Ollywood ହିରୋଇନ Prakruti ଓ Elina ମୁହାଁ-ମୁହିଁ, ଗୁଟଖା ଓ ତମାଖୁ ବିଜ୍ଞାପନକୁ ନେଇ ହେଲା ଏମିତି ଯୁକ୍ତି, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ତମାଖୁ କୁ ନେଇ ବଲିଉଡ ର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ଗୋଟିଏ ବିଜ୍ଞାପନ କରିଥିଲେ । ଏହାପରେ ଏହାକୁ ନେଇ ନାନା ପ୍ରକାର କଥା ଉଠିବାକୁ ଲାଗିଲା । ତେବେ ଏହାର ପ୍ରଭାବ ଓଲିଉଡ ରେ କିଭଳି ଭାବରେ ପଡିଛି ଆସନ୍ତୁ ଜାଣିବା । ବଲିଉଡ ଅଭିନେତା ଅକ୍ଷୟ କୁମାର କରିଥିବା ବିଜ୍ଞାପନ କୁ ନେଇ ବର୍ତ୍ତମାନ ଓଲିଉଡ ର ଅଭିନେତ୍ରୀ ଏଲିନା ଏବଂ ପ୍ରକୃତି ମିଶ୍ର ମୁହାଁ ମୁହିଁ ହୋଇଛନ୍ତି ।

ମଣିଷ ହିସାବରେ ସମସ୍ତଙ୍କ ମତାମତ ପ୍ରାୟ ଭିନ୍ନ ଅଟେ । ସେହିଭଳି ଏଲିନା ଏବଂ ପ୍ରକୃତି ଙ୍କ ମତାମତ ମଧ୍ୟ ଏ ନେଇ ସଂପୂର୍ଣ୍ଣ ଭିନ୍ନ ହୋଇଛି । ତେବେ ଆସନ୍ତୁ ଖରାପ ଅଭ୍ୟାସ ର ବିଜ୍ଞାପନ କରିବା କୁ ନେଇ ଉଭୟ ନିଜର କେଉଁ ମତାମତ ଦେଇଛନ୍ତି ? ଏଲିନା କହିଛନ୍ତି ଯେ ମତେ ବହୁତ ହିଁ ଖୁସି ଲାଗିଲା ଯେତେବେଳେ ଅଭିନେତା ଅକ୍ଷୟ କୁମାର ନିଜର ଏକ ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଛାଡିଲେ ।

ଯେଉଁଥିରେ ସେ ଲେଖିଥିଲେ ଯେ ମୋର ସୋସିଆଲ ଭାଲ୍ୟୁ କୁ ମୋର ଫ୍ୟାନ୍ସ ତଥା ଶୁଭଚିନ୍ତକ ମାନଙ୍କର ଗୋଟିଏ ଆଶା ରହିଅଛି ତଥ୍ୟା ମୁଁ ଯେତେ ମୋର ସୋସିଆଲ ଭାଲ୍ୟୁ କୁ ନେଇ ମୁଁ ଯେଉଁଭଳି ଭାବରେ ଆଜି ପର୍ଯ୍ୟନ୍ତ କାମ କରିଅଛି । ମାତ୍ର ଏହାକୁ ନେଇ ଯେହେତୁ ସେ ଟିକିଏ ହାମ୍ପର କରିଲେ ତଥା ତାଙ୍କର ନିସ୍ପତି କୁ ନେଇ ସେ କହିଛନ୍ତି ଯେ ସେ ଭୁଲ କରିଛନ୍ତି ଏବଂ ବହୁତ ଭଲ ଭାବରେ ସେ କ୍ଷମା ମାଗିଛନ୍ତି ।

ଏଲିନା କହିଛନ୍ତି ଯେ ଏହା ସମସ୍ତଙ୍କର ଗୋଟିଏ ଚୟସ ଅଟେ । ଆମ୍ଭ ଓଡିଶା ରେ ମଧ୍ୟ ଏଭଳି କିଛି କିଛି ବିଜ୍ଞାପନ ରହୁଅଛି ତଥା ଏଭଳି କିଛି ପ୍ରୋମୋଶନ ମତେ ମଧ୍ୟ ଆସେ । ଏବଂ ମୁଁ ସେମାନଙ୍କୁ ସିଧାସଳଖ ଭାବରେ ମନାକରିଛି । ମୋର ମ୍ୟାନେଜର ଙ୍କୁ ମଧ୍ୟ ମୁଁ ମନା କରିଛି ଯେ ଯେଉଁଟା କି ବ୍ୟାଡ ହାବିଟ ଯାହାକି ଲୋକ ଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହାକୁ ମୁଁ କେବେ ମଧ୍ୟ ପ୍ରୋମୋଟ କାରିନି କି କରିବି ନାହିଁ ।

ଅପର ପାର୍ଶ୍ଵ ରେ ପ୍ରକୃତି ମିଶ୍ର କହିଛନ୍ତି ଯେ କାହାକୁ ବ୍ୟକ୍ତିଗତ ଭାବରେ କଣ ଲାଗୁଛି ତଥା କିଏ କେଉଁ ଜିନିଷ କୁ ଷପୋର୍ଟ କରୁଛି କିଏ କେଉଁ ଜିନିଷରେ ଆସୋସିଏଟ ହେବାକୁ ଚାହୁଁନାହିଁ । ଏହା ଗୋଟିଏ ପର୍ଶନାଲ ଜିନିଷ । ମାତ୍ର ମୋର ପ୍ରଥମ ପଏଣ୍ଟ ହେଉଛି ଯେ ଯଦି ତମାଖୁ ଦେହ ନିମନ୍ତେ ଏତେ ଖରାପ ତେବେ ଏହାକୁ ସରକାର ବ୍ୟାନ କାହିଁକି କରୁନାହିଁ ? ପ୍ରଥମେ ଏହା ଆଦୌ ଦୋକାନ ରେ ମିଳିବା କଥା ନୁହେଁ ।

ଏଣୁ ମୋର ଗୋଟିଏ ବହୁତ ଅଲଗା ବିଚାର ରହିଅଛି ଏହିସବୁ ଜିନିଷ କୁ ନେଇ । ଅକ୍ଷୟ କୁମାର ଏହି ବିଜ୍ଞାପନ କୁ କରି କ୍ଷମା ମାଗିଲେ ତାହା ଉତ୍ତମ । କାରଣ ତାଙ୍କ ର ଅନେକ ଛୋଟବଡ ଫ୍ୟାନ୍ସ ରହିଛନ୍ତି, ଯେଉଁମାନେ ତାଙ୍କୁ ନିଜର ଆଦର୍ଶ ମାନନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ଙ୍କୁ ନେଇ ଆପଣଙ୍କ ମତାମତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *