ପୁଅକୁ 20 ବର୍ଷ ହେଲେ ଦ୍ଵିତୀୟ ବିବାହ କରିବେ ପୂର୍ବତନ ମନ୍ତ୍ରୀ Captain Dibyashankar Mishra

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ପୁଣି ଥରେ ବାହା ହେବେ ପୂର୍ବତ୍ତନ ମନ୍ତ୍ରୀ ବିଦ୍ୟଶଙ୍କର । ୨୫ ତାରିଖରେ ହାତ ଗଣ୍ଠି ପୁରୀରେ ହେବ ବାହାଘର । ହଁ ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଖବରକୁ ନେଇ ରାଜ୍ୟର ପୂର୍ବତ୍ତମ ମନ୍ତ୍ରୀ ବିଦ୍ୟଶଙ୍କର ଚର୍ଚ୍ଚାର ବିଷୟ ପାଲଟି ଛନ୍ତି । ଏହି ଖବରକୁ ନେଇ ଏବେ ସବୁ ଆଡେ ଆଲୋଚନା ଚାଲିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ପୁଣି ଥରେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ରାଜ୍ୟର ଚର୍ଚ୍ଚିତ ବିଧାୟକ ତଥା ପୂର୍ବତ୍ତମ ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ର । ଆସନ୍ତା ୨୫ ତାରିଖରେ ପୁରୀର ଏକ ରିସୋର୍ଟରେ ତାଙ୍କର ବିବାହ ହେବ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଆୟୋଜିତ ହୋଇଥିବା ବିବାହ ପୁରା ନିରବର ଭାବେ ହେବ ବୋଲି ସୂଚନା ରହିଛି ।

ଏହି ବାହାଘରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟତର ସମ୍ପର୍କୀୟ ଉପସ୍ଥିତ ରହିବେ । ପୂର୍ବତ୍ତମ ମନ୍ତ୍ରୀଙ୍କ ବାହାଘରକୁ ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଥିବା ବେଳେ ନିଜେ ବିଧାୟକ ଏହି କଥାକୁ ସ୍ଵୀକାର କରିଥିବା କୁହା ଯାଉଛି । ବିଦ୍ୟଶଙ୍କର ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ ଅନ୍ତର୍ଗତ ବୋଲାମୁଣ୍ଡା ବ୍ଲକ ଦେଓପଟ ଗାଁର ଜଣେ ଯୁବତୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।

ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଯୁବତୀ ଜଣକ ଭୁବନେଶ୍ଵରର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ଦିବ୍ୟ ଶଙ୍କରଙ୍କ ଠାରୁ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି କୁହା ଯାଉଛି । ଯାହା ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଦେଇଛି । ଗତ ଦୁଇ ଦିନ ହେବ ଦୁଇ ଜିଲ୍ଲାପାଳଙ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଣି ରାଜନେତାଙ୍କ ଦ୍ଵିତୀୟ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି ।

କେବଳ ବିଦ୍ୟଶଙ୍କର ନୁହେଁ ଉଭୟ ବିଦ୍ୟଶଙ୍କର ଏବଂ ଯୁବତୀ ପୂର୍ବରୁ ବିବାହ କରି ଥିବା ବେଳେ ଏବେ ସେମାନଙ୍କର ଦ୍ଵିତୀୟ ବିବାହ ହେବ । ବିଦ୍ୟଶଙ୍କର ପ୍ରାୟ ୧୦ ବର୍ଷ ପୂର୍ବେ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ବେଳେ ସେ ଅନ୍ୟ ଜଣଙ୍କୁ ବିବାହ କରି ସାରିଛନ୍ତି । ଉଭୟଙ୍କର ଏକ ୨୦ ବର୍ଷର ପୁଅ ଥିବା ବି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *