ପୁଅ ଦ୍ୱିତୀୟ ଥର ବାହା ହେଉଥିଲା, ଜେଲକୁ ଘୋଷାଡ଼ି ଘୋଷାଡ଼ି ନେଇଗଲା ବାପା…

ଦିତୀୟ ଥର ପୁଅ ହେଉଥିଲା ବାହା, ଘୋଷାଡ଼ି ଆଣିଲେ ବାପା… ହଁ ଆଜ୍ଞା ଦିତୀୟ ଥର ପୁଅ ବାହା ହେବା ଖବର ପାଇ ପୁଅ ପାଖରେ ସିଧା ଯାଇ ପହଞ୍ଚିଯାଇଥିଲେ ପୁଅର ବାପା । ସେପଟେ ପୁଅ ଲୁଚିକି କୋର୍ଟରେ ମ୍ୟାରେଜ କରୁଥିଲା । ଭଦ୍ରକ ବାସୁଦେବପୁର ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ପୁଅର ବାପାଙ୍କ କହିବା ଆଧାରରେ ମୁଁ ମୋ ନାତିକୁ ନେଇ ମେଡିକାଲକୁ ଆସିଥିଲି । ସେଠାରେ ମୁଁ ଖବର ପାଇଥିଲେ, ଯେ ମୋ ପୁଅ ଦିତୀୟ ବାହାଘର କରିବାକୁ ଯାଉଛି ।

ତାପରେ ମୁଁ ସିଧାଯାଇ ମୋ ପୁଅ ବାହା ହେଉଥିବା ସ୍ଥାନରେ ପହଞ୍ଚି ଯାଇଥିଲି । ତାପରେ ଦିତୀୟ ବାହା ହେବାକୁ ଯାଇଥିବା ପୁଅଙ୍କ ବାପା ପୁଅର କଲର ଧରି ତାଙ୍କୁ ରାସ୍ତା ମଝିରେ ଘୋଷାଡ଼ି ଘୋଷାଡ଼ି ଆଣି ଥାନାରେ ପହଞ୍ଚାଇ ଦେଇଥିଲି । ପୁଅ ସାଥିରେ ଦିତୀୟ ବିବାହ କରିବାକୁ ଯାଉଥିବା ମହିଳା ଜଣଙ୍କ ମଧ୍ୟ ରହିଥିଲେ । ସୂଚନା ମୁତାବିକ ଏରତାଳ ଗ୍ରାମର ବିଶନୁ ମୋହନ ଜେନାଙ୍କ ପୁଅ ଅଜୟ କୁମାର ଜେନା 10 ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।

ହେଲେ ଅଜୟ ଏକ ଯୁବତୀଙ୍କ ସହ ଅନୈତିକ ସମ୍ପର୍କରେ ରହି ତାଙ୍କ ପ୍ରଥମ ସ୍ତ୍ରୀ କୁ ଛାଡି ସେହି ଯୁବତୀଙ୍କ ସହ ଦିତୀୟ ବିବାହ କରିବାକୁ ଯାଉଥିଲେ । ଦିନ ଧାର୍ଯ୍ୟ ଅନୁସାରେ ଅଜୟ ତାଙ୍କ ପ୍ରେମିକାକୁ ନେଇ କୋର୍ଟରେ ବାହା ହେବାକୁ ପହଞ୍ଚିଥିଲେ । ତାପରେ ଅଜୟ ଦିତୀୟ ବାହା ହେବାକୁ ଯାଉଥିବା ଖବର ପ୍ରଥମ ସ୍ତ୍ରୀ ପାଇଲା ପରେ ସେ ତାଙ୍କ ଶ୍ଵଶୁରକୁ ଏ ସବୁ ବିଷୟରେ ଜଣାଇଥିଲେ ।

ତାପରେ ବୃଦ୍ଧ ଶ୍ଵଶୁର ଜଣଙ୍କ କୋର୍ଟରେ ପହଞ୍ଚି ନିଜ ପୁଅର କଲର ଧରି ରାସ୍ତାରେ ତାଙ୍କୁ ଚଲାଇ ଚଲାଇ ଆଣି ବାସୁଦେବପୁର ଥାନାରେ ଆଣି ଦିତୀୟ ବାହା ହେବାକୁ ଯାଉଥିବା ଅଭିଯୋଗରେ ପହଞ୍ଚାଇ ଦେଇଥିଲେ । ତେବେ ନିଜ ଘରର ବୋହୁକୁ ନ୍ୟାୟ ଦେବାକୁ ଯାଇ ବୋହୁ ତଥା ଘରର ମାନ ସମ୍ମାନ ବଞ୍ଚାଇବାକୁ ଯାଇ ବୃଦ୍ଧ ଶ୍ଵଶୁର ଯେଉଁ କାମ କରି ଦେଖାଇଛନ୍ତି । ତାହା ଏକ ଉଦାହରଣ ପାଲଟିଯିବ । ଶ୍ଵଶୁର ମଧ୍ୟ ଘରର ବୋହୁକୁ ସବୁ ସମୟରେ ନିଜ ଝିଅ ଭଳି ସୁରକ୍ଷା ଦେଇପାରେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *