ପ୍ରଥମେ ତାକୁ ବାହାଘରର ମଜା ନେବାକୁ ଦିଅ, ତା’ପରେ ସେ ପସ୍ତେଇବ…

ଦର୍ଶକ ବନ୍ଧୁ ନିକଟରେ ଓଡିଆ ଟିଭି ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଲିପ୍ସା ତାଙ୍କ ପୁରୁଷ ବନ୍ଧୁ ଆକାଶଙ୍କ ସହ ପ୍ରେମ ବିବାହ କରିଛନ୍ତି । ତେବେ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଆଉ ଉଭୟଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା । ବନ୍ଧୁଗଣ ଗତ ପହଡଦିନ ଉଭୟ ପରସ୍ପର ସହ ବିବାହ କରିଛନ୍ତି । ଏହି ବିବାହରେ ଅନେକ ଓଡିଆ କଳାକାର ମାନେ ଯୋଗ ଦେଇଥିଲେ ଏବଂ ଅତି ଧୁମଧାମର ସହ ଏହି ବିବାହ ହୋଇଥିଲା ।

ଦର୍ଶକ ବନ୍ଧୁ ଏହି ବିବାହର ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ସେଥି ମଧ୍ୟରୁ ଏକ ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଜଣେ ଓଡିଆ ଅଭିନେତ୍ରୀ ଗଣମାଧ୍ୟମ ସାମ୍ନାରେ ଲିପ୍ସାଙ୍କୁ ନେଇ କିଛି ଏପରି କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଅଭିନେତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି-‘ଆଗେ ବିବାହ କରିବାକୁ ଦିଅ ଆଉ ବିବାହ ଲଡୁ ବିଷୟରେ ପରେ କଥା ହେବା । ବିବାହ ଲଡୁ ଖାଇବାକୁ ଦିଅନ୍ତୁ ଆଉ ଖାଇକି ପସ୍ତେଇବାକୁ ଦିଅନ୍ତୁ ।

ହେଲେ ଏଇଟା ଭଲ କଥା ଆମେ ବି ଚାହୁଁଛୁ ସେ ଖୁସିରେ ରହୁ । ତା ବାହାଘର ଜୀବନ ବହୁତ ଭଲ ହେଉ ଆମେ ୱିସ କରୁଛୁ । ଆଗକୁ ବି ବିବାହ ଭଲରେ ଭଲରେ ଚାଲୁ । ସେଇଟା ଖାଲି କଳାକାରଙ୍କ ଜୀବନରେ ନୁହେଁ ବାହାଘର ପରେ ସମସ୍ତଙ୍କ ଜୀବନରେ ଦାୟିତ୍ଵ ବଢେ । ବାହାଘର ପରେ ସୁଖ ଦୁଃଖ ଆସେ ଆଉ ସମସ୍ତେ ଏହାର ସାମ୍ନା କରନ୍ତି ।

ତେଣୁ ତା ଜୀବନରେ କଣ ପରିବର୍ତ୍ତନ ହେବ ଆଉ କଣ ନ ହେବ ସେଇଟା ତାର ପର୍ଶନାଲ ଲାଇଫ । ତମେ ବିବାହ କରୁଛ ମାନେ ତମର ଅନେକ ଦାୟିତ୍ଵ ଆସିଯିବ । ଲିପ୍ସା ଆଉ ଆକାଶ ବହୁତ ଖୁସି ଅଛନ୍ତି ଖାଲି ସେମାନେ ନୁହେଁ ଆମେ ସମସ୍ତେ ବି ବହୁତ ଖୁସି ଅଛୁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *