ରାମଲାଲଙ୍କ ଦିବ୍ୟରୂପ ଦେଖି ହାତ ଯୋଡିଲେ ଅଷ୍ଟ୍ରେଲିଆ ଖେଳାଳି David warner, ଭକ୍ତିରେ କହିଲେ “ଜୟ ଶ୍ରୀରାମ”

ପ୍ରଭୁ ରାମଙ୍କୁ ମୁଣ୍ଡିଆ ମାରିଲେ ଡେଭିଡ ୱାର୍ଣ୍ଣର ! ହଁ ଆଜ୍ଞା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡେଭିଡଙ୍କର ଭାରତ ପ୍ରତି ଥିବା ତାଙ୍କ ଭଲ ପାଇବା ଅନେକ ଲୋକ ଜାଣିଛନ୍ତି । କେତେବେଳେ ସେ ଭାରତୀୟ ଫିଲ୍ଡରେ ଭାରତୀୟ ଗୀତରେ ନାଚି ଭାଇରାଲ ହୋଇଛନ୍ତି । ତ ଅନ୍ୟ କେତେବେଳେ ଫିଲ୍ମ ଡାଇଲଗ କହି ସମସ୍ତଙ୍କର ମନୋରଞ୍ଜନ ମଧ୍ୟ କରାଇଦେଇଥାନ୍ତି । ହେଲେ ଡେଭିଡଙ୍କର ଭାରତ ପ୍ରତି ଏତେ ଭଲ ମନୋଭାବ ରହିଥିବା କଥା ତାଙ୍କର ଏଭଳି ଏକ କାର୍ଯ୍ୟରୁ ସ୍ପଷ୍ଠ ଭାବେ ବାରି ହୋଇଯାଉଛି ।

ଯେଉଁ ସମୟରେ ସାରା ଭାରତ ଦେଶର ଲୋକେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭକ୍ତିଭରା ହୋଇପଡିଥିଲେ । ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟର ସେହି 48 ସେକେଣ୍ଡଟି ଅତ୍ୟନ୍ତ ଶୁଭ ଓ ମଙ୍ଗଳଦାୟକ ଥିଲା । ଯେଉଁ ସମୟରେ ସବୁ ଲୋକଙ୍କ ମନ ରାମ ମୟ ହୋଇଉଠିଥିଲା । ଶହ ଶହ ବର୍ଷର ଦୀର୍ଘ ସମୟର ଅପେକ୍ଷା ଅନ୍ତ ଘଟିଥିଲା । ଅଯୋଧ୍ୟାର ପବିତ୍ର ଭୂମୀରେ ପ୍ରଭୁ ରାମ ବିରାଜିତ ହୋଇଥିଲେ ।

ଶେଷରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କର ଦିବ୍ୟ ରୂପ ଦେଖି ପ୍ରତ୍ଯେକଟି ଭାରତୀୟ ଭାବବିହ୍ଵଳ ହୋଇଯାଇଥିଲେ । ତେବେ ରାମଲାଲାଙ୍କ ଏହି ସୁନ୍ଦର ରୂପ କେବଳ ଭାରତୀୟଙ୍କୁ ନୁହେଁ, ବଂର ଅଷ୍ଟ୍ରେଲିଆର ଖେଳାଳୀ ଡେଭିଡ ମଧ୍ୟ ଭାବ ବିହ୍ଵଳ ହୋଇଯାଇଥିଲେ । ସେ ପ୍ରଭୁ ରାମଙ୍କର ଏହି ରୂପକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇପଡିଥିଲେ । ତାପରେ ସେ ପ୍ରଭୁ ରାମଲାଲାଙ୍କୁ ହାତ ଯୋଡି ପ୍ରମାଣ କରିବା ସହ ଭକ୍ତିଭାବରେ ଜୟ ଶ୍ରୀରାମ ମଧ୍ୟ କହିଛନ୍ତି ।

ସେ ନିଜ ସୋସିଆଲ ମିଡିଆରେ ପ୍ରଭୁ ରାମଲାଲାଙ୍କ ଫୋଟ ପୋଷ୍ଟ କରିବା ସହ ପ୍ରତ୍ଯେକ ଭାରତୀୟଙ୍କୁ ମଧ୍ୟ ଏହି ପବିତ୍ର ଅବସରରେ ଶୁଭେଛା ଜଣାଇଥିଲେ । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆବାସୀ ହୋଇ ମଧ୍ୟ ଭଗବାନ ରାମଙ୍କ ପ୍ରତି ଡେଭିଡଙ୍କର ଏତେ ଶ୍ରଦ୍ଧା ଓ ଭକ୍ତିଭାବ ରହିଛି ତାହା ଭାରତୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।

ତେବେ ଏହାରି ଭିତରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ ହେବା ସହ ଚାରିଆଡେ ଖାଲି ପ୍ରଭୁ ରାମଙ୍କ ଜୟ ଜୟ କାର ହେବାରେ ଲାଗିଛି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *