ଦିନେ ପ୍ରେମରେ ହୋସ ହରାଇ ବସିଥିଲେ Divyanka Tripathy, ନିଜ ପ୍ରେମକୁ ହାସଲ କରିବା ପାଇଁ ନେଇଥିଲେ କଳାଜାଦୁ ର ସାହାର !

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଦିବ୍ୟଙ୍କାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଦିବ୍ୟଙ୍କା ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ୧୪ ଡିସେମ୍ବର ୧୯୮୪ ମସିହାରେ ଜନ୍ମ ନେଇଥିବା ଦିବ୍ୟଙ୍କା ଆଜି ୩୭ ବର୍ଷର ହୋଇସାରିଛନ୍ତ ।

ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ଦିବ୍ୟଙ୍କା ସବୁବେଳେ ଚର୍ଚାରେ ରୁହନ୍ତି । ଦିବ୍ୟଙ୍କା ନିଜ ଟେଲିଭିଜନ କାରିୟରର ଆରମ୍ଭ ‘ବନୁ ମେ ତେରି ଦୁଲହନ’ରୁ କରିଥିଲେ । ଏହା ପରେ ଦିବ୍ୟଙ୍କା କେତେକ ଟିଭି ସୋରେ ନଜର ଆସିଥିଲେ । ହେଲେ ତାଙ୍କୁ ସଫଳତା ‘ୟେ ହେ ମହବତେ’ ସିରିଏଲରୁ ମିଳିଛି । ବନ୍ଧୁଗଣ ଦିବ୍ୟଙ୍କା ୨୦୧୬ ମସିହାରେ ଅଭିନେତା ବିବେକ ଦାହିୟାଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ମୁମ୍ବାଇରେ ରହୁଛନ୍ତି ।

ଗୋଟେ ସମୟରେ ଦିବ୍ୟଙ୍କାଙ୍କ ଲଭ ଅଫେୟାର ଚର୍ଚା ବହୁତ ହେଉଥିଲା । ଦିବ୍ୟଙ୍କା ଅଭିନେତା ଶରଦ ମଲ୍ହୋତ୍ରାଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ ହେଲେ ଏହି ଦୁଇଜଣ ପରସ୍ପର ଠାରୁ ଅଲଗା ହୋଇଗଲେ । ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ନିଜ ରିଲେସନସିପକୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ ହେଲେ ସେ ନିଜ ରିଲେସନ ସିପକୁ ବଞ୍ଚାଇ ପାରିଲେ ନାହିଁ ।

ଆଜି ଆମେ ଆପଣ ମାନଙ୍କୁ ଦିବ୍ୟଙ୍କାଙ୍କ ଜୀବନ ସହ ଜଡିତ କିଛି ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଦିବ୍ୟଙ୍କା ନିଜର ପ୍ରଥମ ସୋ ‘ବନୁ ତେରି ଦୁଲହନ’ରେ ଅଭିନେତା ଶରଦ ମଲ୍ହୋତ୍ରାଙ୍କ ସହ କାମ କରିଥିଲେ । ଏହି ସୋରେ ହିଁ ଦିବ୍ୟଙ୍କା ଓ ଶରଦ ପ୍ରଥମ ଥର ପାଇଁ ପରସ୍ପର ସହ ସାକ୍ଷାତ କରିଥିଲେ ।

ଏହି ସୋରେ କାମ କରିବା ବେଳେ ଉଭୟ ଦିବ୍ୟଙ୍କା ଓ ଶରଦ ପରସ୍ପରକୁ ପ୍ରେମ କରି ବସିଲେ ଏବଂ ଅନେକ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ୮ ବର୍ଷ ପର୍ଯ୍ୟନ୍ତ ଲଭ ରିଲେସନରେ ଥିଲେ ହେଲେ ଏମାନେ କେବେବି ନିଜ ରିଲେସନକୁ ସ୍ଵୀକାର କରି ନାହାନ୍ତି । ହେଲେ ନିଜ ବ୍ରେକ୍ ଅପକୁ ନେଇ ଦିବ୍ୟଙ୍କା ଏକ ଇଣ୍ଟର୍ବ୍ୟୁରେ ଏକ ବଡ ଖୁଲାସା କରିଥିଲେ ।

ଦିବ୍ୟଙ୍କା ସେହି ଇଣ୍ଟର୍ବ୍ୟୁରେ କହିଥିଲେ-‘ମୁ ସବୁ କିଛି କରିବା ପାଇଁ ଚେଷ୍ଟା କରିଲି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୁ ଯାହା କରିଛି । ମୁ ମୋର ରିଲେସନକୁ ବଞ୍ଚାଇବା ପାଇଁ କଳା ଜାଦୁର ସାହାରା ମଧ୍ୟ ନେଇ ଥିଲି ହେଲେ ମୋର ସମସ୍ତ ଚେଷ୍ଟା ବ୍ୟର୍ଥ ହେଇଗଲା’ । ସିଦ୍ଧାର୍ଥଙ୍କ ଠାରୁ ଅଲଗା ହେବା ପରେ ଦିବ୍ୟଙ୍କା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ସେ ବିବେକଙ୍କ ସହ ଖୁସିରେ ଅଛନ୍ତି । ତା ହେଲେ ଆପଣ ମାନଙ୍କୁ ଦିବ୍ୟଙ୍କା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *