ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।
ହେଲେ ବନ୍ଧୁଗଣ ଗତ କିଛି ଦିନ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ତାଙ୍କ ବିବାହ ସମୟର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ତେବେ ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଶୋନୁ ସୁନନ୍ଦା । ତା ହେଲେ ଶୋନୁ ସୁନନ୍ଦା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଅଭିନେତ୍ରୀ ଶୋନୁ ସୁନନ୍ଦା ବିବାହ ପରେ ବର୍ତ୍ତମାନ ପ୍ରଜ୍ଞାନଙ୍କ ଘରେ ରହୁଛନ୍ତି । ତେବେ ବନ୍ଧୁଗଣ ବିବାହ ପରେ ପ୍ରଜ୍ଞାନଙ୍କ ମା ଏକ ସାକ୍ଷାତ୍କାର ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପୁଅର ବାହାଘର ଦେଖିବା ପାଇଁ ପ୍ରଜ୍ଞାନଙ୍କ ମା ଅନେକ ଦିନ ଧରି ଅପେକ୍ଷା କରିଥିଲେ । ସେ ଯେଉଁ ଝିଅକୁ ନିଜ ଘରର ବୋହୁ କରିବା ପାଇଁ ଚାହୁଁ ଥିଲେ ସେ ଝିଅ ମଧ୍ୟ ତାଙ୍କ ଘରର ବୋହୁ ହେଉଛି । ହେଲେ ତାଙ୍କ ମନରେ ଗୋଟିଏ ଦୁଃଖ ରହିଯାଇଛି । ପ୍ରଜ୍ଞାନଙ୍କ ମା ସେହି ସାକ୍ଷାତ୍କାରରେ କହିଛନ୍ତି-‘ବାହାଘରରେ ବହୁତ ଖୁସି ଲାଗିଲା’ ।
ଆଗକୁ ସେ କହିଛନ୍ତି-‘ହେଲେ ମନ ଦୁଃଖ ଏଥିପାଇଁ ଯେ, ତାର ବାପା ଥିଲେ କେତେ ଖୁସି ହୋଇଥାନ୍ତେ । ଖୁସିରେ ତାଙ୍କ ଛାତି ଫାଟି ଯାଇଥାନ୍ତା ବହୁତ ଗର୍ବ ଅନୁଭବ କରିଥାନ୍ତେ । ଦୁଃଖ ଲାଗୁଛି ବହୁତ । ପୁଅ ବାହାଘରରେ ସମସ୍ତ ବନ୍ଧୁ ବାନ୍ଧବ ଆସିଥିଲେ । ବାହାଘର ବହୁତ ଭଲ ରେ ହୋଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରଜ୍ଞାନଙ୍କ ମା ନିଜ ମନର ଦୁଃଖ ବିଷୟରେ କହିଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।