ପର ପୁରୁଷ ପ୍ରେମରେ ମା’ ସାଜିଲା ରାକ୍ଷସୀ, ନିଜ ଛୁଆ ସହ ଯାହା କଲା ଶୁଣିଲେ ଛାତି ଥରି ଉଠିବ…ଦେଖନ୍ତୁ Video

ପର ପୁରୁଷ ପ୍ରେମରେ ଅନ୍ଧ ହୋଇଗଲା ମାଆ । ଜନ୍ମଦେଲୁ କାହିଁକି.. କଚାଡି କଚାଡି ମଆରିଲୁ କାହିଁକି ? ଅନ୍ତଫାଡି ଜନ୍ମ ଦେଲୁ, ପ୍ରେମ ପାଇଁ ବଳି ପକାଇଦେଲୁ । ସ୍ଵାମୀ ବିଦେଶରେ, ଯୁବକଙ୍କ ପ୍ରେମରେ ସ୍ତ୍ରୀ ବାୟାଣୀ । ଉଭୟଙ୍କ ପ୍ରେମର କଣ୍ଟା ସାଜିଥିଲା ତିନି ବର୍ଷର କୁନି ପୁଅ  । ମାତ୍ର ତିନି ବର୍ଷର ପିଲା ମାଆ ମାଆ ଡାକିବା ସିଖୁ ଥିଲା । ମାଆର ହାତ ଧରି ସେ ବାଟ ଚାଲିବା ସିଖୁ ଥିଲା ମାଆ ବିନା ତାକୁ ସବୁ ଅନ୍ଧାର ଦିଶୁ ଥିଲା ।

କିନ୍ତୁ ମାଆ ଥିଲା ପ୍ରେମ ବାୟଣୀ । ପ୍ରେମିକ ସହ ମିଶି ଅନ୍ତ ଫାଡି ଜନ୍ମ ଦେଇଥିବା ଛୁଆକୁ କଚାଡି କଚଆଡି ମଆରିଦେଲା । ଏ କଥା ବୋଧ ହୁଏ ସହଜରେ କେହି ବିଶ୍ଵାସ କରିବେ ନାହିଁ ହେଲେ ଅଭିଯୁକ୍ତ ପ୍ରେମିକ ଯାହା କହୁଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବିଦେଶରେ ଦିନରାତି କଷ୍ଟ କରି ଛୁଆ ଆଉ ସ୍ତ୍ରୀଙ୍କ ପାଇଁ ଟଙ୍କା ପଠାଉ ଥିଲେ ସ୍ଵାମୀ ଆଉ ଏପଟେ କିନ୍ତୁ ତିନୋଟି ସନ୍ତାନର ମାଆ ପର ପୁରୁଷ ପ୍ରେମରେ ଉବୁ ଡୁବୁ ହେଉଥିଲା ।

ଉଭୟଙ୍କ ପ୍ରେମରେ କଣ୍ଟା ସାଜି ଥିଲା ତିନି ବର୍ଷର କୁନି ପୁଅ ରାସ୍ତା କଣ୍ଟା ସଫା କରିବା ପାଇଁ ରଚିଥିଲେ ଏକ ବଡ ଷଅଡଯନ୍ତ୍ର । ସେଥିପାଇଁ ତିନି ବର୍ଷର ପୁଅକୁ ଧରି ଗାଁ ଛାଡି ପଟାମୁଣ୍ଡେଇ ରେ ରହୁଥିଲେ ମହିଳା । କେନ୍ଦ୍ରପଡା ପଟାମୁଣ୍ଡେଇ ମାଠିଆପଡା ଗାଁର ସସ୍ମିତା ନାଥ ତିନୋଟି ସନ୍ତାନର ମାଆ । ସ୍ଵାମୀଙ୍କ ଅନୁପସ୍ଥିତିରେ ଲକ୍ଷ୍ମୀଧର ନାମକ ଏକ ଯୁବକଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ ।

ବଡ ଝିଅ ଆଉ ବଡ ପୁଅ ମାମୁଘରେ ରୁହନ୍ତି ହେଲେ ସେଦିନ କିନ୍ତୁ ବଡ ଝିଅ ଘରେ ଥିଲା । ପ୍ରେମିକ ଲକ୍ଷ୍ମୀଧର ଘରକୁ ଆସି ସାନ ପୁଅକୁ ଗାଧୋଇ ଦେବା ବାହାନାରେ ନେଇ କଚାଡି କଚାଡି ମାରିଥିଲା ଆଉ ତାକୁ ସାଥ ଦେଇଥିଲା ଜନ୍ମ କଲା ମାଆ । ପରେ ଚିତ୍କାର କରି ମାଆ କୁନି ପୁଅ ମୃତ୍ୟୁର କାହାଣୀ କହିଥିଲା ଛାତରୁ ପଡି କୁନି ପୁଅର ମୃତ୍ୟୁ ହୋଇଛି ବୋଲି ସେ ବାପଘରକୁ କହିଥିଲା ।

କିନ୍ତୁ ବଡ ଝିଅଟି ଘରେ ଥାଇ ସମସ୍ତ ଘଟଣା ଦେଖିଥିଲା । ବନ୍ଧୁଗଣ ଏବେ ଏହି ଘଟଣାଟି ଥାନାରେ ପହଞ୍ଚିଛି ଆଉ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *