ପିରିୟଡ୍ସରେ ବ୍ଲିଡିଙ୍ଗ କମ ଆସିବା ସମସ୍ଯା ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା (Dr Dipti)

ନମସ୍କାର ବନ୍ଧୁଗଣ ତେବେ ମହିଳାଙ୍କ ମାସିକ ଚକ୍ର ବା ପିରିୟଡ଼ ଏକ ସ୍ୱାଭାବିକ ପ୍ରକ୍ରିୟା । ସାଧାରଣତଃ ଜଣେ ଝିଅ କିଶୋରାବସ୍ଥାରେ ପ୍ରବେଶ କଲେ ମାସିକ ଚକ୍ର ଆରମ୍ଭ ହୋଇଥାଏ । ଏହା ୪୦ରୁ ଅଧିକ ବୟସ ପର୍ଯ୍ୟନ୍ତ ଚାଲେ । ପ୍ରାୟ ସମସ୍ତ ମାସିକ ଋତୁସ୍ରାବ ସଂପର୍କରେ ଜାଣନ୍ତି । ତେବେ ମାସିକ ଧର୍ମ ଚକ୍ର ବେଳେ ପ୍ରସ୍ତୁତ ହେଉଥିବା ହରମୋନ ଶରୀରକୁ ସୁସ୍ଥ ରଖିଥାଏ ।  ପ୍ରତିମାସରେ ଏସବୁ ହରମୋନ ମହିଳାଙ୍କ ଶରୀରକୁ ଗର୍ଭଧାରଣ ପାଇଁ ପ୍ରସ୍ତୁତ ରଖି ଥାଆନ୍ତି ।

ଦୁଇ ମାସିକ ଚକ୍ର ମଧ୍ୟରେ ସମୟ ବ୍ୟବଧନା ସାଧାରଣତଃ ୨୮ରୁ ୩୫ ଦିନ ରହିଥାଏ । ଝିଅମାନଙ୍କ ବୟସ ୧୨ ବା ୧୩ ବର୍ଷ ହେଲେ ମେନଷ୍ଟ୍ରୁଏସନ ଆରମ୍ଭ ହୋଇଯାଏ । କିନ୍ତୁ ବିଭିନ୍ନ କାରଣରୁ ଆଉ କିଛି ଝିଅଙ୍କ ପିରିୟଡ୍ସ ବିଳମ୍ବିତ ହୋଇଥାଏ । କିଛି ମହିଳାଙ୍କ ମାସିକ ଧର୍ମ ୩ରୁ ୫ ଦିନ ଧରି ରହେ । ଆଉ କେତେକଙ୍କ କ୍ଷେତ୍ରରେ ଏହା ୨ରୁ ୭ ଦିନ ଧରି ରହେ । ୪୦ ବର୍ଷ ପରେ ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ ଯାହାକୁ ମେନୋପଜ୍ କୁହାଯାଏ ।

ମେନୋପଜ୍ ସହ ମହିଳାଙ୍କ ପ୍ରଜନନ ସାଇକେଲରେ ବିରାମ ଲାଗେ । ସେହି ସ୍ଥିତିରେ ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ । ତେବେ କିଛି ଝିଅ ଙ୍କୁ ପିରିୟଡ଼ ହୁଏ ନାହିଁ ଏବଂ ଏହା ମଧ୍ୟ ଏକ ଚିନ୍ତା ଜନକ ବିଷୟ ଅଟେ । ତେବେ କିଛି ଝିଅ ଙ୍କୁ ପିରିୟଡ଼ ହୋଇଥାଏ କିନ୍ତୁ ସେମାନଙ୍କ ର ଖୋଲି କରି ଆସେ ନାହିଁ  ।

ଅର୍ଥାତ ଦୁଇ ଦିନ ତିନି ଦିନରେ ହୋଇକି ରକ୍ତ ବୋହିବା ବନ୍ଦ ହୋଇଯାଇ ଥାଏ ।  ତେବେ ଏହାର କାରଣ ଅନେକ ହୋଇଥାଏ । ତେବେ ଯଦି ଆପଣଙ୍କ ର ପ୍ରଥମ ପିରିୟଡ଼ ହେଉଛି କିମ୍ବା ପିରିୟଡ଼ ଶେଷ ହେବା ସମୟରେ ମଧ୍ୟ ଏହି ଭଳି ପରିସ୍ଥିତି ହୋଇଥାଏ । ତେବେ ଏହା ବୟସ ଉପରେ ନିର୍ଭର କରେ। ତା ଛଡା ଯଦି ଆପଣ ଗର୍ଭବତୀ ହେବାକୁ ଯାଉଥିବେ ତେବେ ମଧ୍ୟ ଆପଣଙ୍କ ପିରିୟଡ଼ ଖୋଲି କରି ଆସେ ନାହିଁ ।

ଯଦି ଆପଣ ଙ୍କ ର ଥାଇରାଏଡ଼ ଥାଏ ତେବେ ଥାଇରାଏଡ଼ ଦୁଇ ପ୍ରକାରର ହୋଇଥାଏ କେତେବେଳେ ଥାଇରାଏଡ଼ ରେ ପତଳା ହୋଇ ଯାଆନ୍ତି ଏବଂ କେତେବେଳେ ମୋଟା ହୋଇ ଯାଆନ୍ତି । ତେବେ ଥାଇରାଏଡ଼ ରେ ମୋଟା ହେଲେ ପିରିୟଡ଼ ଠିକ ରେ ହୁଏ  ।

ଏବଂ ଯଦି ପତଳା ହୋଇ ଯାଆନ୍ତି ତେବେ ଆପଣଙ୍କ ପିରିୟଡ଼ ରେ କମ ବ୍ଲଡ଼ ବାହାରେ । ତେବେ ଏହା ଛଡା ଯଦି ଆପଣଙ୍କ ଟିବି ହୋଇଥାଏ ତେବେ ମଧ୍ୟ ଆପଣଙ୍କ ର ଏଭଳି ପରିସ୍ଥିତି ଦେଖାଯାଏ ତାଛଡା ଯେଉଁମାନେ ଅଧିକ ଡାଏଟ କରନ୍ତି ଏବଂ ଯେଉଁମାନେ ବହୁତ ମୋଟା ଥାଆନ୍ତି ଏବଂ ହଠାତ ପତଳା ହୋଇ ଯାଆନ୍ତି ସେମାନଙ୍କ ସ୍ଥିତି ରେ ମଧ୍ୟ ଅଳ୍ପ ବିଲିଡିଂ ପଡିଥାଏ

ତେବେ ଏହି ସବୁ କ୍ଷେତ୍ରରେ ଆପଣ ନିଶ୍ଚିତ ଭାବରେ ଡାକ୍ତର ଙ୍କ ପାଖକୁ ଯାଆନ୍ତୁ ଏବଂ ଡାକ୍ତର ଙ୍କ ପରାମର୍ଶ ନିଅନ୍ତି ଏବଂ ନିଜର ଉଚିତ ଚିକିତ୍ସା କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଭାବରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *