ରାଜଧାନୀ Delhi ରେ ନିଜ ମାଟି ଘରକୁ ନେଇ ଚର୍ଚ୍ଚାରେ ସାଂସଦ Pratap Sarangi, ଦେଖନ୍ତୁ ଏ ନେଇ ସେ କଣ କହୁଛନ୍ତି ?

ନମସ୍କାର ବନ୍ଧୁଗଣ, ସାଂସଦ ପ୍ରତାପ ଷଡଙ୍ଗୀ ସବୁବେଳେ ତାଙ୍କର ସାଧାରଣ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ମଧ୍ୟ ସେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି । ଭୁଲି ନାହାନ୍ତି ଓଡିଶା ମାଟିର ପ୍ରେମକୁ ଓଡିଶା ମାଟିର ଘରକୁ । ସେଥିପାଇଁ ତ ସାଂସଦ ହୋଇ ଦିଲ୍ଲୀରେ ଗଢି ତୋଲୁଛନ୍ତି ମାଟିର ଘର । ମାଟିର ଘରେ ରହିବା ପାଇଁ ସାଂସଦ ପସନ୍ଦ କରୁଛନ୍ତି । ତେବେ ସାଂସଦ ନିଜର ଏହି ମାଟି ଘର ଗଢି ତୋଳିବା ସମ୍ପର୍କରେ କଣ କହୁଛନ୍ତି ତାହା ଆସନ୍ତୁ ଜାଣିବା ।

ସାଂସଦ ପ୍ରତାପ ଷଡଙ୍ଗୀଙ୍କ କ୍ଵାଟରରେ ଆଗରୁ ଅଧିକ ଘର ଥିଲା । ସେଥିପାଇଁ ତାଙ୍କ ଘରକୁ ଯିଏ ଆସିଲେ ରହିବା ପାଇଁ ସୁବିଧା ହେଉଥିଲା । କିନ୍ତୁ ବର୍ତ୍ତମାନ ସେ ରହୁଥିବା କ୍ଵାଟର ବହୁତ ଛୋଟ । ତାଙ୍କ ରହିବା ପରେ ଆଉ ଗୋଟିଏ ରୁମ ବଳୁଛି। ସେଥିପାଇଁ ତାଙ୍କ ଘରକୁ ଯିଏ ଆସିଲେ ଆଉ ରହିବା ପାଇଁ ସୁବିଧା ହେଉନାହିଁ ।

ଏହି କାରଣ ପାଇଁ ସେ ଆଉ ଏକ ଘର ତିଆରି କରିବା ପାଇଁ ଡିପାର୍ଟମେଣ୍ଟକୁ ଦରଖାସ୍ତ ଦେଇଥିଲେ । ତାଙ୍କୁ ଡିପାର୍ଟମେଣ୍ଟ ବହୁତ କିଛି ଅପୃଭାଲ କରିବା କଥା କହିଲେ । ଠିକ ଏହି ସମୟରେ ତାଙ୍କ ପାଖରେ ଜଣେ ମାଟି ଘର ତିଆରି କରିବା ମିସ୍ତ୍ରୀ ଆସି ପହଞ୍ଚିଲେ । ତେଣୁ ସେ ସେଥିରେ ନ ପଶି ମାଟି ଘର ତିଆରି କରିବା ପାଇଁ ମନସ୍ଥ କଲେ ।

ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ମାଟି ଘର ଶୀତ ଦିନରେ ଗରମ ଆଉ ଗରମ ଦିନରେ ଥଣ୍ଡା ଲାଗିଥାଏ । ମାଟି ଘର ଭାଙ୍ଗିଗଲେ ଆପଣ ପୁଣି ସହଜରେ ମାଟିକୁ ବ୍ୟବହାର କରି ଘର ତିଆରି କରିଦେଇପାରିବେ । କିନ୍ତୁ ପକ୍କା ଘର ଭାଙ୍ଗିଗଲେ ଆପଣ ଆଉ ଥରେ ତିଆରି କରିପାରିବେ ନାହିଁ । ସେ କହିଛନ୍ତି ମାଟିରେ ଜୀବନ ଉପଯୋଗୀ ତତ୍ଵ ରହିଛି ।

ଘରେ ଗୋବର ଲିପିବା ଦ୍ଵାରା ରାଡିଏସନ କମିଥାଏ । ସାଂସଦ କହିଛନ୍ତି ମାଟି ଘରେ ଆପଣଙ୍କୁ acର ମଧ୍ୟ ଆବଶ୍ୟକତା ନାହିଁ । ସେ କୌଣସି କାରିଗର ସହ ଘର ପାଇଁ ଯୋଗାଯୋଗ କରିନାହାନ୍ତି ବରଂ କାରିଗର ଆପେ ଆପେ ତାଙ୍କ ପାଖକୁ ଆସିଥିଲେ । ତାଙ୍କର ରୁଚି ହେଉଛି ମାଟି ଘର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *