ବନ୍ଧୁଗଣ, ଏଭଳି ପୁଅ ବୋହୂ ଙ୍କୁ ଧିକ । ସମ୍ପତ୍ତି ଲୋଭରେ ଅନ୍ଧ ହେଲେ ଏବଂ ଏତେ ତଳକୁ ଖସିଗଲେ ଯେ, ପୁଅ ବୋହୂ ମିଶି ଜିଅନ୍ତା ମା’ ଉପରେ ଇଟା ଲଦିଲେ । ଏହି ଦୃଶ୍ୟ କେବଳ ଆପଣ ନୁହଁନ୍ତି ଯିଏ ମଧ୍ୟ ଦେଖିବ ତାକୁ କଷ୍ଟ ଲାଗିବ । ବୃଦ୍ଧା ଜଣକ ବଞ୍ଚିଛନ୍ତି ଏବଂ ତାଙ୍କ ଚାରି କରେ ମହିଳା ଜଣକ ଜାଣିଶୁଣି ଭଙ୍ଗା ଇଟା ଆଣି ଗଦା କରୁଛନ୍ତି । ଏହା କି ବିଚିତ୍ର ମାନସିକତା ହୋଇପାରେ ଆପଣ ଅନୁମାନ କରନ୍ତୁ । ବୃଦ୍ଧା ଜଣକ କାନ୍ଦୁଛନ୍ତି ତଥା ହାତ ଯୋଡୁଛନ୍ତି ।
ଆଉ ବା କଣ କରିପାରିବେ ସେ ? ତାଙ୍କର କଣ ବଳବୟସ ଅଛି ନା ପୁଅ ତାଙ୍କ କଥା ମାନିବ ? ପିଲାବେଳେ ସିନା ପୁଅ କୁ କାନ ମୋଡିଦେଲେ ସେ କଥା ମନୁଥିଲା ମାତ୍ର ଏବେ ମୁଣ୍ଡ କୁ ହାତ ପାଇଲାଣି, ବୋହୂ ସହ ମିଶି ବୁଢୀ ମା’ କୁ ଏଭଳି ଅବସ୍ଥା କରିବାକୁ ପଛାଇ ନାହିଁ ପୁଅ । ମା’ କୁ ହତାଦାର କରିବାରେ ଏହି ଘଟଣା ଘଟିଛି କେବଳ ସମ୍ପତ୍ତି ପାଇଁ । ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲିଯାଇଛନ୍ତି ପୁଅବୋହୂ ।
ଜନ୍ମ କଲା ମା’ ଉପରେ ଲଦି ଦେଇଛନ୍ତି ଇଟା । ନିଜ ଶରୀରର ବୋଝ ବୋହି ନପାରୁଥିବା ମା’ ମଧ୍ୟ ଆଉ କ’ଣ କରିପାରିବ ? କେବଳ ହାତ ଯୋଡି ନେହୁରା ହୋଇ କନ୍ଦିବା ଛଡା ଆଉ କିଛି ବାଟା ନାହିଁ । ଯାଜପୁର ଜିଲ୍ଲା ଦଶରତପୁର ଦତ୍ତପୁରା ପଞ୍ଚାୟତ ରେ ଜନ୍ମ ଦାତ୍ରୀ କୁ ଅସନ୍ନମାନ ହେଲା ପରେ ଏହିଭଳି ଲଜ୍ୟା ଜନକ କଥା ଘଟିଛି । ଏବଂ ଏହି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି ।
ଏଥିରେ ଦେଖିବାକୁ ମିଳିଛି ବାରଣ୍ଡା ରେ ବସିଥିବା ବୃଦ୍ଧା ଙ୍କ ଉପରେ ବୋହୂ ଆସି ଇଟା ଫୋପାଡୁଛନ୍ତି । ଜମିବାଡି ବିବାଦ ଏବଂ ଭାଇ ଭାଇ ମଧ୍ୟରେ କଳହ କରି ମା’ କୁ ଏଭଳି ଶାସ୍ତି ଦେଉଛନ୍ତି ପୁଅବୋହୂ । ଗାଁ ର ମାଟିରାଣୀ ବେହେରା ଙ୍କ ପୁଅ ଏବଂ ତାଙ୍କ ସ୍ତ୍ରୀ ମିଶି ଜମିବାଡି ପାଇଁ ଏହିଭଳି କରିଥିବା ଚର୍ଚ୍ଚା ହୋଇଅଛି ।
ଏହି ଘଟଣା କୁ ନେଇ ମଙ୍ଗଳପୁର ଥାନା ରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଅଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ମାଆ ଟି ପୁଅ ଜନ୍ମ କରିଥିଲା କ’ଣ ଏହିଦିନ ଦେଖିବାକୁ । ଆମ୍ଭ ସମାଜରେ ଝିଅ କୁ ହତାଦାର କରି ଲୋକମାନେ ପୁଅଟିଏ ପାଇବାକୁ ଦିଅଁ ଙ୍କ ପାଖରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥାଏ ।
ଲୋକଙ୍କର ଯୁକ୍ତି ଥାଏ ଯେ ପୁଅ ଟି ବଂଶ ରକ୍ଷା କରିବ । ମାତ୍ର ଯାଜପୁର ଜିଲ୍ଲା ରେ ଏହି ମା’ ଟି ୨ ଟି ପୁଅ ଜନ୍ମ କରି କ’ଣ ପାପ କରିଥିଲା ? ଯେଉଁ ପୁଅ ଟିକୁ ବଡ କରିବା ଲାଗି ସେ କେତେ ଦୁଖ କଷ୍ଟ ସହିଥିବ, ଆଜି ସେହି ପୁଅ ସମ୍ପତ୍ତି ଭାଗବଣ୍ଟା କୁ ନେଇ ମା’ କୁ ହତାଦାର କରିବା କୁ ମଧ୍ୟ ପଛାଊ ନାହାଁନ୍ତି । ଏହାଠାରୁ ଲଜ୍ୟା ଜନକ କଥା ଆଉ କ’ଣ ହୋଇପାରେ ? ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।