ନମସ୍କାର ବନ୍ଧୁଗଣ ତେବେ ଜୀବନ ର ସତ୍ୟ ହେଉଛି ମୃତ୍ୟୁ । ତେବେ ମୃତ୍ୟୁକୁ ନେଇ ହିନ୍ଦୁ ଧର୍ମରେ ବହୁତ କିଛି ରୀତି ନୀତି ପରମ୍ପରା ରହିଛି । ଆଉ ଯଦି କାହାର ମୃତ୍ୟୁ ପରେ ସେହି ରୀତି ନୀତିକୁ ପାଳନ ନ କରାଯାଏ ତାହେଲେ ମୃତକଙ୍କର ଆତ୍ମାକୁ ଶାନ୍ତି ମିଳିନଥାଏ ଏବଂ ଆତ୍ମା ଚାରିଆଡେ ଘୂରି ବୁଲିଥାଏ । ଏହି କାରଣରୁ ମୃତ୍ୟୁ ପରେ ପରମ୍ପରାକୁ ବହୁତ ମାନ୍ୟତା ଦିଆଯାଏ । ଆଉ ଯଦି ମୃତକଙ୍କ ଆତ୍ମାକୁ ଶାନ୍ତି କରା ନଯାଏ ତାହେଲେ ପରିଜନଙ୍କ ଜୀବନ ଅସୁବିଧାରେ ପଡିଯାଏ ଏବଂ ସେମାନଙ୍କୁ ତାଙ୍କ ପୂର୍ବଜ ମାନଙ୍କର ଆଶିର୍ବାଦ ମିଳି ନଥାଏ ।
ତେବେ ଗରୁଡ ପୁରାଣରେ ଜୀବନ ଏବଂ ମୃତ୍ୟୁ ବ୍ୟତୀତ ଆତ୍ମାର ଯାତ୍ରା ବିଷୟରେ ମଧ୍ୟ କୁହା ଯାଇଛି । ଏହା ସହିତ ମୃତ୍ୟୁ ପରେ କରା ଯାଉଥିବା ସଂସ୍କାର, ରୀତି ନୀତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମଧ୍ୟ କୁହା ଯାଇଛି । ଏଥିରେ ବ୍ରାହ୍ମଣ ଭୋଜନକୁ ନେଇ ବି କୁହାଯାଇଛି ।
ତେବେ ଆଜି ଆମେ ଜାଣିବା କି ମୃତ୍ୟୁ ପରେ ମୃତ ବ୍ୟକ୍ତି ଙ୍କ ପୋଷାକ ପିନ୍ଧିବା ଉଚିତ କିମ୍ବା ନୁହେଁ । ତେବେ ମୃତ୍ୟୁ ପରେ ମୃତ ବ୍ୟକ୍ତି ର ପରିବାର ଏବଂ ପରିଜନ ମାନେ ତାଙ୍କ ସ୍ମୃତି ପାଇଁ ତାଙ୍କ ଫୋଟୋ କିମ୍ବା ତାଙ୍କ ବ୍ୟବହୃତ କୌଣସି ଵସ୍ତୁ ରଖିଥାନ୍ତି । ତେବେ କେହି କେହି ସେହି ବ୍ୟକ୍ତି ଙ୍କ ପୋଷାକ ମଧ୍ଯ ରଖିଥାନ୍ତି । ତେବେ କିନ୍ତୁ ପୁରାଣ ଅନୁସାରେ ମୃତ ବ୍ୟକ୍ତି ଙ୍କ ପୋଷାକ ପିନ୍ଧିବା ଉଚିତ ନୁହେଁ ।
ଏହାକୁ ହୁଏତ ଆପଣ ନଷ୍ଟ କରି ପାରନ୍ତି କିମ୍ବା ଅନ୍ୟ କାହାକୁ ଦାନ ମଧ୍ୟ କରି ପାରନ୍ତି । କିନ୍ତୁ କେବେବି ନିଜେ ବ୍ୟବହାର କରନ୍ତୁ ନାହିଁ । କାରଣ ଆପଣ ଯେତେବେଳେ ସେହି ମୃତ ବ୍ୟକ୍ତିଙ୍କ ପୋଷାକ କୁ ନିଜେ ପିନ୍ଧିବେ ତେବେ ଆପଣ ନିଜେ ତାଙ୍କୁ ହୃଦୟ ରୁ କାଢି ପାରିବା କଷ୍ଟକର ହୋଇ ପଡିବ ।
କାରଣ ପ୍ରଥମ ରୁ ହିଁ ଆପଣ ଭୁଲି ପାରୁ ନାହାଁନ୍ତି ଆଉ ଯଦି ଉପରେ ଆପଣ ତାଙ୍କ ପୋଷାକ ପିନ୍ଧିବେ ତେବେ ନିଶ୍ଚିତ ଭାବରେ ଏହା ଆପଣଙ୍କୁ ଆହୁରି ଅଧିକ ଦୁର୍ବଳ କରିଦେବ ଯାହା କି ମାନସିକ ଭାବରେ । ତେବେ ଏହା ଛଡା ଯେଉଁ ମୃତ ବ୍ୟକ୍ତି ଥିବେ ସେ ମଧ୍ୟ ଆପଣଙ୍କ ପାଖରୁ ନିଜର ମୋହ କୁ ନେଇ ନ ପାରି ଏବଂ ତାଙ୍କ ଆତ୍ମା କୁ ଶାନ୍ତି ମଧ୍ୟ ପ୍ରଦାନ ହେବ ନାହିଁ ।
ତେଣୁ ଆତ୍ମା କୁ ଶାନ୍ତି ପ୍ରଦାନ ହେତୁ ତାଙ୍କ ବ୍ୟବହୃତ ପୋଷାକ ପରିଧାନ କରନ୍ତୁ ନାହିଁ । ଏହା ଛଡା ଯଦି କୌଣସି ବ୍ୟକ୍ତି କିଛି ବଡ଼ ରୋଗ ଯୋଗୁଁ ମୃତ୍ୟୁ ଲାଭ କରିଥିବ ତେବେ ତାର ପୋଷାକ ରେ ସେହି ଅଂଶ ରହି ଯାଇଥିବ । ତେଣୁ ଆପଣ ଯଦି ସେହି ପୋଷାକ ପିନ୍ଧିବେ ତେବେ ଆପଣଙ୍କୁ ମଧ୍ୟ ସେହି ରୋଗ ହୋଇ ପାରେ । ତେଣୁ ଶାରୀରିକ କ୍ଷେତ୍ରରେ ମଧ୍ୟ ଏହା ଉଚିତ ନୁହେଁ । ତେଣୁ ଆପଣ ନିଜ ମୃତ ପରିଜନ ଙ୍କୁ ସମ୍ମାନ ଜଣାନ୍ତୁ କିନ୍ତୁ ତାଙ୍କ ପୋଷାକ ପରିଧାନ କରନ୍ତୁ ନାହିଁ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।