ପ୍ରତିଦିନ ସକାଳୁ ଉଠିବା ମାତ୍ରେ କେବଳ କୁହନ୍ତୁ ଏହି 2 ଟି ମନ୍ତ୍ର, ଜୀବନରେ କେବେ ବି ଆସେ ନାହିଁ ଦାରିଦ୍ର୍ୟତା (Anuchinta)

ନମସ୍କାର ବନ୍ଧୁଗଣ ତେବେ ମଣିଷ ଜୀବନରେ ଉଭୟ ଦୁଃଖ ଏବଂ ସୁଖ ଆସିଥାଏ । ସବୁବେଳେ ମଣିଷ ଏଥିପାଇଁ ଚିନ୍ତାରେ ରହିଥାଏ ଯେ ତାର ଆଗାମୀ ଜୀବନ କେମିତି ଅତିବାହିତ ହେବ । ବେଳେ ବେଳେ ଆମ ଜୀବନରେ ବହୁତ ଗୁଡିଏ ସମସ୍ୟା ଆସି ଯାଇଥାଏ ଯାହାର ସମାଧାନ ପାଇଁ ଆମେ ବହୁତ କିଛି ଉପାୟ ଅବଲମ୍ବନ କରିଥାଉ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କର ଏହି ସମସ୍ୟାର ସମାଧାନକୁ ନେଇ ଆସିଛୁ ।

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଶବ୍ଦ କହିବୁ ଯାହାକୁ ଆପଣ ସକାଳେ କେବଳ ଥରେ କହିବେ, ଏହା ଦ୍ଵାରା ଭଗବାନ ଶିବ ଆପଣ ମାନଙ୍କର ସବୁ ମନୋକାମନା ପୂର୍ଣ୍ଣ କରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ମଣିଷ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବୁ ଯାହାଦ୍ୱାରା ଆପଣ ବହୁତ ସହଜରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ ।

ତେବେ ଏଥିପାଇଁ ଆପଣଙ୍କୁ କୌଣସି ପୂଜା ପାଠ କରିବାର ଆବଶ୍ୟକତା ନାହିଁ । ଆପଣଙ୍କୁ କେବଳ ସବୁଦିନ ସକାଳେ ଉଠି ଏକ ଶବ୍ଦ କହିବାର ଅଛି । ଆପଣଙ୍କ ଘର ର ସମସ୍ତ ସଦସ୍ୟ ଏହି ଉପାୟକୁ ଅବଲମ୍ବନ କରିପାରିବେ । ଏହି ଉପାୟ ଦ୍ଵାରା ବିଦ୍ୟାର୍ଥୀ ମାନଙ୍କର ମାନସିକ ବିକାଶ ହେବ, ଯାହା ଫଳରେ ସେମାନେ ପରୀକ୍ଷାରେ ଉତିର୍ଣ୍ଣ ହେବେ । ତେବେ ଘରର ସ୍ତ୍ରୀ ମାନେ ମଧ୍ୟ ଏହି ଉପାୟ କରି କରି ନିଜ ପରିବାରର ଶୁଭ କାମନା କରିପାରିବେ ।

ଏଥିପାଇଁ ଘରର ସ୍ତ୍ରୀ ମାନଙ୍କୁ ସ୍ନାନ କରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ସ୍ତ୍ରୀ ମାନେ ଏହି ଦୁଇଟି ଶବ୍ଦର ଉପଯୋଗ କରିଲେ ତାଙ୍କର ବୈବାହିକ ଜୀବନ ବହୁତ ସୁଖମୟ ହେବା ସହ ତାଙ୍କ ପରିବାରରେ ସମୃଦ୍ଧି ହେବ । ଏହା ସହିତ ଘରର ପରିଜନ ମାନେ ମଧ୍ୟ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଏହି ଶବ୍ଦର ଅବଲମ୍ବନ କରି ପାରିବେ । ଘରର ପୁଅ ମାନେ ଏହି ଶବ୍ଦର ଅବଲମ୍ବନ କରିଲେ ସେମାନଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ ଏବଂ ବ୍ୟାପାର କ୍ଷେତ୍ରରେ ଧନଲାଭ ହେବ ।

ଆପଣଙ୍କୁ ସବୁଦିନ ସକାଳେ ଉଠି ‘ଓଁ ଜୁଂ ସଃ’ ମନ୍ତ୍ରକୁ କହିବାର ଅଛି । ଏହା ହେଉଛି ଏକ ଲଘୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହି ମନ୍ତ୍ର ର ଜପରେ ଆପଣ ସଂସାରର ସମସ୍ତ ସଫଳତା ହାସଲ କରିପାରିବେ । ଯଦି ଆପଣଙ୍କ କୁଣ୍ଡଳୀରେ କିଛି ଦୋଷ ରହିଥାଏ ତେବେ ଏହି ମନ୍ତ୍ରର ଜପ ଦ୍ଵାରା ତାହା ଦୂର ହୋଇଯିବ । ଏହା ବ୍ଯତୀତ ନିଜର ଦୁଇ ହାତକୁ ଯୋଡି ଆଉ ଏକ ମନ୍ତ୍ର ଜପ କରିବା ଉଚିତ ଯାହା ହେଲା ।

କରାଗ୍ରେ ବସତେ ଲକ୍ଷ୍ମୀ,

କରମଧ୍ୟେ ସରସ୍ଵତୀ,

କରମୂଳେ ତୁ ଗୋବିନ୍ଦ

ପ୍ରଭାତେ କର ଦର୍ଶନମ । ।

ତେବେ ଆପଣ ସବୁଦିନ ସକାଳେ ଉଠି ନିଜ ଦୁଇ ହାତକୁ ଯୋଡି ଏହି ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ଏହି ମନ୍ତ୍ରର ଜପରେ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କର ସବୁ ମନୋକାମନାକୁ ପୂର୍ଣ୍ଣ କରିବେ । ଆପଣ ଏହି ମନ୍ତ୍ରକୁ ଜପ କରି ଆପଣଙ୍କ ଘରର ସଦସ୍ୟ ମାନଙ୍କୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *