Priyanka Chopra ବୟସରେ ନିଜ ଶାଶୁଙ୍କ ଠାରୁ ମାତ୍ର ଏତିକି ବର୍ଷ ସାନ, ଶାଶୁ ନୁହେଁ ବରଂ ଲାଗନ୍ତି ବଡ ଜା’- ସାନ ଜା’ ଙ୍କ ପରି !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଙ୍କୁ ତ ନିଶ୍ଚୟ ଜାଣିଥିବେ। ସେ ବଲିଉଡ ରେ ହିଟ ସିନେମା ପ୍ରଦାନ କରିଥିଲେ ଏହା ସହ ସେ ହଲିଉଡ଼ ରେ ମଧ୍ୟ ନିଜର କମାଲ ଦେଖେଇଥିଲେ। ତେବେ ପ୍ରିୟଙ୍କା ୧୯୮୨ ମସିହା ଜୁଲାଇ ୧୮ ରେ ଜନ୍ମ ଗ୍ରହଣ କରିଥିଲେ ତେବେ ସେ ୨୦୦୦ ମସିହାରେ ମିସ ୱାର୍ଲଡ଼ ମଧ୍ୟ ହୋଇଥିଲେ। ତେବେ ସେ ଅନ୍ଦାଜ, ଏତରାଜ, ଗୁଣ୍ଡେ, ବରଫି ଏବଂ ଫେସନ ଭଳି ଅନେକ ହିଟ ସିନେମା ରେ ସେ ଅଭିନୟ କରିଥିଲେ।


ତେବେ ପ୍ରିୟଙ୍କା ହଲିଉଡ଼ ର ଗାୟକ ଏବଂ ଅଭିନେତା ନିକ୍ ଜୋନ୍ସ ଙ୍କୁ ବିବାହ କରିଥିଲେ। ତେବେ ଏହା ୨୦୧୮ ଡିସେମ୍ବରରେ ଯୋଧପୁର ଉମ୍ମେଦ ଭବନରେ ହୋଇଥିଲା । ଏହି ବିବାହ ହିନ୍ଦୁ ଓ ଖ୍ରୀଷ୍ଟିୟାନ୍ ପରମ୍ପରା ଅନୁଯାୟୀ ହୋଇଥିଲା । ନିଜର ବିବାହ ସମ୍ପର୍କରେ ଏମିତି କିଛି ଖାସ୍ କଥା ପ୍ରକାଶ କରିଛନ୍ତି ପ୍ରିୟଙ୍କା । ତାଙ୍କ ଠାରୁ ପତି ନିକ୍ ୧୦ ବର୍ଷ ସାନ ବୋଲି କହିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କାକୁ ୩୭ ବର୍ଷ ବୟସ ହୋଇଥିବା ବେଳେ ପତି ନିକ୍‌ଙ୍କୁ ୨୭ ବର୍ଷ ବୟସ ବୋଲି କୁହନ୍ତି ପ୍ରିୟଙ୍କା । ନିକ୍ ଓ ତାଙ୍କ ମଧ୍ୟରେ ଯଦିଓ କାଫି ଏଜ୍ ଗ୍ରୁପ୍ ରହିଛି, ତେବେ ଏଥିରେ କୈାଣସି ଚିନ୍ତାଜନକ କଥା ନାହିଁ ବୋଲି କୁହନ୍ତି ପ୍ରିୟଙ୍କା । ନିକ୍ ମଧ୍ୟ ଭାରତୀୟ ପରମ୍ପରା ସହିତ ଖୁବ୍ ମିଶିଗଲେଣି। ତେବେ ପ୍ରିୟଙ୍କା ନିଜ ଶାଶୂ ଘର ଲୋକଙ୍କ ସହ ମଧ୍ୟ ବହୁତ କ୍ଲୋଜ ଖାସ କରି ତାଙ୍କ ଶାଶୂ ଡେନିସ୍ ଜୋନ୍ସ ଙ୍କ ସହ ସେ ବହୁତ ନିକଟତର ମଧ୍ୟ।


ଦୁହିଁଙ୍କ ଭିତରେ ବହୁତ ଭଲ ବଣ୍ଡିଂ ମଧ୍ୟ ଅଛି। ତେବେ ପ୍ରିୟଙ୍କା ଏବଂ ଡେନିସ ଙ୍କ ଭିତରେ ମାତ୍ର ୧୬ ବର୍ଷର ଫରକ ରହିଛି। ତେବେ ପ୍ରିୟଙ୍କା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜ ଫ୍ୟାମିଲି ଫୋଟୋ ଏବଂ ନିଜ ଶାଶୂ ମାଆ ଙ୍କ ସହ ମଧ୍ୟ ଫୋଟୋ ଛାଡ଼ନ୍ତି ଏବଂ କିଛି ଲୋକ ଏହି ଯୋଡି କୁ ଦେଖି ଶାଶୁ ବୋହୁ କମ ଦେବରାଣୀ ଜେଠାନି ଅଧିକ ଦେଖା ଯାଉଛନ୍ତି ବୋଲି ମଧ୍ୟ କମେଣ୍ଟ କରୁଛନ୍ତି।


ତେବେ ଡେନିସ୍ ମଧ୍ୟ ସୁନ୍ଦରତା ମାମଲାରେ କିଛି କମ ନୁହେଁ ସେ ନିଜ ବୋହୁ କୁ ମଧ୍ୟ କଡା ଟକ୍ଙ୍କର ଦେଇ ପାରୁଛନ୍ତି। ତେବେ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ବହୁତ ଭଲ ଅଟେ।
ତେବେ ପ୍ରିୟଙ୍କା ଏବଂ ନିକ ଯୋଡି ବହୁତ ଚର୍ଚ୍ଚା ରେ ମଧ୍ୟ ରହିଥାଏ। ସେମାନେ କଣ ପିନ୍ଧୁଛନ୍ତି କଣ କରୁଛନ୍ତି ଏବଂ କଣ କହୁଛନ୍ତି ସବୁଥିରେ ନଜର ରହୁଛି। ତେବେ ଦୁହେଁ ଏକାଠି ବହୁତ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି।

ତେବେ ବୟସ ର ଏତେ ପାର୍ଥକ୍ୟ ରହିବା ସତ୍ୱେ ମଧ୍ୟ ଦୁହିଁଙ୍କ ଭିତରେ ପ୍ରେମ କମି ନାହିଁ ଏବଂ ଲୋକମାନେ ମଧ୍ୟ ଏହି ଯୋଡି କୁ ଖୁବ ଭଲ ପାଆନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *