ସାରା ବିଶ୍ୱର ସବୁଠୁ ବଡ଼ ଅସମାହିତ ପ୍ରଶ୍ନ ‘ପ୍ରଥମେ ଅଣ୍ଡା ନା କୁକୁଡ଼ା’ ର ଏବେ ମିଳିଯାଇଛି ଉତ୍ତର ? ବ୍ରିଟେନ ବୈଜ୍ଞାନିକ ଦେଲେ କିଛି ଏମିତି ଉତ୍ତର !

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ଅନେକ ପ୍ରଶ୍ନ ରହିଛି ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ମଧ୍ୟ ମିଳି ନାହିଁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମିଷ ଖାଦ୍ୟ ମଧ୍ୟରୁ କୁକୁଡା ଓ ଅଣ୍ଡା ନିଶ୍ଚୟ ଖାଇଥିବେ । କୁକୁଡା ଯେତେ ଅଧିକ ସ୍ଵାଦିଷ୍ଟ ସେତେ ଅଧିକ ଆମ ଶରୀର ପାଇଁ ଲାଭଦାୟକ । ତେବେ ବନ୍ଧୁଗଣ ଆପଣ ମାନଙ୍କ ମନରେ କେବେ ତ ପ୍ରଶ୍ନ ଆସିଥିବ ପ୍ରଥମେ କୁକୁଡା ଆସିଲା ନା ଅଣ୍ଡା । ଏହା ହେଉଛି ସାରା ବିଶ୍ଵର ସବୁଠାରୁ ବଡ ଅସମାହିତ ପ୍ରଶ୍ନ ।

ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ଏବେ ମିଳି ଯାଇଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରଶ୍ନର ଉତ୍ତର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏ ପର୍ଯ୍ୟନ୍ତ ନେକ ଲୋକ ପ୍ରଥମେ ଅଣ୍ଡା ବାହାରିଲା ନା କୁକୁଡା ପ୍ରଶ୍ନ କରି ଆସିଛନ୍ତି । ତେବେ କେହି ଏହାର ସରଳ ସମାଧାନ କରି ନଥିଲେ । ଏନେଇ ବ୍ରିଟେନ ସେଫିଲ୍ଡ ଓ ବାରୋଇକ ବିଶ୍ଵ ବିଦ୍ୟାଳୟର ପ୍ରଫେସର ମାନେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦୀର୍ଘ ଦିନ ଧରି ଗବେଷଣା କରି ଆସୁଥିଲେ ।

ଏବେ ଏହି ପ୍ରଫେସର ମାନେ ଏହି ପ୍ରଶ୍ନର ତାର୍କିକ ସମାଧାନ କରିଛନ୍ତି । ପ୍ରଫେସର ମାନେ ପ୍ରଥମେ ଅଣ୍ଡା ନୁହେଁ ପ୍ରଥମେ କୁକୁଡା ଆସିଛି ବୋଲି କହିଛନ୍ତି । ଦୀର୍ଘ ଦିନ ଧରି ଗବେଷଣା ପରେ ପ୍ରଫେସର ମାନେ ପୃଥିବୀକୁ ପ୍ରଥମେ କୁକୁଡା ଆସିଥିବା କଥା କହିଛନ୍ତି । ଏହା ହିଁ ହେଉଛି ସବୁ ଠାରୁ ବଡ କାରଣ ଓ ଏହି କାରଣ ବିନା ଅଣ୍ଡା ସୃଷ୍ଟି ହୋଇପାରିବ ନାହିଁ ବୋଲି ମଧ୍ୟ ସେମାନେ କହିଛନ୍ତି ।

ଗବେଷକ ମାନେ କହିଛନ୍ତି ଅଣ୍ଡା ଖୋଳରେ ଓଭୋକ୍ଲାଇଡିନ ନାମରେ ଏକ ପ୍ରୋଟିନ ରହିଛି ଏହା ବିନା ଅଣ୍ଡାରେ ଖୋଳ ଲାଗିବା ଅସମ୍ଭବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ପ୍ରୋଟିନ କେବଳ କୁକୁଡାର ଗର୍ଭାଶୟରୁ ହିଁ ସୃଷ୍ଟି ହୋଇଥାଏ । ଯେଉଁ ପର୍ଯ୍ୟନ୍ତ କୁକୁଡାର ଗର୍ଭାଶୟରେ ଏହି ପ୍ରୋଟିନର ଉପଯୋଗ ନହେବ ସେ ପର୍ଯ୍ୟନ୍ତ ଅଣ୍ଡା ହୋଇପାରିବ ନାହିଁ ବୋଲି ଗବେଷକ ମାନେ କହିଛନ୍ତି । ତେଣୁ ପ୍ରଥମେ କୁକୁଡା ହିଁ ଅଣ୍ଡାକୁ ଆଣିଥିବା କଥା ସେମାନେ ଦାବି କରିଛନ୍ତି ।

ଏହି ଗବେଷଣାର ମୁଖ୍ୟ ଗବେଷକ ଡକ୍ଟର କୋଲିନ ଫ୍ରେମେନ କହିଛନ୍ତି, ଦୀର୍ଘ ସମୟରୁ ଏହା ଏକ ପ୍ରଶ୍ନ ହୋଇ ରହିଥିଲା । ତେବେ ବୈଜ୍ଞାନିକ ମାନେ ପ୍ରଥମେ କୁକୁଡା ଆସିଥିଲା ବୋଲି ପ୍ରମାଣିତ କରି ଏହି ପ୍ରଶ୍ନର ସମାଧାନ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *