‘ପୁଅ ପରୀକ୍ଷା ଦେଉଛି, ବାପା ଶ୍ମଶାନ ଯାଉଛି…ଭାବିଲେ ବହୁତ କଷ୍ଟ ଲାଗୁଛି, ପିଣ୍ଟୁ ସବୁବେଳେ ସବୁ ଜାଗାରେ…’

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା ଖେଳି ଯାଇଛି କାରଣ ଆମ ମାନଙ୍କର ଗୌରା ଆଉ ଏ ଦୁନିଆରେ ନାହିଁ । ଆପଣ ମାନେ ସମସ୍ତେ ତ ଏହା ଜାଣିଥିବେ କି ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ତଥା ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି ଗତ ପହଡଦିନ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର 45 ବର୍ଷ ବୟସରେ ପିଣ୍ଟୁ ସ୍ତ୍ରୀ ପିଲା ଛୁଆ ଏବଂ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି ।

ପିଣ୍ଟୁ ଯିବା ପରେ ସାରା ଓଡିଶାବାସୀ ମର୍ମାହତ ଅଛନ୍ତି ଆଉ ଅନ୍ୟ ପକ୍ଷେ ପିଣ୍ଟୁଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ବନ୍ଧୁଗଣ ଗତ କାଲି ପିଣ୍ଟୁଙ୍କ ମୃତ ଶରୀରକୁ ହାଇଦ୍ରାବାଦରୁ ଭୁବନେଶ୍ଵର ଅଣା ଯାଇଥିଲା । ସେଠାରେ ତାଙ୍କୁ ଦେଖିବା ପାଇଁ ଅନେକ ଓଡିଆ ସିନେ କଳାକାର ଏବଂ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତେବେ ଓଡିଆ ଅଭିନେତା ରବି ମିଶ୍ର ଏନେଇ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି-‘ଯାହା ପାଇଁ ଆମେ ଆସିଛୁ ଆଜି ଏହା ପୂର୍ବରୁ ବହୁତ ଦୁର୍ଘଟଣା ଘଟିଛି ବହୁତ ଛାଡିକି ଚାଲି ଗଲେଣି ପିଣ୍ଟୁ ସବୁ ଜାଗାରେ ଏଇ ପୋଜିସନରେ ଥାଏ । ହେଲେ ଆଜି ଦୁର୍ଭାଗ୍ୟ ସେ ନାହିଁ ଆମେ ତାକୁ ହରେଇକି ଛିଡା ହେଇଛୁ । ସେ ଜଣେ ଭଲ କଳାକାର ଥିଲେ ସବୁ ଭୂମିକା ସେ କରିପାରୁ ଥିଲେ । ସେ ମୋତେ କିମ୍ସରେ ଦେଖା ହେଇଥିଲା ମୋତେ କହୁଥିଲା ମିହିର ଦାସ ଯିବା ପରେ ବୋଧ ହୁଏ ଭାଇନା ସମସ୍ତେ କହୁଛନ୍ତି ମୁଁ ।

ତେଣୁ ତାକୁ ମୁଁ କହିଲି ହଁ ତୁ ତ ରହିଲୁ ଏବଂ ତାର ସେତିକି ଦକ୍ଷତା ଥିଲା ସେ କରିପାରୁ ଥିଲା । ମୋର ମନେ ଅଛି ଥରେ ବମ୍ବେରେ ଆମେ ଶୁଟିଙ୍ଗରେ ଥିଲୁ ଗୋଟେ ରୁମ୍ ରେ ଆମେ ଦୁଇଜଣ ରହିଥିଲୁ । ତା ପୁଅର ଅପରେସନ ଥିଲା ସେ ଶୁଟିଙ୍ଗରେ ବ୍ୟସ୍ତ ଥିବାରୁ ଆସି ପାରୁ ନଥିଲା । ତା ବ୍ୟସ୍ଥତା ଯାହା ମୁଁ ଦେଖିଥିଲି ଆଉ ଆଜି ଯେତେବେଳେ ଶୁଣିବାକୁ ପାଇଲି ପୁଅ ପରୀକ୍ଷା ଦେଉଛି ବାପା ଶ୍ମଶାନ ଦେଉଛି ।

ଏଇଟା ଭାବିଲେ ଭାରି କଷ୍ଟ ହେଉଛି । ତଥାପି ମୁଁ ଭଗବାନଙ୍କୁ ଡାକିବି ତା ପୁଅ ମାନଙ୍କୁ ସାହାସ ଦିଅନ୍ତୁ ଶକ୍ତି ଦିଅନ୍ତୁ ଏବଂ ଭଲ ମଣିଷ କରନ୍ତୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *