Piyush ସେଦିନ କାହିଁକିି ଷ୍ଟେଜ୍‌ରେ ପଡିଗଲେ ଖୋଲି କହିଲେ.. ତାଙ୍କ ମନରେ କି ଡର ପଶିଥିଲା ଜାଣନ୍ତୁ… Piyush Tripathi

ପୀୟୂଷ ସେଦିନ କାହିଁକି ସ୍ଟେଜରେ ପଡିଗଲେ ? ହଁ ଆଜ୍ଞା ନିଜର ସୁନ୍ଦର ଅଭିନୟକୁ ନେଇ କିମ୍ବା ସୁନ୍ଦର ବ୍ୟକ୍ତିତ୍ଵର ମଣିଷଟେ ପାଇଁ ସବୁବେଳେ ଲୋକଙ୍କର ପ୍ରିୟ କଳାକାର ହୋଇ ରହିଥାନ୍ତି ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ । ନିକଟ ଅତୀତରେ ପୀୟୂଷ ତ୍ରିପାଠୀଙ୍କ ଦେହ ଖରାପ ହୋଇଯାଇଛି ବୋଲି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ପ୍ରକୃତରେ ପୀୟୂଷଙ୍କର କଣ ହୋଇଥିଲା ସେହି ସମ୍ପର୍କରେ ଗଣ ମାଧ୍ୟମ ସାକ୍ଷାତକାରରେ ପୀୟୂଷ ନିଜର ସ୍ଵାସ୍ଥବସ୍ତା ଖରାପ ଥିବା କଥା ଦର୍ଶକଙ୍କ ସହ ଶେୟାର କରିଛନ୍ତି ।

ତେବେ ପୀୟୂଷଙ୍କ କହିବା ଆଧାରରେ ଖଣ୍ଡଗିରୀରେ ଯାତ୍ରା କରିବା ପୂର୍ବରୁ ଯେଉଁ ଜାଗାଟରେ ଯାତ୍ରା କରିଥିଲି । ସେଠାରେ ମୋର କାନ୍ଧ ପୋଜିସନଟି ମାଡ ହୋଇଥିଲା । ତାପରେ ଡାକ୍ତର ସେଥିପାଇଁ ମୋତେ ରେସ୍ଟ କରିବାକୁ କହିଥିଲେ । ତାପରେ ଡାକ୍ତରଙ୍କୁ ମୁଁ ଯାତ୍ରା କଳାକାର ବୋଲି କହିଥିଲି । କାରଣ ମୋତେ ତ କାମ କରିବାର ଆଗକୁ ଥିଲା । ଡାକ୍ତର କହିଥିଲେ, ଯେ ଠିକ ଅଛି କାମ କର ହେଲେ ହାତ ଉପରେ ଅଧିକ ପ୍ରେସର ଦେବନାହିଁ ।

ତାପରେ ଖଣ୍ଡଗିରିରେ ଭଲରେ ଭଲରେ ଯାତ୍ରା ହେଲା । ଯେତେବେଳେ ଆମେ କେନ୍ଦ୍ରପଡାରେ 2 ରାତି କାମ କରି 3 ରାତିରେ ଯାତ୍ରା କରୁଥିଲୁ । ଯେଉ ନାଟକ ଆମେ ଆଗକୁ ମଧ୍ୟ ବହୁତ ଥର କରିଛୁ । ସେହି ନାଟକ କରିବାରେ ଏତେ ଥର ଅଭ୍ଯାସ ଥାଇ ମଧ୍ୟ ସେଦିନ ମୋର ଯୋଗ ଖରାପ ଥିଲା । ମୁଁ ସିନ୍ କରିବା ଭିତରେ ମୋ ମୁଣ୍ଡରେ ମୋ ହାତ ଭଲ ନାହିଁ ବୋଲି ମଧ୍ୟ ଟିକେ ଚିନ୍ତା ଥିଲା । ଏମିତି ସିନ୍ କରୁ କରୁ ଯାତ୍ରା ପେଣ୍ଡାଲ ଉପରେ ହିଁ ଲୁହା ମୋ ଦେହରେ ମାଡ ହେଇଯାଇଥିଲା ।

ତାପରେ ମୁଁ ଆଉ ଉଠି ମଧ୍ୟ ପାରିନଥିଲି ।  ସେଠି ସଙ୍ଗେ ସଙ୍ଗେ ଲାଇଟ ଅଫ କରି ମୋତେ ଡାକ୍ତରଖାନା ନେଇଯାଇଥିଲେ । ସେଠି ମୋର ଟ୍ରିଟମେଣ୍ଟ କରିକି ଡିଶ୍ଚାର୍ଜ କରିଦେଲେ । ଘରେ ଥିବା ସମୟରେ ବହୁତ କଷ୍ଟ ଲାଗୁଥିଲା । ତାପରେ ଆର୍ତ୍ତତାଣ ବାବା ମୋତେ ଫୋନ କରିଥିଲେ । ତାଙ୍କ ସହ କଥା ହେଲା ପରେ ମୋତେ ଟିକେ ଆଗ ଅପେକ୍ଷା ଭଲ ଲାଗିଥିଲା । କିଛି ଦିନ ରେସ୍ଟ କରିବା ପରେ ପୁଣି ଯାତ୍ରାରେ କାମ କରିବାକୁ ବାହାରିଥିଲି । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *