ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋନୁ ସୁଦ । ଦର୍ଶକ ବନ୍ଧୁ ଫିଲ୍ମରେ ଖଳନାୟକ ଭୂମିକା ପଦର୍ଶନ କରୁଥିବା ସୋନୁ ସୁଦ ରିଅଲ ଲାଇଫରେ ଜଣେ ହିରୋ ଅଟନ୍ତି । ସେ କରୋନା କାଳରେ ଅନେକ ଗରିବ ଓ ଅସହାୟ ଲୋକ ମାନଙ୍କୁ ସହାୟତାର ହାତ ବଢାଇ ଛନ୍ତି । ସୋନୁ ସୁଦଙ୍କ ଲୋକପ୍ରିୟତା ଆମ ଭାରତରେ ବହୁତ ଅଧିକ ରହିଛି । ତେବେ ଗତ କିଛି ସମୟ ହେବ ସୋନୁଙ୍କର ଏକ ଭିଡିଓ ଭାଇରାଲ ହେଉଛି ।
ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ସୋନୁଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଭାଇରାଲ ହେଉଥିବା ଭିଡିଓରେ ସୋନୁ ରେଳ ଷ୍ଟେସନ ପ୍ଲାଟଫର୍ମରେ ଶୋଇ ଥିବାର ନଜର ଆସୁଛନ୍ତି । ଘରର ଡନଲଭ ଗଦି ଛାଡି ପ୍ଲାଟଫର୍ମର ଲୁହା ଚେୟାର ଉପରେ ଶୋଇଲେ । ବିଶ୍ଲେରୀ ପାଣି ଛାଡି ପ୍ଲାଟଫର୍ମ ଟ୍ୟାବରୁ ପାଣି ପିଇଲେ । ଆଉ କହିଲେ ଏହା ଠାରୁ ଭଲ ପାଣି ଦୁନିଆରେ ନାହିଁ ।
ବଲିଉଡ ଅଭିନେତା ସୋନୁ ସୁଦ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୋନୁଙ୍କ କ୍ରେଜ ସବୁବେଳେ ବଢି ବଢି ଚାଲିଛି । ସୋନୁ ସୁଦ ନିଜ କାର୍ଯ୍ୟ ପାଇଁ ଲୋକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରି ଛନ୍ତି । ସୋନୁ ଏବେ ପୁଣି ଏବେ କିଛି କରି ଦେଇଛନ୍ତି ଯେଉଁଥି ପାଇଁ ସେ ସବୁ ଆଡେ ଚର୍ଚ୍ଚାରେ ରହିଛନ୍ତି । ସୋନୁ ନିଜ ଟ୍ବିଟର ପେଜରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ମୁମ୍ବାଇର ବୋଇସର ଷ୍ଟେସନ ପ୍ଲାଟଫର୍ମରେ ଯାତ୍ରୀ ମାନଙ୍କ ଚେୟାରରେ ସୋଇ ଥିବାର ନଜର ଆସିଛନ୍ତି ।
ଆଉ ଟ୍ରେନର ଶବ୍ଦରେ ସୋନୁଙ୍କ ନିଦ ଭାଙ୍ଗି ଯାଉଛି ଆଉ ସୋନୁ ଉଠି କହୁଛନ୍ତି କଣ ଭାଇ କାହିଁକି ମୋତେ ଡିଷ୍ଟର୍ବ କରୁଛ । ଷ୍ଟେସନରେ ବି କେହି ଟିକେ ଭଲରେ ଶୋଇବା ପାଇଁ ଦେଉ ନାହାନ୍ତି । ସୋନୁ କହିଛନ୍ତି ଷ୍ଟେସନର ଜୀବନ ଠାରୁ ଭଲ ଆଉ କିଛି ନାହିଁ । ସୁଟିଙ୍ଗ ଶେଷ କରି ସେ ଘରକୁ ଫେରିବା କଥା କହି ଲୋକାଲ ଟ୍ରେନରେ ଚଢି ଗଲେ ଆଉ ଏପରି କିଛି କାମ କରି ଦେଖାଇଲେ । ତା ହେଲେ ବନ୍ଧୁଗଣ ସୋନୁଙ୍କର ଏହି ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।