User ଙ୍କୁ ପୁଣି ଝଟକା ଦେଲା Jio, ବନ୍ଦ କରିଦେଲା ଏହି 4 ଟି ଶସ୍ତା ପ୍ଲାନ, ଦେଖନ୍ତୁ Jio Pack ରେ କରିଲା କେଉଁ କେଉଁ ପରିବର୍ତ୍ତନ

ବନ୍ଧୁଗଣ ଆମ ଭାରତରେ ଦେଶରେ ପ୍ରାୟତଃ ଅଧିକାଂଶ ଲୋକ ଜିଓ ସିମର ବ୍ୟବହାର କରୁଛନ୍ତି । ହେଲେ ଗତ କିଛି ମାସ ହେବ ଜିଓ ନିଜ ୟୁଜର୍ସ ମାନଙ୍କୁ ଗୋଟେ ପରେ ଗୋଟେ ଝଟକା ଦେଉଛି । ବର୍ତ୍ତମାନ ଜିଓ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ସମସ୍ତ ଜିଓ ୟୁଜର୍ସଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ପୁଣି ଜିଓ ୪ଟି ଅଫରକୁ ବନ୍ଦ କରିଦେଇଛି । ରିଲିଆନ୍ସ ଜିଓ ଚଳିତ ମାସ ଆରମ୍ଭରୁ ସମସ୍ତ ଯୋଜନାର ମୂଲ୍ୟ ବୃଦ୍ଧି କରିଛି । ଏହାର କିଛି ଦିନ ବ୍ୟବଧାନରେ କମ୍ପାନୀ ୪ଟି ପ୍ରିପେଡ ପ୍ଳାନକୁ ମଧ୍ୟ ବନ୍ଦ କରିଦେଇଛି । ବର୍ତ୍ତମାନ ଠାରୁ ୪୯୯, ୬୯୯, ୮୮୮ ଏବଂ ୨୪୯୯ ପ୍ଳାନରେ ରିଚାର୍ଜ କରିପାରିବେ ନାହିଁ ଗ୍ରାହକ । କାରଣ ଏହି ପ୍ରିପେଡ ପ୍ଳାନ ଗୁଡିକ ଆଉ ଜିଓ ୱେବ ସାଇଡରେ ଦେଖିବାକୁ ମିଳୁ ନାହିଁ ।

ସେପ୍ଟେମ୍ବର ମାସରେ ଜିଓ ଡିଜ୍ନି ପ୍ଲସ ହଟଷ୍ଟାର ମୋବାଇଲ ଶସ୍କରିବ୍ଷନ ସହିତ ଭାରତରେ ଏହି ୪ଟି ନୂତନ ପ୍ରିପେଡ ପ୍ଳାନ ଆରମ୍ଭ କରିଥିଲା । ହେଲେ ବର୍ତ୍ତମାନ ଏହି ପ୍ଳାନ ଗୁଡିକ ବଦଳରେ ପରିବର୍ତ୍ତିତ ମୂଲ୍ୟରେ ଜିଓ କିଛି ନୂତନ ଯୋଜନା ଯୋଡିଛି । ତେବେ ନୂଆ ଯୋଜନା ଅନୁସାରେ ପୂର୍ବ ଅପେକ୍ଷା ଅଧିକ ଲାଭ ପାଇବେ ୟୁଜର୍ସ । ରିଲିଆନ୍ସ ଜିଓ ପାଖରେ ବର୍ତ୍ତମାନ ୬୦୧ ଟଙ୍କା ପ୍ଳାନ ରହିଛି ଯାହା ଡିଜ୍ନି ପ୍ଲସ ହଟଷ୍ଟାର ସହିତ ଆସେ ।

ତେବେ ୪୯୯, ୬୬୬, ୮୮୮ ଏବଂ ୨୪୯୯ ପ୍ଳାନ ଗୁଡିକ ନଭେମ୍ବର ୨୮ରେ ଟେଲିକମ ଅପରେଟ ଦ୍ଵାରା ବୃଦ୍ଧି ପାଇଥିବା ଶୁଳ୍କ ତାଲିକାର ଅଂସ ନୁହେଁ ବୋଲି କୁହାଯାଇଥିଲା । ଜିଓର ୬୦୧ ଟଙ୍କା ପ୍ଳାନରେ ଉପଭୋକ୍ତାଙ୍କୁ ପ୍ରତିଦିନ ୩ ଜିବି ଡାଟା ଏବଂ ଓଟିଟି ସୁବିଧା ସହ ୬ ଜିବି ବୋନସ ଡାଟା ପ୍ରଦାନ କରାଯାଉଛି । ଜିଓର ୬୦୧ ଟଙ୍କା ଯୋଜନାରେ ଆପଣ କୌଣସି ବି ନେଟୱାର୍କକୁ ପ୍ରତିଦିନ ଆସିମୀତ ଭଏସ କଲିଙ୍ଗ କରିବା ସହ ୧୦୦ ଏସଏମଏସ କରିପାରିବେ । ତେବେ ଜିଓ ଟିଭି ସହିତ ଏହି ପ୍ଳାନରେ ଅନ୍ୟାନ୍ୟ ଲାଭ ଉଠାଇ ପାରିବେ ଗ୍ରାହକ ।


୨୮ ଦିନରେ ବୈଧତା ସହ ୬୦୧ ଟଙ୍କା ପ୍ଳାନ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ମୋଟ ୯୦ ଜିବି ଡାଟା ଦିଆଯାଉଛି । ବର୍ତ୍ତମାନ ଜିଓ ୬୫ ଦିନର ପ୍ଳାନରେ ଦୈନିକ ୩ ଜିବିର ଡାଟା ପ୍ରଧାନ କରୁ ନାହିଁ । ଶୁଳ୍କ ବୃଦ୍ଧି ପରେ ଜିଓ ୧୧୯୯ ଟଙ୍କା ଓ ୪୧୯୯ ଟଙ୍କା ପାଇଁ ଦୈନିକ ୩ ଜିବି ଡାଟା ପ୍ରଦାନ କରୁଛି । ତା ହେଲେ ବନ୍ଧୁଗଣ ଜିଓ ପ୍ଳାନରେ ଏହି ପରିବର୍ତ୍ତନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *