ପୂଜା ଘରେ ଏକା ସହିତ ଭୁଲରେ ବି ରଖନ୍ତୁ ନାହିଁ ଏହି 2ଟି ମୂର୍ତ୍ତି, ମିଳିଥାଏ ପୂଜାର ଅଶୁଭ ଫଳ (Vastu Shastra)

ନମସ୍କାର ବନ୍ଧୁଗଣ ତେବେ ଆପଣ ସମସ୍ତଙ୍କ ଘରେ ଛୋଟ କିମ୍ବା ବଡ ପୂଜା ଘର ଟିଏ ଅବଶ୍ୟ ଥାଏ । ସେଠାରେ ନିୟମିତ ରୂପେ ପୂଜାପାଠ କରିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । କିନ୍ତୁ ପୂଜା ଘରର ବସ୍ତୁ ପ୍ରତି ଧ୍ୟାନ ଦେବା ସବୁଠୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ । ନଚେତ ଆପଣଙ୍କ ପୂଜାପାଠର କୌଣସି ଫଳ ଆପଣଙ୍କୁ ମିଳିବ ନାହିଁ । ଆଜି ଆମେ ଆପଣଙ୍କୁ ବାସ୍ତୁ ଅନୁସାରେ ଆମ ଘରର ମନ୍ଦିରକୁ କିପରି ରଖିବା ଉଚିତ ଓ କେଉଁ ଦେବାଦେବୀଙ୍କୁ ରଖିବା ଉଚିତ ଏହି ବିଷୟ ରେ ଆଲୋଚନା କରିବୁ ।

ତେବେ ବାସ୍ତୁ ଅନୁସାରେ ପୂଜାଘର ତିଆରି କରିବା ପାଇଁ ଘର ଈଶାନ କୋଣକୁ ସର୍ବଶ୍ରେଷ୍ଠ ବୋଲି ମାନାଯାଏ । ପୂଜାଘରେ କେବଳ ଦେବୀଦେବତାଙ୍କ ଫଟୋ ବା ମୂର୍ତ୍ତି ରଖିବା ଉଚିତ । ଅନ୍ୟ କେଉଁ ଜୀବିତ ବ ମୃତ ସାଧୁସନ୍ଥ କିମ୍ବା ମୃତ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ବାସ୍ତୁଶାସ୍ତ୍ରରେ ଏପରି କରିବା ଅଶୁଭ ବୋଲି ମାନାଯାଇଛି । ଯେକୌଣସି ଦେବୀଦେବତା ଙ୍କର ଗୋଟିଏରୁ ଅଧିକ ଫଟୋ ବା ମୂର୍ତ୍ତି ପୂଜାଘରେ ରଖିବା ଉଚିତ ନୁହେଁ ।

ଦେବାଦେବୀଙ୍କ ମୂର୍ତ୍ତି ଏବଂ ଫଟୋଗୁଡିକୁ ପରସ୍ପରର ପଛ କରିକି ମଧ୍ୟ ରଖନ୍ତୁ ନାହିଁ । ତେବେ ପୂଜାଘରେ ଭଗବାନଙ୍କ ମୂର୍ତ୍ତି ଗୁଡିକୁ ସର୍ବଦା ବିରାଜମାନ ଅବସ୍ଥାରେ ରଖନ୍ତୁ । କେବେ ମଧ୍ୟ ଠିଆ ହୋଇଥିବା ମୂର୍ତ୍ତି ରଖନ୍ତୁ ନାହିଁ । ଏହାଦ୍ବାରା ଦେବୀଦେବତା ଆପଣଙ୍କ ଘରେ ବାସ କରନ୍ତି ନାହିଁ । ମନ୍ଦିର ଓ ଭଗବାନଙ୍କ ସ୍ଥାନ ସର୍ବଦା ଉଚ୍ଚରେ ରହିବା ଆବଶ୍ୟକ । ଏହାର ଆଖପାଖରେ କୌଣସି ଅପରିଷ୍କାର, ଅଶୁଦ୍ଧ ଏବଂ ଅପବିତ୍ର ଜିନିଷ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ।

ଯେପରିକି ଚମଡା ତିଆରି ବସ୍ତୁ, ମୃତ ବ୍ୟକ୍ତିଙ୍କ ଅସ୍ତି କଳସ ଓ ଅଳିଆ ଆବର୍ଜନା ଇତ୍ୟାଦି । ଏହା ସହ ପୂଜାଘରେ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଏକାଠି ରଖିବା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ । ଏହାସହ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ପାଖେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ମଧ୍ୟ ଅବଶ୍ୟ ରଖିବା ଉଚିତ । ଲକ୍ଷ୍ମୀ ନାରାୟଣଏନକେ ପୂଜା ଏକାଠି କରିବା ଦ୍ଵାରା ଦାଂପତ୍ଯ ଜୀବନରେ ସୁଖଶାନ୍ତି ବଜାୟ ରହିଥାଏ । ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କ ବିନା ଅଧୁରା ବୋଲି ମାନାଯାଏ ।

ସେଥିପାଇଁ ସେମାନଙ୍କ ପୂଜା ମଧ୍ୟ ଏକାଠି କରିବା ଉଚିତ । ଯଦି ରାଧାରଣୀ ନଥାନ୍ତି ତେବେ ଶ୍ରୀକୃଷ୍ଣଙ୍କ ସହ ଗୋମାତାଙ୍କୁ ଆପଣ ରଖିପାରିବେ । ତେବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ମଧ୍ୟ ଏକାଠି କରିବା ଦ୍ଵାରା ତ୍ରିଦେବଙ୍କ କୃପା ଏକା ସାଥେ ପ୍ରାପ୍ତ ହୋଇଥାଏ । ଆଉ ଯଦି ଘରେ ହନୁମାନଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାଙ୍କ ସହ ପ୍ରଭୁ ଶ୍ରୀରାମ, ମାତା ସୀତା କିମ୍ବା ଲକ୍ଷ୍ମଣ ଅବଶ୍ୟ ଥିବା ଉଚିତ । ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ଏକାଠି ରଖି ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଘରେ କିନ୍ତୁ ଭୁଲରେ ଶନିଦେବ, କାଳ ଭୈରବ ଓ ମାତା କାଳୀଙ୍କ ମୂର୍ତ୍ତି ଭୁଲରେ ବି ରଖନ୍ତୁ ନାହିଁ । ଯଦି ଘରେ ଶିବଲିଙ୍ଗ ରଖିଛନ୍ତି ତେବେ ଏହା ପାଖରେ ଥିବା ଅନ୍ୟ ମୂର୍ତ୍ତିଙ୍କ ଉପରେ ତୁଳସୀ ଚଢାଇବା ମଧ୍ୟ ଅଶୁଭ ବୋଲି କୁହାଯାଏ । ତେବେ ଆପଣ ନିଜ ଶୋଇବା ଘର ରାଧା କୃଷ୍ଣ ଙ୍କ ଫୋଟୋ କୁ ଏପରି ସ୍ଥାନ ରେ ରଖନ୍ତୁ ଯେପରି ଆପଣ ସକାଳୁ ଉଠିବା ମାତ୍ରେ ହିଁ ତାଙ୍କର ଦର୍ଶନ ହେବ ତେବେ ଏହା ଦ୍ୱାରା ଆପଣଙ୍କ ଜୀଵନ ରେ କୌଣସି ଦୁଃଖ କଷ୍ଟ ରହିବ ନାହିଁ ଏବଂ ଦାରିଦ୍ର୍ୟତା ମଧ୍ୟ ଆସିବ ନାହିଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *