓଡିଆ ଚଳଚିତ୍ର ଜଗତର ଜଣେ ଅତି ଚିହ୍ନା ନାମ ତଥା ପ୍ରଯୋଜକ ଟୁଟୁ ନାୟକଙ୍କ ନାମରେ କାଷ୍ଟିଙ୍ଗ କାଉଚର ବିବାଦ ଉଠିଛି । ତେବେ ଯେଉଁଥିରେ ଅଭିନେତ୍ରୀ ପୁପୁଲ ଭୂୟାଁ ମଧ୍ୟ ଏଠାରେ ନିଜର ପ୍ରତିକ୍ରିୟାରେ କହିଥିଲେ । ଯେ ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ କାସଟିଙ୍ଗ କାଉଚ ହୁଏ ବୋଲି ମୁଁ ଦାବୀ ଦେଇ କହିବି ।

କାରଣ ସେପରି କିଛି ମୁଁ ମଧ୍ୟ ସାମ୍ନା କରିଥିଲି । ବୋଲି ମୁଁ ଫିଲ୍ମ ଲାଇନରୁ ବାହାରି ଆସିଥିଲି । ଯେଉଁ ଅଭିନେତ୍ରୀ ମାନେ ଟୁଟୁ ନାୟକଙ୍କୁ ନେଇ କାସଟିଙ୍ଗ କାଉଚର ଏପରି ଏବ ବଡ ଅଭିଯୋଗ ଅଣୁଛନ୍ତି । ସେମାନେ କଣ ପାଇଁ କେବଳ ଗୋଟିଏ ନାମକୁ ନେଇ ହିଁ ବର୍ତ୍ତମାନ କହୁଛନ୍ତି ।  ତେଣୁ ଅଭିନେତ୍ରୀ ଜସ୍ମିନ ରଥ ଯଦି କହୁଛନ୍ତି । ଯେ ସେ ଗୋଟିଏ ଫିଲ୍ମରେ ସାଇନ କରିଥିଲେ । ହେଲେ ତାଙ୍କୁ ଏପରି କିଛି କାସଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା ।

ଯେଉଁଥି ପାଇଁ ସେ ରାଜି ହୋଇନଥିଲେ । ତାପରେ ପରେ ପରେ ଜସ୍ମିନଙ୍କୁ ସେହି ଫିଲ୍ମରୁ କାଢିଦିଆଯାଇଥିଲା । ତେବେ ମୁଁ ତାଙ୍କ କଥା ସଂପୂର୍ଣ୍ଣ ଭାବେ ସତ ହିଁ ଭାବିବି । କାରଣ ଜଣେ ଝିଅ ମୁହଁ ଖୋଲି ଏପରି କିଛି କହୁଛି । ମାନେ କିଛି ନା କିଛି ତ ସହିତ ହୋଇଥିବ । କାରଣ ଓଡିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ ହୁଏ ବୋଲି ମୁଁ ଦୃଢର ସହ କହିବି । ଇଣ୍ଡଷ୍ଟ୍ରିକୁ ବହୁତ ଭଲ ଭଲ ଟାଲେଣ୍ଟେଡ ଝିଅ ମାନେ ଅଭିନୟ ପାଇଁ ଆସିଥାନ୍ତି । ତାପରେ କିଛି ଦିନ ପରେ ସେମାନେ ଇଣ୍ଡଷ୍ଟ୍ରିରୁ ଗାଏବ ହୋଇଯାଇଥାନ୍ତି ।

ହୁଏତ ସେମାନଙ୍କୁ ମଧ୍ୟ ଏଭଳି କିଛି ସାମ୍ନା କରିବାକୁ ପଡିଥିବ । ଯେଉଁଥି ପାଇଁ ସେ ନିଜର କ୍ଯାରିଅର ଅଭିନୟ ଜଗତ ରେ କରିବାକୁ ଇଛା ନକରି ଇଣ୍ଡଷ୍ଟ୍ରିରୁ ବାହାରି ଯାଇଥାନ୍ତି । ଯଦିଓ ସମସ୍ତେ ସେମିତି ନୁହନ୍ତି, ହେଲେ ସେଥିମଧ୍ୟରୁ କିଛି ଲୋକ ନିହାତି ଭାବରେ ଏପରି ଖରାପ ମାନସିକତାର ଲୋକ ଓଡିଆ ସିନେ ଇଣ୍ଡଷ୍ଟ୍ରିରେ ଅଛନ୍ତି ।

ତେଣୁ ମୁଁ ବି ଚାହୁଁଛି, ଯେଝା ଯେଝା ନିଜର ଅଭିଯୋଗ ନେଇ ଥାନାକୁ ଯାଆନ୍ତୁ । ସେହିଠାରେ ହିଁ ସବୁ ସତ କଥା ସାମ୍ନାକୁ ଆସିଯିବ ।

Leave a Reply

Your email address will not be published. Required fields are marked *