ପୁଜା କରିବା ସମୟରେ ଆଖିରେ ଲୁହ ଆସିବା, ଦୀପ ଜୋରରେ ଜଳିବା, ଫୁଲ ପଡିବା, ହାଇ ଆସିବାର ରହସ୍ୟ କଣ ? ଭଗବାନ ଆପଣଙ୍କୁ ଦେଇଥାନ୍ତି କେଉଁ ସଙ୍କେତ ?

ନମସ୍କାର ବନ୍ଧୁଗଣ ତେବେ ଏହି ଦୁନିଆରେ ଥିବା ସମସ୍ତ ସଜୀବ ପଦାର୍ଥ ଓ ନିର୍ଜୀବ ପଦାର୍ଥରେ ଇଶ୍ଵରଙ୍କ ବାସ ରହିଥାଏ । ମଣିଷ ନିଜ ଜୀବନରେ ସୁଖ ସମୃଦ୍ଧି ଭୋଗ କରିବା ପାଇଁ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିଥାଏ । ଯେତେବେଳେ ଆମେ ମାନେ ପୂଜା କରିଥାଉ ସେତେବେଳେ ଆମ ଆତ୍ମା ସ୍ଵୟଂ ପରମାତ୍ମାଙ୍କ ସହ ମିସିଥାଏ । ତେଣୁ ଯେତେବେଳେ ଭଗବାନ ଆପଣ ମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେବେଳେ କିଛି ଖାସ ସଙ୍କେତ ଦେଇଥାନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତେଣୁ ଆମେ ମାନେ ଏହି ସବୁ ସଙ୍କେତକୁ ଅଣଦେଖା କରିଦେଉ । ତେବେ ଯେତେବେଳେ ଆମେ ପୂଜା କରିଥାଉ ସେତେବେଳେ ସେହି ପୂଜା ସ୍ଥାନ ସକାରାତ୍ମକ ଊର୍ଜାରେ ଭରି ଯାଇଥାଏ ଓ ଭଗବାନ କିଛି ନା କିଛି ସଙ୍କେତ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ଗୁଡିକ ବିଷୟରେ ।

୧- ପ୍ରଥମରେ ହେଉଛି ପୂଜା କରିବା ସମୟରେ ହଠାତ ଆପଣ ମାନଙ୍କ ଆଖିରୁ ଲୁହ ଝରିଥାଏ ତା ହେଲେ ଏହା ଇଶ୍ଵରଙ୍କ ସଙ୍କେତ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ଆତ୍ମାର ମିଳନ ଈଶ୍ଵରଙ୍କ ସହ ହୋଇସାରିଛି । ତେଣୁ ସେହି ସମୟରେ ଆପଣ ନିଜର ମନସ୍କାମନା ବିଷୟରେ ଇଶ୍ଵରଙ୍କୁ କୁହନ୍ତି । ଇଏମଆଇ ସମୟରେ ପୂଜାର ବହୁତ ଭଲ ଫଳ ମିଳିଥାଏ । ଏହା ସହିତ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି।

୨- ଦ୍ଵିତୀୟ ରେ ହେଉଛି ଅଗ୍ନି ପଞ୍ଚତତ୍ଵ ମଧ୍ୟରୁ ଗୋଟିଏ ଅଟନ୍ତି । ତେଣୁ ଯଦି ଆପଣ ପୂଜା କରିବା ସମୟରେ ଆପଣଙ୍କ ଆରତୀର ଅଗ୍ନି ଅଧିକ ବଢି ଯାଇଥାଏ ତା ହେଲେ ଏହା ଇଶ୍ଵରଙ୍କ ସଙ୍କେତ ହୋଇଥାଏ । ଏହାର ଅର୍ଥ ହେଉଛି ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ତେଣୁ ସେହି ସମୟରେ ଆପଣ ଭଗବାନଙ୍କ ପୂଜା କରନ୍ତୁ ଓ ନିଜ ଇଛା ବିଷୟରେ ଭଗବାନଙ୍କୁ ଜଣାନ୍ତୁ।

୩- ତୃତୀୟ ରେ ହେଉଛି ପୂଜା କରିବା ସମୟରେ ଭଗବାନଙ୍କୁ ଚଢା ଯାଇଥିବା ଫୁଲ ତଳେ ପଡିଥାଏ ତା ହେଲେ ଏହା ଏକ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ହେଉଛି ଭଗବାନ ଆପଣଙ୍କ ପୂଜାରେ ପ୍ରସନ୍ନ ଅଛନ୍ତି ଓ ଆପଣ ସେହି ସମୟରେ ଭଗବାନଙ୍କୁ ନିଜ ମନସ୍କମାନ ବିଷୟରେ ଜଣାଇ ପାରିବେ । ତେଣୁ ଏହି ସବୁ ସଙ୍କେତ ଗୁଡିକର ଖାସ ଧ୍ୟାନ ନିଶ୍ଚୟ ରଖନ୍ତୁ।


୪- ଚତୁର୍ଥ ରେ ହେଉଛି ଆପଣ ପୂଜା କରିବା ସମୟରେ ଆପଣଙ୍କ ମନରେ କିଛି ଖରାପ ବିଚାର ଆସୁଛି ତା ହେଲେ ବୁଝି ଯାନ୍ତୁ ଆପଣଙ୍କ ପାଖରେ ନକରାତ୍ମକ ଊର୍ଜାରେ ପ୍ରଭାବ ରହିଛି । ତେଣୁ ଆପଣ ନିଜର ଏହି ସମସ୍ୟାକୁ ଦୂର କରିବା ପାଇଁ ଭକ୍ତି ଆଧାରିତ ଗୀତ ଶୁଣନ୍ତୁ ଓ ନିଜ ମନକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *