ପୁଣି ଥରେ ଚାଲିଲା Coromandel ଏକ୍ସପ୍ରେସ, ବାହାନଗା ଦେଇ ଗଲା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ଦେଖି ଲୋକେ ହେଲେ ବିଚଳିତ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଥରେ ଗଡିଲା କରମଣ୍ଡଳ ! ତେବେ ଗତ ଜୁନ ୨ ତାରିଖରେ କାଳ ସାଜିଥିବା କରମଣ୍ଡଳ ଏକ୍ସପ୍ରେସ ପୁଣି ଥରେ ଟ୍ରାକରେ ଚାଲିବା ଆରମ୍ଭ କରିଛି । ତେବେ ଏଠାରେ ସବୁଠାରୁ ବଡ କଥା ହେଉଛି । ଏହା କି ଯେ ଲୋକ ମାନେ କିନ୍ତୁ ଏହି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସରେ ବସିବା ପାଇଁ ଭୟ କରୁଛନ୍ତି । କାରଣ ଗତ ଦିନ ମାନଙ୍କରେ କରମଣ୍ଡଳର କରାଳ ରୂପ ଶହ ଯାତ୍ରୀଙ୍କର ଜୀବନ ନେଇଯାଇଥିଲା ।

ଏହା ସହ ହଜାର ହଜାର ସଂଖ୍ୟକ ଯାତ୍ରୀଙ୍କର ଜୀବନକୁ ସଙ୍କଟାପର୍ଣ୍ଣ କରିଦେଇଥିଲା । ତେବେ ବାଲେଶ୍ଵର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ଭାରତର ତୃତୀୟ ସର୍ବବୃହତ ରେଳ ଦୁର୍ଘଟଣା । ଏହି ଘଟଣା ଘଟିବା ପରେ ଖାଲି ଓଡିଶା କାହିଁକି ସାରା ଦେଶ ବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସାରା ଦେଶରେ ଏହି ଘଟଣା ଏତେ ମାତ୍ରାରେ ହଇଚଇ ସୃଷ୍ଟି କରିଥିଲା । ଯେ ସବୁ ଲୋକ ଦୁଃଖଭରା ହୋଇପଡିଥିଲେ ।

ତେବେ ଘଟଣା ପରେ ୪ ଦିନ ଧରି ସେହି ରେଳ ରାସ୍ତାରେ ରେଳ ଚଳାଚଳକୁ ଠପ କରି ଦିଆଯାଇଥିଲା । ତେବେ ଅନେକ ଯାତ୍ରୀ ମଧ୍ୟ ନିଜ ନିଜ ଗନ୍ତବ୍ୟସ୍ତଳକୁ ଯିବା ପାଇଁ ହଇରାଣ ହେଉଥିଲେ । ହେଲେ ସ୍ଥିତିରେ କିଛି ଆଗ ଅପେକ୍ଷା ସୁଧାର ଆସିବା ପରେ ରେଳ ରାସ୍ତାକୁ ଠିକ କରଯାଇଥିଲା । ଏବେର ଖବର ଅନୁଯାଇ ପୁଣି ଥରେ  କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରାକରେ ଚାଲିବା ଆରମ୍ଭ କରିଦେଇଛି । ପୁଣି ଥରେ ସେହି ବାହାନଗା ଦେଇ କରମଣ୍ଡଳ ଏକ୍ସପ୍ରେସ ଦୌଡିବା ଆରମ୍ଭ କରିଦେଇଛି ।

ଅନେକ ଯାତ୍ରୀ ମଧ୍ୟ ପୂର୍ବ ଭଳି ସେହି ଟ୍ରେନରେ ବସି ନିଜ ନିଜର ଗନ୍ତବ୍ୟସ୍ତଳକୁ ଯିବା ପାଇଁ ବାହାରିଛନ୍ତି । ହେଲେ କେଉଁଠି ନା କେଉଁଠି ଲୋକଙ୍କ ମନରେ ଭୟ ରହିଅଛି । ଲୋକେ ଭାବୁଛନ୍ତି ଏହି କରମଣ୍ଡଳ ବାହାନଗା ଠାରେ କିପରି ନିଜର କରାଳ ଦୃଶ୍ୟ ହଜାର ହଜାର ଲୋକଙ୍କୁ ଗତ ଜୁନ ୨ ତାରିଖରେ ଦେଖେଇଥିଲା ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ସହକାରେ କରମଣ୍ଡଳରେ ନିଜ ନିଜର ଗନ୍ତବ୍ୟସ୍ତଳକୁ ଯାତ୍ରା କରନ୍ତୁ । ବୋଲି ଭଗବାନଙ୍କ ନିକଟରେ ଅଶେଷ କାମନା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *