ପୁଜା କରିବା ସମୟରେ ଆଖିରୁ ଲୁହ ଆସିବା, ଫୁଲ ପଡିବା, ହାଇ ଆସିବା, ଜାଣନ୍ତୁ କଣ ଅଟେ ରହସ୍ୟ…

ନମସ୍କାର ବନ୍ଧୁଗଣ ତେବେ ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ଲୁହ ଆସିଥାଏ ଏବଂ କେତେ ଲୋକଙ୍କୁ ହାଇ ଆସିଥାଏ । ଏହା ସହିତ କିଛି ଲୋକଙ୍କୁ ଛିଙ୍କ ମଧ୍ୟ ଆସିଥାଏ ଏବଂ କିଛି ଲୋକଙ୍କୁ ଖରାପ ବିଚାର ମଧ୍ୟ ଆସିଥାଏ । ଆପଣଙ୍କ ସହ ଯଦି ଏହିପରି କିଛି ହେଉଥାଏ ତେବେ ଏହାର ରହସ୍ୟ କଣ ରହିଛି ଆସନ୍ତୁ ଜାଣିବା । ଆମ ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ବ୍ରହ୍ମାଣ୍ଡ ପୂର୍ବରୁ ଖାଲି ଥିଲା । ଚାରିଆଡେ କେବଳ ଅନ୍ଧକାର ଥିଲା ।

ଏହା ପରେ ଏକ ବିଶାଳ ଶିବଲିଙ୍ଗ ପ୍ରକଟ ହେଲା । ଯାହା ଦ୍ୱାରା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଉର୍ଜାରେ ପୁର୍ଣ୍ଣ ହୋଇଗଲା । ଧୀରେ ଧୀରେ ଏହି ବ୍ରହ୍ମାଣ୍ଡରେ ଧାତୁ ,ପଦାର୍ଥ ନିର୍ମାଣ ହେଲା । ସେହି ପଦାର୍ଥ ମଧ୍ୟରେ ଜଳ, ଧାତୁ ,ବାୟୁ ,ଅଗ୍ନି ପରି ଅନେକ ଜିନିଷ ନିର୍ମାଣ ହେଲl । ସେଥିପାଇଁ ଏହା ଜଣା ଯାଏ ଯେ ଏହି ସବୁ ପଦାର୍ଥରେ ଭଗବାନ ଶିବଙ୍କର ବାସ ରହୁଛି । ସମସ୍ତ ବ୍ରହ୍ମାଣ୍ଡର କୋଣ କୋଣରେ ଭଗବାନ ଶିବ ଅଛନ୍ତି ।

ଆପଣ ଯେତେବେଳେ ପୂଜା କରିବାକୁ ବସନ୍ତି ସେତେବେଳେ ଆପଣଙ୍କ ମନର ସମ୍ପର୍କ ଈଶ୍ୱରଙ୍କ ସଂଗେ ହୋଇଥାଏ । ସମସ୍ତ ପ୍ରକାର ସଜୀବ ଏବଂ ନିର୍ଜୀବ ବସ୍ତୁରେ ଈଶ୍ୱରଙ୍କ ବାସ ରହିଥାଏ । ସେଥିପାଇଁ ଆପଣଙ୍କ ଆତ୍ମା ଯେତେବେଳେ ଈଶ୍ୱରଙ୍କ ସଂଗେ ଯୋଡି ହୋଇଥାଏ ସେତେବେଳେ ଆପଣଙ୍କୁ ନିଶ୍ଚିତ ଭାବେ କିଛି ସଂକେତ ମିଳିଥାଏ ।

ଏହି ସଂକେତ ବହୁତ ସାଧାରଣ ହୋଇଥାଏ ସେଥିପାଇଁ ଆମେ ଏହାକୁ ଅଣଦେଖା କରିଥାଉ । ଫଳରେ ଆମେ ଈଶ୍ୱରଙ୍କ ସଂକେତକୁ ବୁଝିପାରୁ ନଥାଉ । ତେବେ ଯେତେବେଳେ ଆମେ ପୂଜା କରିଥାଉ ସେତେବେଳେ ଆମ ଚାରିପାଖ ସକାରତ୍ମକ ଉର୍ଜାରେ ପୁର୍ଣ୍ଣ ହୋଇଯାଏ । ସେଥିପାଇଁ ଆମକୁ ସେହି ସମୟରେ ସୁଖଶାନ୍ତିର ଅନୁଭବ ହୋଇଥାଏ । ଅନେକ ବିଦ୍ୟାର୍ଥୀ ପାଠ ପଢିବା ସମୟରେ ମାଆ ସରସ୍ବତୀଙ୍କ ଧ୍ୟାନ କରିଥାନ୍ତି । ତେବେ ତାଙ୍କ ଆଖିରୁ ଲୁହ ଆସିଯାଇଥାଏ କିମ୍ବା ତାଙ୍କୁ ଅଚାନକ୍ ନିଦ ଆସିବାରେ ଲାଗେ ।

ଏହାର ଅର୍ଥ ମାଆ ସରସ୍ବତୀଙ୍କ କୃପା ସେ ବିଦ୍ୟାର୍ଥୀଙ୍କ ଉପରେ ପଡ଼ିଥାଏ । ବେଳେବେଳେ ଆମେ ଭଗବାନଙ୍କ ଗାଥା ସୁଣିବା ସମୟରେ ଆମ ରୁମ ଛିଡାହୋଇଯାଏ କିମ୍ୱା ଆଖିରୁ ଲୁହ ଆସି ଯାଇଥାଏ । ଫଳରେ ଆମର ଭଗବାନଙ୍କ ପ୍ରତି ବିଶ୍ଵାସ ଦୃଢ ହୋଇଯାଏ । ଏହିପରି କିଛି ଜିନିଷ ଆପଣଙ୍କ ସହ ହେଲେ ଆପଣ ଜାଣିନିଅନ୍ତୁ ଯେ ଭଗବାନ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି । ତେବେ ପ୍ରଥମ କଥା ହେଉଛି ଆଖିରୁ ଲୁହ ଆସିବା । ଯଦି ଆପଣ ଭଗବାନଙ୍କ ପୂଜା କରିବା ସମୟରେ ଅଚାନକ ଆଖିରୁ ଲୁହ ଆସିଯାଏ ତେବେ ଏହା ଈଶ୍ୱରଙ୍କ ସଂକେତ ଅଟେ । ଆପଣଙ୍କ ଆତ୍ମା ସହ ଈଶ୍ୱରଙ୍କ ମିଳନ ହେଉଛି ।

ଏପରି ସମୟରେ ଆପଣଙ୍କ ଇଛା ଈଶ୍ୱର ନିଶ୍ଚିତ ପୁର୍ଣ୍ଣ କରିଥାନ୍ତି । ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଥାନ୍ତି ଏବଂ ଈଶ୍ୱରଙ୍କୁ ପୂଜା କରିବାରେ ଲାଗିପଡନ୍ତି କିନ୍ତୁ ଲୁହ ଆସିବା ସମୟ ହେଉଛି ସବୁଠାରୁ ଶୁଭ ସମୟ ଯେଉଁସମୟରେ ଆପଣ ଭଗବାନଙ୍କୁ କିଛି ବି ମାଗିପାରନ୍ତି । ଯେତେବେଳେ ଆପଣଙ୍କ ଆଖିରେ ପୂଜା କରିବା ସମୟରେ ଲୁହ ଆସିଥାଏ ସେ ସମୟରେ ଆପଣ ଭଗବାନଙ୍କୁ ନିଜର ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ଦ୍ୱିତୀୟଟି ହେଉଛି ଜଳା ଯାଇଥିବା ଦ୍ବୀପର ତେଜ ଅଧିକ ବଢିବା । ଅଗ୍ନି ପଂଚତତ୍ୱ ମଧ୍ୟରୁ ଏହା ଏକ ଅନ୍ୟତମ ଅଟେ ।

 

ଯଦି ଆପଣ ପୂଜା କରିବା ସମୟରେ ଦ୍ବୀପର ଉଜ୍ବଳତା ବଢିଯାଏ ତେବେ ଏହା ଈଶ୍ୱରଙ୍କ ସଂକେତ ହୋଇଥାଏ । ଏହି ସମୟରେ ଆମକୁ ଈଶ୍ୱରଙ୍କ ପ୍ରାର୍ଥନା କରିବା ଉଚିତ ଏବଂ ନିଜର ଇଛା ପ୍ରକାଶ କରିବା ଉଚିତ । ତେବେ ହାଇ ଆସିବା ସମୟରେ ଆଖିରୁ ଲୁହ ଆସିଥାଏ । ଅଧିକ ପରିଶ୍ରମ କରିବା କିମ୍ବା କମ ସମୟ ଶୋଇବା କିମ୍ବା ଅଳସୁଆମୀ ଯୋଗୁ ହାଇଆସିପରେ । ହାଇଆସିବାର ସେପରି କିଛି ବିଶେଷ କାରଣ ନଥାଏ ।

କିନ୍ତୁ ଯେଉଁମାନେ ଅଧିକ ଶୁଅନ୍ତି ତଥା ଅଳସୁଆରେ ପ୍ରାୟ ସମୟ ହାଇ ମାରନ୍ତି ସେମାନଙ୍କୁ ପୂଜା କରିବା ଉଚିତ ନୁହେଁ । ପୂଜା କରିବା ସମୟରେ ଆପଣ ବହୁତ କିଛି ଯଦି ଭାବନ୍ତି ତେବେ ତାହା ଉଚିତ ନୁହେ । ଏହା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ନାହିଁ । ଫଳରେ ଆମ ଚାରିପଟେ ନାକାରତ୍ମକ ଶକ୍ତି ଘୁରିବୁଲେ ଏବଂ ଆତ୍ମାର ସୁଧି ହୁଏନାହିଁ । ଖାଲି ଖାଲି କଥାରେ ରାଗିବା ସବୁଠାରୁ ବଡ ଅବଗୁଣ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *