ପ୍ରତିଦିନ ଏହି 5 ଟି ଜିନିଷ ଖାଇବେ ତ କୋଲେଷ୍ଟ୍ରୋଲ ମୂଳରୁ ହେଇଯିବ ଶେଷ (Health Tips)

ନମସ୍କାର ବନ୍ଧୁଗଣ ତେବେ ଦୁଇ ପ୍ରକାର କୋଲେଷ୍ଟ୍ରଲ ଅଛି ଏଚଡ଼ିଏଲ ଏବଂ ଏଲଡ଼ିଏଲ । ସେଗୁଡ଼ିକ ଚର୍ବି ଏବଂ ପ୍ରୋଟିନ୍ ଦ୍ୱାରା ଗଠିତ । ତେଣୁ, ଏଠାରେ ଆମେ ଆପଣଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ଏବଂ କମ୍ କୋଲେଷ୍ଟ୍ରଲ୍ର କାରଣ ଏବଂ ଚିକିତ୍ସା ବିଷୟରେ କହୁଛୁ । ଉଚ୍ଚ ସାନ୍ଦ୍ରତା ଲିପୋପ୍ରୋଟେନ୍ କୁ ଏଚଡ଼ିଏଲ ଏବଂ ନିମ୍ନ ସାନ୍ଦ୍ରତା ସାନ୍ଧ୍ରତା ଲିପୋପ୍ରୋଟେନ୍ କୁ ଏଲ ଡ଼ି ଏଲ କୁହାଯାଏ । ଏହି ଲିପୋପ୍ରୋଟେନ୍ ଗୁଡିକ ଚର୍ବି ଏବଂ ପ୍ରୋଟିନ୍ ଦ୍ୱାରା ଗଠିତ ।

ଏଚଡ଼ିଏଲ ଭଲ କୋଲେଷ୍ଟ୍ରଲ ଭାବରେ ଜଣାଶୁଣା କାରଣ ଏହା ଶରୀରକୁ ଅତ୍ୟଧିକ କୋଲେଷ୍ଟ୍ରଲରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଯେତେବେଳେ କି ଏଲଡ଼ିଏଲ କୁ ଏକ ଖରାପ କୋଲେଷ୍ଟ୍ରଲ ଭାବରେ ବର୍ଣ୍ଣନା କରାଯାଇଛି କାରଣ ଏହା ଧମନୀରେ କୋଲେଷ୍ଟ୍ରଲ ପରିବହନ କରିଥାଏ ଏବଂ ଶରୀରରୁ ବାହାର କରାଯିବା ପରିବର୍ତ୍ତେ ଏହା ଧମନୀ କାନ୍ଥରେ ସଂଗ୍ରହ କରିଥାଏ, ଯାହା ହୃଦଘାତର ସମ୍ଭାବନା ବଢାଇଥାଏ ।

ତେବେ ଏହାର କିଛି ପ୍ରମୁଖ କାରଣ ମଧ୍ୟ ରହିଛି । ଯେପରି ଅଧିକ ଚର୍ବିଯୁକ୍ତ ଖାଦ୍ୟ ଲାଲ ମାଂସ ଏବଂ ପୂର୍ଣ୍ଣ ଚର୍ବି ଦୁଗ୍ଧଜାତ ଦ୍ରବ୍ୟ । ବ୍ୟାୟାମ ନକରିବା କାରଣରୁ କୋଲେଷ୍ଟ୍ରଲ ସ୍ତର ବଢିଥାଏ । ଓଜନ ବୃଦ୍ଧି କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ବଢାଇପାରେ । ଡାଇବେଟିସ୍ ଏବଂ ଥାଇରଏଡ୍ କୋଲେଷ୍ଟ୍ରୋଲ୍ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି ଜିନିଷ ରହିଛି ଯାହାର ସେଵନ ଦ୍ୱାରା ଆମର ଆଉ କୋଲେଷ୍ଟ୍ରଲ ବଢିବ ନାହିଁ । ତେବେ ଆସନ୍ତୁ ସେସବୁ ଜାଣିନେବା ।

୧- ପ୍ରଥମ ରେ ହେଉଛି ରସୁଣ । ତେବେ ପରୀକ୍ଷା ଦ୍ଵାରା ଜଣାଯାଇଛି ଯେ କି ରସୁଣ ଭିତରେ ଅନେକ ଔଷଧୀୟ ଗୁଣମାନ ରହିଛି । ତେବେ ଯଦି ଆପଣ ସକାଳୁ ରସୁଣ ର ଏକ କୋଲା କୁ ମେଡ଼ିସିନ ଭଳି ପାଣି ସାହାଯ୍ୟ ରେ ସେବନ କରନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଶରୀର ରେ ଅନେକ ଲାଭ ହୁଏ ଏବଂ କୋଲେଷ୍ଟ୍ରଲ ମଧ୍ୟ ବଢିବାକୁ ଦେଇ ନଥାଏ ଏବଂ ସ୍ୱାସ୍ଥ୍ୟ ସୁସ୍ଥ ରୁହେ ।


୨- ଦ୍ଵିତୀୟ ରେ ହେଉଛି ଓଟ୍ସ । ତେବେ ଓଟ୍ସ କୁ ସବୁଠାରୁ ଭଲ ବ୍ରେକ ଫାଷ୍ଟ କୁହାଯାଏ । ଓଟ୍ସ ରେ ଭିଟାମିନ, ଫାଇବାର ଆଦି ରହିଥାଏ । ତେବେ ଏହି ଫାଇବାର ଆମର କୋଲେଷ୍ଟ୍ରଲ କୁ କମେଇବାରେ ସାହାର୍ଯ୍ୟ କରିଥାଏ । ତେଣୁ ଆପଣ ନିୟମିତ ଭାବରେ ସକାଳେ ନିଜର ଜଳଖିଆ ରେ ଏହି ହେଲଦି ଓଟ୍ସ ର ସେଵନ କରନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ଅଟେ ।


୩- ତୃତୀୟ ରେ ହେଉଛି ବାଦାମ ଏବଂ ଅଖରତ । ତେବେ ଏହି ଦୁଇଟି ଜିନିଷ ରେ ମୋନୋସଚେରିଟ ଫ୍ୟାଟ ବହୁତ ଅଧିକ ମାତ୍ରାରେ ହୋଇଥାଏ । ଏହାସହ ଏଥିରେ ଓମେଗା ଥ୍ରୀ ଫ୍ୟାଟ ମଧ୍ୟ ରହିଛି । ଏହା ଆମ ହୃଦୟ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ମଧ୍ୟ ହୋଇଥାଏ । ଏହା ସହ ଏହି ଜିନିଷ ର ସେବନ କରିବା ଦ୍ୱାରା ଆମର କୋଲେଷ୍ଟ୍ରଲ ମଧ୍ୟ କମିଯାଇଥାଏ ।

୪- ଚତୁର୍ଥ ରେ ହେଉଛି ସବୁଜ ପନିପରିବା । ତେବେ ଏହି ସବୁଜ ପନିପରିବା ଭିତରେ ପାଳଙ୍ଗ ବହୁତ ଲାଭଦାୟକ ଥାଏ । ସେଥିରେ ପ୍ରୋଟିନ ଏବଂ କ୍ୟାରୋନିଟ ମଧ୍ୟ ରହିଥାଏ ଯାହା କି ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ତେବେ ଏହାର ସେବନ ଦ୍ୱାରା ଆମ ର ଅଯଥା କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ ରେ ଆଣିଥାଏ । ଏହା ସହ ହୃଦୟ ରୋଗ ରୁ ମଧ୍ୟ ମୁକ୍ତି ମିଳେ ।


୫- ପଞ୍ଚମ ରେ ହେଉଛି ସୋୟାବିନ । ତେବେ ସୋୟାବିନ କୁ ଆପଣ ମାନେ ନିଶ୍ଚିତ ଖାଉଥିବେ ତେବେ ଏହି ସୋୟାବିନ ରେ ଥିବା ପ୍ରୋଟିନ ଏବଂ ଗୁଣ ଆମ ଶରୀର ପାଇଁ ଖୁବ ଆବଶ୍ୟକ ତେବେ ଏହି ସୋୟାବିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମିଥାଏ ଏବଂ ଶରୀର ସୁସ୍ଥ ରୁହେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *