Post Office ଆଣିଛି ଦମଦାର Scheme ! ଟଙ୍କା ରଖିଲେ ହେଇଯିବ ଡବଲ, ଦେଖନ୍ତୁ କିପରି ?

ବର୍ତ୍ତମାନର ଯୁବପିଢି ଟଙ୍କା ସଞ୍ଚୟ କରିବା ସ୍ଥାନରେ ଟଙ୍କା ନିବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଯଦି ଆପଣ ଆଜି କୌଣସି ବି ସ୍ଥାନରେ ଟଙ୍କା ନିବେଶ କରୁଛନ୍ତି ତେବେ ତାହା କିଛି ବର୍ଷ ପରେ ଆପଣଙ୍କୁ ଭଲ ରିଟର୍ନ ଦବ । ଏହା ପରିବେର୍ତ୍ତେ ଯଦି ଆପଣ ସେହି ଟଙ୍କାକୁ ନିଜ ପାଖରେ ରଖିବେ ତେବେ ସେଥିରୁ ଆପଣଙ୍କୁ କୌଣସି ବି ପ୍ରକାରର ଲାଭ ମିଳିବ ନାହିଁ । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ ଏକ ଭଲ ସ୍କିମ ନେଇ ଆସିଛୁ ।

ଯେଉଁଥିରେ ଆପଣ ଯଦି ଟଙ୍କା ରଖିବେ ତେବ ଆପଣଙ୍କ ଟଙ୍କା ଡବଲ ହୋଇଯିବ । ଯଦି ଆପଣ ଏହି ସ୍ଥାନରେ ଟଙ୍କା ରଖୁଛନ୍ତି ତେବେ ଆପଣଙ୍କୁ କୌଣସି ବି ପ୍ରକାରର ଚିନ୍ତା କରିବାକୁ ପଡିବ ନାହିଁ । ଏଥିରେ କୌଣସି ବି ପ୍ରକାରର ସମସ୍ୟା ବି ନାହିଁ ।

ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଠାରୁ ସୁରକ୍ଷିତ ସ୍ଥାନ ଓ ଭଲ ରିଟର୍ନ ଆପଣଙ୍କୁ ଅନ୍ୟ କେଉଁଠି ବି ମିଳିବ ନାହିଁ । କହିବାକୁ ଗଲେ ପୋଷ୍ଟ ଅଫିସରେ ଏହିଭଳି ଏକ ସ୍କିମ ଅଛି । ଯେଉଁଠି ଆପଣଙ୍କୁ କେବେଳ ଭଲ ରିଟର୍ନ ମିଳିବ ନାହିଁ ଅନ୍ୟ ବହୁତ ପ୍ରକାରର ସୁବିଧା ମଧ୍ୟ ମିଳିବ । ଆମେ ଏଠି ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ ବିଷୟରେ କଥାବାର୍ତ୍ତା କରୁଛୁ । ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ ଅର୍ଥାତ ଟିଡ଼ି ସ୍କିମରେ ଆପଣ ବର୍ଷେ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରି ପାରିବେ ।

ଯଦି ଆପଣ ୧ ବର୍ଷ ଅବଧି ଥିବା ଏଫଡ଼ି ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି ତେବେ ଆପଣଙ୍କୁ ୫.୫ ପ୍ରତିଶତ ସୁଧହାର ମିଳିବ । ସେହିଭଳି ୧ ବର୍ଷ ଓ ୩ ବର୍ଷ ଏଫଡ଼ିରେ ବି ୫.୫ ପ୍ରତିଶତ ସୁଧ ମିଳିବ । ପୋଷ୍ଟ ଅଫିସର ଟାକ୍ସ ସେଭିଙ୍ଗ ଏଫଡ଼ିରେ ୬.୭ ପ୍ରତିଶତ ସୁଧ ମିଳିଥାଏ । ସୁଧ ଦେୟ ବାର୍ଷିକ ଆଧାରରେ କରାଯାଏ । କିନ୍ତୁ ଏହି ସ୍କିମକୁ ତ୍ରୟମାସିକ ଆଧାରରେ ହିସାବ କରାଯାଏ ।

ଯଦି କେହି ୧ ଲକ୍ଷ ଟଙ୍କା ଜମାରେ ୫ ବର୍ଷ ମାଚ୍ୟୁରିଟି ପିରିୟଡର ଟର୍ମ ଡିପୋଜିଟ ଆକାଉଣ୍ଟ ଖୋଲୁଛି ତେବେ ତାକୁ ୬.୭ ପ୍ରତିଶତ ବାର୍ଷିକ ସୁଧ ହିସାବରେ ୫ ବର୍ଷ ପରେ ୧୩୯୪୦୭ ଟଙ୍କା ମିଳିବ । ଯଦି ଆପଣ ଟାଇମ ଡିପୋଜିଟ ସ୍କିମରେ ଟଙ୍କା ରଖୁଛନ୍ତି ତେବେ ୬.୭ ପ୍ରତିଶତ ସୁଧ ହିସାବରେ ଆପଣଙ୍କ ଟଙ୍କା ଡବଲ ହେବାକୁ ପାଖାପାଖି ୧୦ ବର୍ଷ ସମୟ ଲାଗିବ । ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମରେ କେହି ବି ଆକାଉଣ୍ଟ ଖୋଲି ପାରିବେ ।

୩ ଜଣ ମିଶି ଜଏଣ୍ଟ ଆକାଉଣ୍ଟ ବି ଖୋଲି ପାରିବେ । ୧୦ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ନାଁରେ ପାରେଣ୍ଟସ ଆକାଉଣ୍ଟ ବି ଖୋଲା ଯାଇ ପାରିବେ । ସବୁଠୁ ବଡ କଥା ହେଉଛି ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମରେ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ମିଳିଥାଏ । ଆଜି ହିଁ ଏହି ସ୍କିମରେ ଟଙ୍କା ନିବେଶ କରନ୍ତୁ ଓ ଏହି ସ୍କିମର ଭରପୁର ଲାଭ ଉଠାନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *