ଦର୍ଶକ ବନ୍ଧୁ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଗିରଫ ହେବାର ଆଜିକୁ 25 ଦିନ ବୀତି ସାରିଲାଣି । 25 ଦିନ ପରେ ଆଜି ଗୋପାଳକୁ ଦେଖିବା ପାଇଁ ତା ସମ୍ପର୍କୀୟ ମାନେ ଆଜି ଜେଲକୁ ଆସିଥିଲେ । ବଡ ଭାଇ ସତ୍ୟ ନାରାୟଣ ଦାସ ଆଉ ପୁଅ ମନୋଜ ଦାସ ଚୌଦ୍ଵାର ଜେଲ ପହଞ୍ଚି ଥିଲେ ଆଉ ଗୋପାଳକୁ ଭେଟି ଥିଲେ । 10 ମିନିଟର କଥା ବାର୍ତ୍ତା ଭିତରେ ପୁଅକୁ ଧରି ଭୋ ଭୋ ହୋଇ କାଳେ କାନ୍ଦି ପକାଇ ଥିଲେ ଗୋପାଳ ଦାସ ।
ହଁ ଦର୍ଶକ ବନ୍ଧୁ ଗୋପାଳ ଝାରସୁଗୁଡା ସବ ଜେଲରୁ ଚୌଦ୍ଵାର ସର୍କଲ ଜେଲକୁ 8 ଦିନ ପୂର୍ବେ ଆସିଥିଲେ । ପ୍ରାୟ ସପ୍ତାହ ହେବ ସେ ଚୌଦ୍ଵାର ଜେଲରେ ରହିବା ପରେ ପ୍ରଥମ ଥର ପାଇଁ ତାଙ୍କୁ ତାଙ୍କ ସମ୍ପର୍କୀୟ ମାନେ ଭେଟିବା ପାଇଁ ଆସିଥିଲେ । ତାଙ୍କ ବଡ ଭାଇ ସତ୍ୟ ନାରାୟଣ ଦାସ ଏବଂ ପୁଅ ମନୋଜ ଦାସ ଭେଟିବା ପାଇଁ ଜେଲକୁ ଆସିଥିଲେ । ଆଉ ପ୍ରାୟ ମଧ୍ୟାନ 12 ଟା ବେଳେ ଉଭୟ ଜେଲ ଭିତରେ ପ୍ରବେଶ କରିଥିଲେ ।
ଦୁଇ ଜଣ ନିଜ ନିଜ ଆଧାର କାର୍ଡକୁ ଉଭୟଙ୍କ ପରିଚୟ ପତ୍ର ଭାବେ ପ୍ରଦାନ କରି ମୁଲାକାତ ଖାତାରେ ନାମ ପଞ୍ଜୀକରଣ କରିଥିଲେ । ଆଉ ଗୋପାଳକୁ ସେ ରହୁଥିବା ସେଲ ମଧ୍ୟରୁ କଡା ସୁରକ୍ଷା ମଧ୍ୟରେ ମୁଲାକାତ ରୁମ୍ କୁ ଅଣା ଯାଇଥିଲା । ଏହା ପରେ ପୁଅ ଆଉ ନିଜ ଭାଇଙ୍କୁ ଦେଖି ଗୋପାଳ ଭାବ ବିହୁଳ ହୋଇ ପଡିଥିଲା । ଉଭୟଙ୍କ ଆଖିରୁ ଲୁହ ଝରି ଆସିଥିଲା ବୋଲି ଯାହା ବର୍ତ୍ତମାନ ସୂଚନା ମିଳୁଛି ।
ସେମାନେ ପରସ୍ପର ମଧ୍ୟରେ ପ୍ରାୟ 10 ମିନିଟ କଥା ବାର୍ତ୍ତା ହୋଇଛନ୍ତି । ତେବେ ଏହି ସମୟରେ ହତୟଆକାଣ୍ଡ ବିଷୟରେ ଭାଇ ବା ପୁଅ କିଛି ବି ପଚାରି ନଥିଲେ । କେବଳ ଦେହ ଠିକ ଅଛି ତ କିଭଳି ଦିନ କଟୁଛି କଣ ସବୁ ଦରକାର ଅଛି ବୋଲି ପଚାରି ଥିଲା ପୁଅ ।
ଆଉ ଗୋପାଳ ବି କେବଳ ପରିବାର ଲୋକଙ୍କ କଥା ପଚାରି ଥିଲା । ପୁଅର ପାଠ ପଢା କେମିତି ଚାଲିଛି ପଚାରି ବୁଝି ଥିଲା ସମସ୍ତେ ଭଲରେ ଅଛନ୍ତି ନା ନାହିଁ ପଚାରି ବୁଝି ଥିଲା । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।