ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ତରକା ମାନେ ରହିଛନ୍ତି ଯେଉଁମାନେ କି ଅଭିନୟ କରି ସଫଳ ହେବା ସହିତ ଅନେକ ଦର୍ଶକ ତଥା ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ତେବେ ଆଜି ଆମ୍ଭେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଅଭିନେତ୍ରୀ ଭୂମିକା ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆପଣ ମାନେ ସମସ୍ତେ ପ୍ରକୃତି ମିଶ୍ର ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କ ଜନ୍ମ ମାର୍ଚ୍ଚ ୩ ୧୯୯୫ ମସିହାରେ ହୋଇଥିଲା ।
ତାଙ୍କ ଜନ୍ମ ସ୍ଥାନ ଭୁବନେଶ୍ବର ଅଟେ । ବାପା ଙ୍କ ନାମ ମନ୍ମଥ ମିଶ୍ର ଏବଂ ମା’ ଙ୍କ ନାମ କୃଷ୍ଣପ୍ରିୟା ମିଶ୍ର ଅଟେ । ମନ୍ମଥ ମିଶ୍ର ଜଣେ ଉଚ୍ଚ କୋଟିର ଗାୟକ ଅଟନ୍ତି । ରମାଦେବୀ ବିଶ୍ଵ ମହିଳା ବିଦ୍ୟାଳୟ ରେ ପ୍ରକୃତି ନିଜର କଲେଜ ଶିକ୍ଷା ଶେଷ କରିଥିଲେ । ପିଲାଦିନୁ ହିଁ ପ୍ରକୃତି ଚାଇଲ୍ଡ ଆର୍ଟିଷ୍ଟ ଭାବରେ କାମ କରି ଆସିଛନ୍ତି । ସେ ୨୦ ରୁ ଉର୍ଦ୍ଧ ଚଳଚିତ୍ର ରେ ଅଭିନୟ କରିସାରିଛନ୍ତି ।
ସେହିଭଳି ଭୂମିକା ଙ୍କ ଜନ୍ମ ୨୨ ଜାନୁଆରୀ ୨୦୦୩ ରେ ହୋଇଥିଲା । ସେ ଜଣେ ଅଭିନେତ୍ରୀ ସହିତ କ୍ଲାସିକାଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ତାଙ୍କର ପ୍ରଥମ ଓଡିଆ ଚଳଚିତ୍ର ଥିଲା ରୁମୁକୁ ଝୁମାନା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକା ଅନେକ ଦର୍ଶକଙ୍କ ହୃଦୟରେ ନିଜର ଅଭିନୟ ଦ୍ଵାରା ଜାଗା ବନାଇ ସାରିଛନ୍ତି । ଏହି ଦୁଇ ଅଭିନେତ୍ରୀ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ କରି ଛାଡିଛନ୍ତି ଯାହା ବର୍ତ୍ତମାନ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ରେ ପ୍ରକୃତି ଏବଂ ଭୂମିକା ଏଭଳି ଭାବରେ ଡ୍ୟାନ୍ସ କରିଛନ୍ତି ଯାହା ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ପ୍ରଶଂସା କରିଛନ୍ତି । ସୁଟିଙ୍ଗ ଚାଲୁଥିବା ସମୟରେ ପ୍ରକୃତି ଏବଂ ଭୂମିକା ଖୁବ ମସ୍ତି କରିଛନ୍ତି । ନିଜ କାମ ରେ କୌଣସି ପ୍ରକାର ର ତ୍ରୁଟି ଛାଡି ନଥାନ୍ତି ଏହି ଦୁଇ ଅଭିନେତ୍ରୀ । ଏଣୁ ବୋଧ ହୁଏ ଦର୍ଶକେ ଏମାନଙ୍କୁ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ।
ନିଜ ବନ୍ଧୁ ଙ୍କ ପାର୍ଟି ରେ ମଧ୍ୟ ଭୂମିକା ଚମତ୍କାରୀ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଦୁଇ ଆଗାମୀ ଭବିଷ୍ୟତ ରେ ସଫଳ ତଥା ଉନ୍ନତି ହାସଲ କରନ୍ତୁ ବୋଲି ଆମ୍ଭ ତରଫରୁ ତାଙ୍କୁ ଶୁଭକାମନା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।