ଭାଙ୍ଗିଯିବକୁ ନବଙ୍କ ପରିବାର ମିଳୁଛି ରାଜନୀତିର ସାଂଘାତିକ ସୂଚନା । କ୍ଷମତା ପାଇଁ ଭାଇ-ଭଉଣୀଙ୍କ ଭିତରେ ଆରମ୍ଭ ହେଲା ବିବାଦ । ଟିକେଟ ପାଇଁ ଭାଙ୍ଗିବ ସମ୍ପର୍କ କିଏ ମାରିବ ବାଜି । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଭିତରେ ଫାଟ ସୃଷ୍ଟି ହେଉଛି । ରାଜନୀତି ଚକ୍ରଭ୍ୟୁ ଭିତରେ ଫସି ଯାଇଛି ନବଙ୍କ ପରିବାର । ନବ ଦାସଙ୍କ ଗଣକୁ ରକ୍ଷା କରିବା ପାଇଁ ଟିକେଟ ହାତେଇବା ପାଇଁ ଭାଇ-ଭଉଣୀ ମୁହାଁ ମୁହିଁ ।
ଦଳୀୟ ରାଜନୀତିର ମହା ଜାଲରେ ପଡିବାକୁ ଯାଉଛି ନବ ଦାସଙ୍କ ପରିବାର ଆଉ ଯାହାକୁ ନେଇ ରାଜନୀତି ଏବେ ଜୋର ଧରିଛି । ଝାରସୁଗୁଡା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ଯାଏଁ ଏ ଆଲୋଚନା ମଧ୍ୟ ଚାଲିଛି । ଏମିତିରେ ରାଜନୀତି କରିବା ପାଇଁ ସମ୍ପର୍କ ଭାଙ୍ଗିବା କିଛି ନୂଆ କଥା ନୁହେଁ । ରାଜନୀତି ହେଉ ବା ରାଜତନ୍ତ୍ର କ୍ଷମତାର ମହୁ ଏତେ ମିଠା ଯେ ସେହି କ୍ଷମତା ପାଇଁ ବାପା-ପୁଅର ସମ୍ପର୍କ ଭାଙ୍ଗିଛି ।
ସେହି କ୍ଷମତା ପାଇଁ ସ୍ଵାମୀ-ସ୍ତ୍ରୀ ମଧ୍ୟ ଅଲଗା ହୋଇଛନ୍ତି । ଏମିତି କି ଏବେ ବି ଅନେକ ପରିବାରର ବହୁତ ସଦସ୍ୟ ଅଲଗା ଅଲଗା ଦଳରେ ସାମିଲ ଅଛନ୍ତି । କେଉଁଠି ମାଆ ନିଜ ପୁଅ ବିରୋଧରେ ନିର୍ବାଚନ ଲଢୁଛି ତ କେଉଁଠି ସ୍ଵାମୀ ଲଢୁଛି ନିଜ ସ୍ତ୍ରୀ ବିରୋଧରେ । ରାଜଗାଦି ହାତେଇବା ପାଇଁ ଜଣେ ଭାଇ ଆଉ ଜଣେ ଭାଇକୁ ମାରିଦେବା ପାଇଁ ମଧ୍ୟ ପଛେଇ ଯାଉନି । ଏବେ ନବ ଦାସଙ୍କ ପରିବାରରେ ସେହି ଘଟଣା ଘଟିବାକୁ ଯାଉଛି ।
ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଯେତେ ପାଖେଇ ଆସୁଛି ପରିବାର ଭିତରେ ମନ ମାନି ସେତେ ବଢୁଛି । ନବ ଦାସଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଚାଲିଛି ଟଣା ଓଟରା । ନବ ଦାସ ଜୀବିତ ଥିବା ବେଳେ ଝିଅ ଦୀପାଳିକୁ ଆଗକୁ ଆଣି ରାଜନୀତି ମଇଦାନରେ ଏଣ୍ଟ୍ରି କରେଇବାକୁ ଚେଷ୍ଟା କରୁଥିଲେ । ସଭା ସମିତି ହେଉ ବା ପଦ ଯାତ୍ରା ସବୁ ଆଡେ ଝିଅକୁ ନେଉ ଥିଲେ କିନ୍ତୁ ପୁଅକୁ କେବେ ସାମ୍ନାକୁ ଆଣିବାର କେହି ଦେଖି ନାହାନ୍ତି ।
ତେଣୁ ସ୍ଵାଭାବିକ ଭାବରେ ଝିଅ ଟିକେ ଅଧିକ ଆଶାବାଦୀ ରହିଛନ୍ତି । କିନ୍ତୁ ବିଜେଡି ରଣନୀତି କିଛି ଅଲଗା ବୟାନ କରୁଛି । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସମାନ ଅବସ୍ଥା ଦେଖା ଦେଇଥିଲା କିନ୍ତୁ ନବୀନ ପଟ୍ଟନାୟକ ତାଙ୍କ ପୁଅକୁ ଟିକେଟ ଦେଇଥିଲେ । ତେଣୁ ଏବେ ନବ ଦାସଙ୍କ ପୁଅ ବିଶାଲ ଦାସ ମଧ୍ୟ ଟିକେଟ ପାଇବା ପାଇଁ ଆଶା ରଖିଛନ୍ତି । ତେଣୁ ଭାଇ-ଭଉଣୀଙ୍କ ମଧ୍ୟରେ ଏବେ ଠାରୁ ବିବାଦ ସୃଷ୍ଟି ହୋଇଥିବା ନେଇ ଆଲୋଚନା ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।