ଓଡିଶା କ’ଣ ପାଇଁ ବାରମ୍ବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ Narendra Modi, ଖୋଲି କହିଲେ… Rabi Das

ମୋଦୀଙ୍କ ବାରମ୍ବାର ଓଡିଶା ଆସିବାର କାରଣ କହିଲେ ରବି ଦାସ… ତେବେ ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସିଥିଲେ । ତେବେ ମୋଦୀଙ୍କର ବାରମ୍ବାର ଓଡିଶା ଗସ୍ତକୁ ନେଇ ନିଜର ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ତେବେ ତାଙ୍କ କହିବା ଆଧାରରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ଓଡିଶାକୁ ଆସିଛନ୍ତି । ହେଲେ ଏଥର ନିର୍ବାଚନ ପୂର୍ବରୁ ବହୁତ ଅଧିକ ମାତ୍ରାରେ ନରେନ୍ଦ୍ର ମୋଦୀ ଓଡିଶାକୁ ଆସୁଛନ୍ତି ।

କେବଳ ନରେନ୍ଦ୍ର ମୋଦୀ କାହିଁକି ଅନ୍ୟ କେନ୍ଦ୍ରୀୟ ନେତା ମାନେ ମଧ୍ୟ ଓଡିଶାକୁ ଏଥର ଅଧିକ ସଂଖ୍ୟାରେ ଆସୁଛନ୍ତି । କାରଣ ସେମାନଙ୍କ ପାଖରେ କିଛି ନା କିଛି ସୂଚନା ରହିଛି । ଯେ ଏଥର ଓଡିଶାରେ ବିଜେପିକୁ ସରକାରରେ ଆଣିବା ପାଇଁ କିଛି ଭଲ ସୁଯୋଗ ରହିଛି ବୋଲି ଭାବୁଛନ୍ତି । ତେଣୁ ସେମାନେ ବହୁ ମାତ୍ରାରେ ଓଡିଶା ଗସ୍ତରେ ଆସୁଛନ୍ତି । ଯାହା ଦ୍ଵାରା ଓଡିଶାରେ ବିଜେପିର ଲୋକସଭାର ସିଟ ସଂଖ୍ୟା ବଢିପାରିବ । କାରଣ ଭାରତରେ ଅନ୍ୟ ପ୍ରାନ୍ତରେ ବିଜେପିର ଲୋକସଭା ସିଟ କମିଯାଉଛି ।

ତେଣୁ ଓଡିଶାରେ ଭାଜପା ସରକାରକୁ ଆଣିବା ପାଇଁ ଓଡିଶାର ମାହୋଲକୁ ଜୋରଦାର କରିବା ଏପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ବାରମ୍ବାର ଓଡିଶାକୁ ଆସୁଛନ୍ତି । ବିଜେପି କହୁଛି ଓଡିଶାରେ ଭାଜପା ସରକାର ଆସିଲେ । ସେମାନେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିଦେବେ । ହେଲେ ବିଜେପି ଅଣ୍ଡରରେ ଅନ୍ୟ କେତେ ଗୁଡିଏ ରାଜ୍ୟ ମଧ୍ୟ ରହିଛି । ହେଲେ ସେ ଅନ୍ୟ କେଉଁ ରାଜ୍ୟକୁ ତ ଏକ ନମ୍ବର ସ୍ତରକୁ ଆଣିପାରୁନାହାନ୍ତି ।

ହେଲେ ଓଡିଶା ରେ ଭାଜପା ସରକାର ଗଢିବା ମନୋଭାବ ନେଇ ଏଥର ବାରମ୍ବାର ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସିବାରେ ଲାଗିଛନ୍ତି । ହେଲେ ମାନ୍ୟବର ନବୀନ ପଟ୍ଟନାୟକ ଗତ 24 ବର୍ଷ ଧରି ଓଡିଶାରେ ସରକାର ରହି ଆସିଛନ୍ତି । ବିଜୁ ଜନତା ଦଳ ପ୍ରତି ଥିବା ଲୋକ ମାନଙ୍କର ଅନୁରୋକ୍ତି ଜାତୀୟ ସ୍ତର ଦଳ ଅପେକ୍ଷା ଅଧିକ ରହିଛି । ଓଡିଶା ବାସୀଙ୍କର ବିଜେଡି ଦଳ ପ୍ରତି ଭଲ ପାଇବା ରହିଛି । ସେଥିପାଇଁ ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ 5 ଥର ନିର୍ବାଚନ ବିଜୟ ଲାଭ କରି ଓଡିଶାରେ ଶାସନ କରୁଛନ୍ତି ।  ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *