ଦର୍ଶକ ବନ୍ଧୁ ଏ ଦୁନିଆରେ ଥିବା ସମସ୍ତ ମଣିଷ ନିଜ ବିବାହ ଦିନକୁ ସବୁଠାରୁ ନିଆରା ବା ସ୍ପେଇଶାଲ କରିବାକୁ ଇଛା କରିଥାନ୍ତି । ବିବାହ ହେଉଛି ଏକ ଏପରି ଦିନ ଯେଉଁ ଦିନରେ ମଣିଷ ସବୁ ଠାରୁ ଅଧିକ ଖୁସି ଥାଏ ଏବଂ ଏହି ଦିନକୁ ସେ ନିଜ ଜୀବନରେ କେବେ ବି ଭୁଲି ପାରେନି । ସେଥିପାଇଁ ତ ଅତି ଧୁମଧାମର ସହ ଲୋକ ମାନେ ବିବାହ କରିଥାନ୍ତି । ହେଲେ କଣ ହେବ ଯଦି ଖୁସିର ଦିନ ଦୁଃଖରେ ପରିଣତ ହେଇଯିବ ।
ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ବି ଭାବ ବିହୁଳ ହୋଇଯିବେ । ଏହି ଘଟଣାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଏବଂ ଆଲୋଚନା ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ମିଡିଆ ରିପୋର୍ଟସ ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କାହ୍ନପୁର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପୁଅ ବିବାହ ଭୋଜି ରାତିରେ ବାପାର ହୃଦଘାତରେ ମୃତ୍ୟୁ ଘଟିଛି । ଏନେଇ ଖୁସିର ମାହୋଲ ଶୋକରେ ପରିଣତ ହୋଇ ଯାଇଛି । ତେବେ ଏହି ଘଟଣାକୁ ନେଇ ମୃତକଙ୍କ ଜ୍ଵାଇଁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘କାଲି ରାତିରେ ସମସ୍ତେ ଖୁସିରେ ଆନନ୍ଦ ଉଲ୍ଲାସରେ ଥିଲେ ।
ତା ପରେ ସମସ୍ତେ ଶୋଇଲେ ବାପା ବି ଶୋଇ ପଡିଲେ । ହେଲେ ରାତିରେ ତାଙ୍କୁ ହୃଦଘାତ ଆସିବା ହେତୁ ତାଙ୍କର ମୃତ୍ୟୁ ହେଇ ଗଲା । ଆମେ ସମସ୍ତେ ବହୁତ ଦୁଃଖୀ’ । ବନ୍ଧୁଗଣ ମଣିଷ ଜୀବନ ପାଣି ଫଟକା କେତେବେଳେ ବା କଣ ହେଇଯିବ କେହି ବି ଜାଣି ନାହାନ୍ତି ।
ଆଜି ଯେଉଁ ମଣିଷ ହସ ଖୁସିରେ ଜୀବନ କାଟୁଛି କାଳ ମୂହୁର୍ତ୍ତରେ ତା ସହ ଏମିତି ବି ହେଇ ପାରେ । ନିଜ ପୁଅର ବାହାଘରରେ ବାପା କେତେ ଖୁସି ହୁଏ ତାହା ତ ଆପଣ ଅନୁମାନ କରିପାରୁ ଥିବେ । ହେଲେ ଏହି ଖୁସି ଏତେ କମ ସମୟ ରହିବ ବୋଲି କଣ ସେ ଜାଣି ଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।