ପ୍ରି ପ୍ଲାନ କରି Anjan କୁ ମାରିଥିଲେ ଏବେ ହାତ ଧରା ଧରି ହୋଇ ଜେଲ ଗଲେ… Pinku Niharika

ହାତ ଧରାଧରି ହୋଇ ଜେଲ୍ ଗଲେ ପିଙ୍କୁ ଓ ନିହାରିକା ! ହଁ ଅଜ୍ଞା ପ୍ରେମ କରୁଥିଲେ ଏବେ ପୁଣି ହାତ ଧରାଧରି ହୋଇ ଜେଲ୍ କୁ ବି ଗଲେ । ତେବେ ସୂଚନା ମୁତାବିକ ପୋଲିସ ହାତରେ ଅଭିଯୁକ୍ତ ପିଙ୍କୁ ଓ ନିହାରିକା ଧରା ପଡିଛନ୍ତି । ଅଞ୍ଜନଙ୍କୁ ହତ୍ୟା କରିବା ପରେ ଉଭୟ ଫେରାର ହୋଇଯାଇଥିଲେ । ଯାହା ପରେ ପୋଲିସ ସେମାନଙ୍କୁ ବହୁତ ଖୋଜି ଖୋଜି ଶେଷରେ ଉଭୟ ପିଙ୍କୁ ଓ ନିହାରିକାକୁ ଗିରଫ କରିଛି ।

ତାପରେ ଉଭୟଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇ ଝାରପଡା ଜେଲ୍ କୁ ପଠା ଯାଇଛି । ତେବେ ପ୍ରେମ ବ୍ୟାପାରକୁ ନେଇ ଏଭଳି ବିଭତ୍ସ କାଣ୍ଡ ହୋଇଯାଇଛି । ତେବେ ଏହି ହତ୍ୟା ଘଟଣାର 2 ଦିନ ପରେ ପୋଲିସ ଏମାନଙ୍କୁ ଉଭୟଙ୍କୁ ଗିରଫ କରିଛି । ପୋଲିସ ଗିରଫ କରିଥିବା ଏ 2 ଜଣ ହେଉଛନ୍ତି ସେହି ମାନେ ଯେଉଁ ମାନେ ଅଞ୍ଜନଙ୍କୁ ମାରି ଦେଇଛନ୍ତି ।

ତେବେ ସେଦିନର ଘଟଣା ଅନୁଯାଇ ରାତି ଅଧରେ ନିହାରିକା ନିଜ ଠାରୁ ଗୌତମର ପିଛା ଛଡାଇବାକୁ ଗୌତମକୁ ଘଟଣା ସ୍ତଳକୁ ଡକାଇ ଥିଲା । ତାପରେ ଯେଉଁଠାରେ ନିହାରିକା, ତା’ ପ୍ରେମିକ ପିଙ୍କୁ ଓ 5 ଜଣ ସାଥି ଛିଡା ହୋଇଥିଲେ । ସେହି ଜାଗାରେ ଆସି ଗୌତମ ଓ ଅଞ୍ଜନ ଆସି ପହଞ୍ଚି ଯାଇଥିଲେ । ତେବେ ସମସ୍ତେ କଥାବାର୍ତ୍ତା କରି ବୁଝାସୁଝା ହେଉଥିବା ବେଳେ କଥା କଥାରେ ଏଭଳି କିଛି ହୋଇଯାଇଥିଲା । ଯେ ନିହାରିକା ରାଗିଜାଇ ତା’ ପ୍ରେମିକ ପିଙ୍କୁକୁ କହିଥିଲା ମାରିବାକୁ ।

ତାପରେ ପ୍ରେମିକ ନିଜ ପ୍ରେମିକା ନିହାରିକାର କଥାରେ ପଡି ସାଙ୍ଗରେ ଆଣିଥିବା ଖଣ୍ଡା ସାହାଜ୍ଯରେ ଅଞ୍ଜନକୁ ମାରିଥିଲା । ଘଟଣା ସ୍ତଳରେ ଅଞ୍ଜନ ଛଟପଟ ହେଉଥିବା ବେଳେ ଗୌତମ ସେହି ସ୍ଥାନରୁ ଲୁଚି ଦୌଡିଯାଇ ଏକ ଟ୍ରକ ତଳେ ଆଶ୍ରା ନେଇଥିଲା । ତେବେ ଅଞ୍ଜନଙ୍କୁ ମାରିବା ପରେ ନିହାରିକା ଓ ତା’ ପ୍ରେମିକ ପିଙ୍କୁ ଘଟଣା ସ୍ତଳକୁ ଫେରାର ହୋଇଯାଇଥିଲେ  ।

ହେଲେ ଉଭୟ ଏବେ ପୋଲିସ ହାତରେ ଧରା ପଡି ଗିରଫ ହୋଇଛନ୍ତି । ଯାହାପରେ ନିହାରିକା ଓ ପିଙ୍କୁର ମେଡିକାଲ ଟେଷ୍ଟ କରାଯାଇ ତାଙ୍କୁ ଝାରପଡା ଜେଲ୍ କୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *