ଦର୍ଶକ ବନ୍ଧୁ ବର୍ତ୍ତମାନର ସମୟରେ ଲୋକ ମାନେ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେଥି ମଧ୍ୟରୁ କିଛି ନିଜ ଭବିଷ୍ୟତ ପାଇଁ ସଞ୍ଚଯ କରି ରଖୁଛନ୍ତି । ଜଣେ ସରକାରୀ ଚାକିରିଆ ଲୋକ ହେଉ ବା ବେସରକାରୀ ଚାକିରିଆ ସମସ୍ତେ ନିଜ ଇନ୍କମକୁ ଦ୍ରୁଷ୍ଟିରେ ରଖି ଅଳ୍ପ ବହୁତ ଟଙ୍କା ସଞ୍ଚଯ କରିଥାନ୍ତି । ତେବେ ଏହି କ୍ଷେତ୍ରରେ ଲୋକ ମାନେ ସାଧାରଣତଃ ବେଙ୍କ ଖାତାରେ ଟଙ୍କା ଜମା କରିଥାନ୍ତି ।
ହେଲେ କିଛି ଲୋକ ଏପରି ବି ଥାନ୍ତି ଯେଉଁ ମାନେ ଭଲ ସ୍କିମ ଦେଖି ଟଙ୍କା ଜମା କରନ୍ତି ଏହା ଦ୍ଵାରା ସେମାନଙ୍କୁ ଅଧିକ ଲାଭ ମିଳେ । ତେବେ ଦର୍ଶକ ବନ୍ଧୁ ଯଦି ଆପଣଙ୍କ ରୋଜଗାର କମ ରହିଛି ହେଲେ ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁ ଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ପୋଷ୍ଟ ଅଫିସର ଏକ ଏପରି ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଆପଣ କମ ନିବେଶରେ ଅଧିକ ଲାଭ ପାଇପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯୋଜନା ବିଷୟରେ କହିବାକୁ ଯାଉଛୁ ତାର ନାମ ହେଉଛି ପୋଷ୍ଟ ଅଫିସ୍ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ।
ଏହି ସ୍କିମରେ ଆପଣଙ୍କୁ ଭଲ ରିଟର୍ନ ମିଳିବା ସହ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ । ଏହି ସ୍କିମକୁ ଅଧିକାଂଶ ଲୋକ ପିପିଏଫ ନାମରେ ଜାଣିଛନ୍ତି । ଏହି ଯୋଜନାରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ କମ ସେ କମ ପାଞ୍ଚ ଶହ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାର ମାଚ୍ୟୂରୀଟି ପିରିଅଡ 15 ବର୍ଷ ଅଛି ଏବଂ ଏହାକୁ ଆପଣ ଆହୁରି 5 ବର୍ଷ ବଢେଇ ମଧ୍ୟ ପାରିବେ ।
ଏହା ସହ ଆପଣ ଏହି ଖାତାରେ ଲୋନ ନେଇପାରିବେ । ଯଦି ବର୍ତ୍ତମାନ ଆପଣ ଏହି ସ୍କିମରେ ପ୍ରତ୍ୟକ ଦିନ 100 ଟଙ୍କା ବିନିଯୋଗ କରନ୍ତି ତେବେ ଆପଣଙ୍କୁ 15 ବର୍ଷ ପରେ 9 ଲକ୍ଷ 89 ହଜାର 931 ଟଙ୍କା ମିଳିବ । ସବୁଠାରୁ ବଡ କଥା ହେଉଛି ଏହି ସମସ୍ତ ଟଙ୍କା ଆପଣଙ୍କୁ ଟେକ୍ସ ଫ୍ରି ରହିବ । ତେବେ ଦର୍ଶକ ବନ୍ଧୁ ଶୀଘ୍ର ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ଧନ୍ୟବାଦ ।