‘ପୁଅପିଲା ଭୁଲ କରିବେ …କେହି କହିପାରିବେନି ସେ ପୁରା ରାମଚନ୍ଦ୍ର ..ଆମ ପାଖରେ ରାବଣ ଗୁଣ ବି ଅଛି, ମୋ ଭାଇଙ୍କ ଝିଅକୁ ପଟେଇକି ପୁରା…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ଅମର ମହାପାତ୍ର ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି । ତାଙ୍କୁ ହାସ୍ୟ ଅଭିନେତା ଭାବରେ ଲୋକମାନେ ସମସ୍ତେ ଜାଣିଛନ୍ତି ଏବଂ ସେ ଘରେ ଘରେ ପରିଚିତ । ତାଙ୍କ ଅଭିନୟ ଯିଏ ଦେଖିଥାନ୍ତି ସେମାନେ ପାଗଳ ହୋଇଥାନ୍ତି । କାରଣ ସେ ଏଭଳି ଅଭିନୟ କରୁଥାନ୍ତି ଲୋକମାନେ ହସି ହସି ଗଡି ଯାଇଥାନ୍ତି ।


ସେ ଅଭିନୟ କରି ବହୁତ ନାମ କମାଇଛନ୍ତି । ତାଙ୍କୁ ଆଉ ପରିଚୟ ଦେବାକୁ ମଧ୍ୟ ପଡୁ ନାହିଁ । କାରଣ ସେ ସମସ୍ତଙ୍କ ହୃଦୟରେ ସ୍ଥାନ କରି ଚାଲିଛନ୍ତି । ତେବେ ସେ ନିଜର ଏକ ଇନ୍ଟର୍ଭିୟୁ ରେ କହିଥିଲେ କି ସମସ୍ତେ ଆମ ଫିଲ୍ମ ଦୁନିଆ କୁ ଖରାପ କୁହନ୍ତି କିନ୍ତୁ ଯଦି ଆମେ ଏକାଠି କାମ ନ କରିବୁ କିସ ନ କରିବୁ ତାହା ଆପଣ ଙ୍କୁ ଦେଖିବା ପାଇଁ ମଧ୍ୟ ପସନ୍ଦ କରିବେ ନାହିଁ ।

ତେବେ ସିନେମା ଲାଇନ କୁ ଖରାପ କହିବା ଉଚିତ ନୁହେଁ । ତେବେ ସେ କହିଛନ୍ତି କି ତାଙ୍କ ଜୀବନରେ ସବୁଠାରୁ ବଡ଼ ସପୋର୍ଟ ହେଲେ ତାଙ୍କ ସ୍ତ୍ରୀ ତେବେ ସେ କୁହନ୍ତି କି ସେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି । ତେବେ ସେ କୁହନ୍ତି କି ସେ ତାଙ୍କ ବାପାଙ୍କ ସହ କାମ କରୁଥିଲେ ଏବଂ ସେ ତାଙ୍କୁ ଭାଇ ବୋଲି ଡାକୁଥିଲେ ତେବେ ସେହି ହିସାବରେ ସେ ଝିଆରୀ ହେଉଥିଲେ ।

ତେବେ ସେ ବହୁତ ମିଛ କଥା କହି ତାଙ୍କୁ ପଟେଇ ଥିଲେ ଏବଂ ତାଙ୍କୁ ଦଶ ବର୍ଷ ପ୍ରେମ ପରେ ବିବାହ ମଧ୍ୟ କରିଥିଲେ । ତେବେ ସେ କୁହନ୍ତି କି କୌଣସି ପୁଅ ରାମଚନ୍ଦ୍ର ନୁହେ ତା ଭିତରେ ରାବଣ କଳା ନିଶ୍ଚିତ ରହିଥାଏ । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ସ୍ତ୍ରୀ ହିଁ ତାଙ୍କ ପାଇଁ ଲକ୍ଷ୍ମୀ । ମହାପ୍ରଭୁ ଜଗନ୍ନାଥ ମଧ୍ୟ ନିଜ ସ୍ତ୍ରୀ କୁ ଅପମାନ କରିଥିଲେ ବୋଲି ୧୨ ବର୍ଷ ଭିକ ମାଗିଥିଲେ । ତେବେ ସେଥିପାଇଁ ସର୍ଵଦା ନିଜ ସ୍ତ୍ରୀ କୁ ଭଲ ପାଇବା ଏବଂ ତାଙ୍କୁ ସମ୍ମାନ ଦେବା ଉଚିତ ।

ତେବେ ରାଵଣ ଯେତେ ଖରାପ ହେଲେ ମଧ୍ୟ ନିଜ ସ୍ତ୍ରୀ କୁ ସେ ଭଲ ପାଉଥିଲା ନଚେତ ଯଥା ରାବଣସ୍ୟ ମନ୍ଦୋଦରି ମନ୍ତ୍ର କୁହା ଯାଇ ନଥାନ୍ତା । ତେବେ ଶେଷ ରେ ସେ କହିଥିଲେ କି ଦର୍ଶକମାନେ ଓଡ଼ିଆ ଚଳଚ୍ଚିତ୍ର ବହୁତ କମ୍ ଦେଖୁଛନ୍ତି । ସେଥିପାଇଁ ବହୁତ ଦୁଃଖ ଲାଗୁଛି ।


ଓଡ଼ିଆ ଚଳଚ୍ଚିତ୍ର କୁ ଭଲ ପାଆନ୍ତୁ ଏବଂ ଓଡ଼ିଆ କଳାକାର ମାନଙ୍କୁ ମଧ୍ୟ ବହୁତ ଭଲ ପାଇବା ଦିଅନ୍ତୁ । କାରଣ ସମସ୍ତେ ବହୁତ ଚେଷ୍ଟା କରୁଛନ୍ତି ବହୁତ କଷ୍ଟ ମଧ୍ୟ କରୁଛନ୍ତି । କାରଣ ସମସ୍ତେ ଚାହୁଁଛନ୍ତି ଯେଉଁ ମାନେ ଅଭିନୟ କରୁଛନ୍ତି ଚଳଚ୍ଚିତ୍ର ଭଲ ହେଉ । ଦର୍ଶକ ମାନେ ତାଙ୍କ ଅଭିନୟ ଦେଖନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *