ପୁଣି Sumit କଲେ ଛୁଟି ପାଇଁ ଆବେଦନ, ଦେଖନ୍ତୁ ଏହାକୁ ନେଇ କଣ କହିଲେ Tapaswini, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପାଞ୍ଚ ଦିନର ଛୁଟି ସରିଲା ପରେ ବି ଚାକିରିରେ ଯୋଗଦେଲେନି ସୁମିତ । ଅସୁସ୍ଥତା ଦର୍ଶାଇ ପୁଣି ଛୁଟି ବଢାଇଛନ୍ତି ସୁମିତ । ଏପଟେ ସ୍ୱାମୀଙ୍କ ବାଟକୁ ଅନାଇ ବସିଛନ୍ତି ସ୍ତ୍ରୀ ତପସ୍ୱିନୀ । କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗରେ କରିଛନ୍ତି ସାନି ପିଟିସନ । ଗତକାଲି ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତପସ୍ୱିନୀ ଦାସ । ତେବେ ଭଡାଘର ଖୋଜି ଦେବାଠୁ ଆରମ୍ଭ କରି ଖାଇବା, ପିଇବା ଏବଂ ଔଷଧ ବ୍ୟବସ୍ଥା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହାକୁ ପାଳନ କରୁନାହାନ୍ତି ସ୍ୱାମୀ ସୁମିତ ସାହୁ ।

ଆସ୍କା ଚିନିକଳ ଗେଷ୍ଟ ହାଉସରୁ ସେ କେଉଁଆଡେ ପଳାଇ ଯାଇଛନ୍ତି । ଏହା ବିରୋଧରେ କୋର୍ଟରେ ଫେରାଦ ହୋଇଥିଲେ ସ୍ତ୍ରୀ ତପସ୍ୱିନୀ । ସାନି ପିଟିସନ ଦାଖଲ କରି ସ୍ୱାମୀଙ୍କୁ ନିର୍ଦ୍ଦେଶ ପାଳନ ପାଇଁ ବାଧ୍ୟ କରିବାକୁ ସେ ଅନୁରୋଧ ଜଣାଇଥିଲେ । ତେବେ ପୂର୍ବରୁ କୋର୍ଟ ସୁମିତ୍ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେବା ପରେ ଦୁହେଁ ଏକାଠି ରହିଥିଲେ ।

ଏହାପରେ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣିରେ ସୁମିତ କୋର୍ଟରେ ପକ୍ଷ ରଖିବାକୁ ଆଉ ୭ ଦିନ ସମୟ ମାଗିଥିଲେ । କୋର୍ଟ ମଧ୍ୟ ଏହାକୁ ମଞ୍ଜୁର କରିଥିଲେ । ହେଲେ ସୁମିତ୍ ହଠାତ୍ ୧୦ ତାରିଖଠାରୁ କେଉଁଆଡେ ପଳାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ତପସ୍ୱିନୀ । ସେପଟେ କୋର୍ଟ ସୁମିତଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସୁମିତଙ୍କ ଗେଷ୍ଟ ହାଉସ ତଥା ସମସ୍ତ ଖର୍ଚ୍ଚ ବହନ କରିବାର ଥିଲା କିନ୍ତୁ ସୁମିତ ତାହାକୁ ପୈଠ କରିନାହାଁନ୍ତି ।

ଫଳରେ ତପସ୍ୱିନୀ ଆଜି ଗେଷ୍ଟ ହାଉସ ବିଲ୍ ପୈଠ କରିଛନ୍ତି । ତେବେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କ କହିବା ଅନୁସାରେ ସୁମିତ ଆସନ୍ତାକାଲି ନିଜର ଚିକିତ୍ସା ପାଇଁ ବ୍ରହ୍ମପୁର ଯିବେ । ଏନେଇ ମେଲ୍‌ କରି ଜଣାଇଛନ୍ତି । ସେପଟେ ଆସ୍କା ଥାନାରୁ ରିପୋର୍ଟ ପାଇବା ପରେ ବ୍ରହ୍ମପୁର ଏସଡିଜେଏମ ପିଟିସନର ଶୁଣାଣି କରି କିିଛି ନିର୍ଦ୍ଦେଶ ଦେଇପାରନ୍ତି ।
ତେବେ ଏହାକୁ ନେଇ ତପସ୍ୱିନୀ କହିଛନ୍ତି ଯଦି ତାଙ୍କ ଦେହ ଅସୁସ୍ଥ ଅଛି ତେବେ ସେ ମୋତେ କିମ୍ବା ଆଉ କାହାକୁ ତ ଫୋନ କରି ଜଣାଇ ପାରିବେ ।

ସେ ତ କାହାର ବି ଫୋନ ଉଠାଉ ନାହାନ୍ତି । ଏହା ଛଡା ତାଙ୍କୁ ନା ଡାଇରିଆ ହୋଇଛି ନା ଏଡ଼ସ୍ ନା କୌଣସି ମହାମାରୀ ତେବେ ତାଙ୍କୁ ଆସିବାକୁ ଏତେ କଷ୍ଟ କଣ ପାଇଁ । ତେବେ ଏହାର ସବୁ ଫଇସଲା ୧୭ ତାରିଖ ଦିନ ହିଁ ହେବ । ତେବେ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି ସୁମିତ ଙ୍କ ଫେରିବା କୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *