ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କୁ କ’ଣ ପାଇଁ ଭୁଲ ମାଗିଲେ ପ୍ରଧାନମନ୍ତ୍ରୀ, PM Narendra Modi

ଭଗବାନଙ୍କୁ କଣ ପାଇଁ କ୍ଷମା ମାଗିଲେ ନରେନ୍ଦ୍ର ମୋଦୀ ! ହଁ ଆଜ୍ଞା ଭବ୍ୟ ଆଡମ୍ବର ସହକାରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପର୍ଣ୍ଣ ହୋଇଛି । ତେବେ ଭଗବାନ ରାମଙ୍କର ଏହି ବିଶାଳ ଉତ୍ସବ ପାଇଁ ସବୁଆଡେ ରାମମୟ ପରିବେଶ ହୋଇଯାଇଛି । ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସବୁଆଡେ ଖୁସିର ବାତାବରଣ ଛାଇ ଯାଇଛି । ସମସ୍ତେ ପ୍ରଭୁ ରାମଲାଲାଙ୍କୁ ଦେଖି ଭାବବିହ୍ଵଳ ମଧ୍ୟ ହୋଇଯାଇଛନ୍ତି ।

ତେବେ ଏତେ ବଡ ଉତ୍ସବ ସୁରୁଖୁରୁରେ ସମାପନ ହୋଇଥିବା କାରଣରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଖୁବ ଖୁସି ଥିବାର ଜଣା ପଡିଛନ୍ତି । ହେଲେ ଏତେ ସବୁ ମଧ୍ୟରେ ବି ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନ ସମୟରେ ପ୍ରଭୁ ରାମଙ୍କୁ କଣ ପାଇଁ କ୍ଷମା ମାଗିଥିଲେ ? ତାଙ୍କର କେଉଁ କାର୍ଯ୍ୟରେ ତ୍ରୁଟି ରହିଯାଇଥିଲା ? ଯେଉଁ କାରଣରୁ ସମସ୍ତଙ୍କ ସାମ୍ନାରେ ପ୍ରଭୁ ରାମଙ୍କୁ କ୍ଷମା ପ୍ରାଥନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଲୁହଭରା ଆଖିରେ ପ୍ରଭୁ ରାମଙ୍କୁ କ୍ଷମା ମାଗିଥିଲେ । ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପ୍ରାଣ ପତିଷ୍ଠା ପାଇଁ ଏଗାର ଦିନ କାଳ ଅନ୍ନକୁ ବାରଣ କରି ଉପବାସ କରିଥିଲେ । ଅନେକ ପ୍ରକାର କଷ୍ଟ ସମସ୍ଯା ତାଙ୍କ ସାମ୍ନାକୁ ଆସିଥିଲେ ମଧ୍ୟ ସେ କୌଣସି କଷ୍ଟକୁ ଖାତିର ନକରି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ ନିୟମର ପାଳନ କରିଥିଲେ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସେ ନଜର 11 ଦିନର ବ୍ରତ ଭାଙ୍ଗିଥିଲେ । ହେଲେ ଏତେ ସବୁ କରି ମଧ୍ୟ ପ୍ରଭୁଙ୍କୁ କଣ ପାଇଁ କ୍ଷମା ମାଗିଥିଲେ ।

ପ୍ରଭୁ ରାମଙ୍କୁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ପରେ ଏହା ମଧ୍ୟ କହିଥିଲେ । ଯେ ମୋର ଆଶା ପ୍ରଭୁ ରାମ ମଧ୍ୟ ଆମକୁ କ୍ଷମା କରିଦେବେ । କାରଣ ପ୍ରଭୁଙ୍କ ଆଶ୍ରୀବାଦ ପାଇଁ ଆମେ ସମସ୍ତେ ଏହି ମୂହୁର୍ତ୍ତରେ ବଞ୍ଚିଛୁ । ତେବେ ପ୍ରଧାନମନ୍ତ୍ରୀ ପ୍ରଭୁଙ୍କୁ କ୍ଷମା ମାଗିବାର ଗୋଟିଏ କାରଣ ଥିଲା । ତାହା ହେଉଛି କି, ସେ କହିଥିଲେ ଆଜି ପର୍ଯ୍ୟନ୍ତ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଆମେ ଏହି ମନ୍ଦିରକୁ ଗଢି ପାରିନଥିଲୁ । ଏବେ ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ସଫଳ ହୋଇପାରିଛି ।

ତେଣୁ ଏହି ସମୟ ବିଳମ୍ବ କାରଣରୁ ପ୍ରଭୁ ରାମଙ୍କୁ କ୍ଷମା ମାଗିଥିଲେ ପ୍ରଧାନ ମନ୍ତ୍ରୀ ମୋଦୀ । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *