Pintu Nanda ଙ୍କ ଶେଷ ମଜାଳିଆ ଭିଡିଓ ! ଦେଖନ୍ତୁ କିପରି ସମାଧିରେ ବସି ବନ୍ଧୁ ବା ସହ କଳାକାରଙ୍କ ସହ ମଜା କରୁଥିଲେ ପିଣ୍ଟୁ ନନ୍ଦ

ଦର୍ଶକ ବନ୍ଧୁ ଏବେ ସାରା ରାଜ୍ୟରେ କେବଳ ଗୋଟିଏ ଚର୍ଚ୍ଚା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ । ଗତ କାଲି ରାତି ଥିଲା ପିଣ୍ଟୁଙ୍କ ପାଇଁ କଳା ରାତି । କାରଣ ଗତ କାଲି ରାତି 11 ଟା 25 ମିନିଟରେ ପିଣ୍ଟୁ ଆମ ସମସ୍ତଙ୍କ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି । ପିଣ୍ଟୁ ଯିବା ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ପିଣ୍ଟୁଙ୍କୁ ମାତ୍ର 45 ବର୍ଷ ହୋଇଥିଲା ଏତେ କମ ବର୍ଷରେ ପିଣ୍ଟୁଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ ।

ପିଣ୍ଟୁ ନନ୍ଦ ଅନେକ ଫିଲ୍ମରେ ନିଜର ଅଭିନୟର ଜାଦୁ ଦେଖାଇ ଲୋକଙ୍କ ମନ କିଣି ଥିଲେ । ସେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଏବଂ ସାରା ଓଡିଶାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ହେଲେ ଗତ କିଛି ଦିନ ହେବ ପିଣ୍ଟୁ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ । ତେଣୁ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ନିହାତି ଆବଶ୍ୟକ ଥିଲା ।

ହେଲେ ତାଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ସେ ଲିଭର ଟ୍ରାନ୍ସପ୍ଳାଣ୍ଟ କରିପାରୁ ନଥିଲେ । ଓଡିଶାବାସୀଙ୍କ ସହାୟତା କ୍ରମେ ପିଣ୍ଟୁଙ୍କୁ ପ୍ରଥମେ ଦିଲ୍ଲୀର ଏକ ହସ୍ପିଟାଲ ନିଆ ଯାଇଥିଲା ହେଲେ ସେଠାରେ ଡୋନର ନ ମିଳିବା ହେତୁ ପିଣ୍ଟୁଙ୍କୁ ହାଇଦ୍ରାବାଦର ଯଶୋଦା ମେଡିକାଲ ନିଆ ଯାଇଥିଲା । ସେଠାରେ ପିଣ୍ଟୁଙ୍କ ଚିକିତ୍ସା ଚାଲିବା ସହ ଡୋନର ଖୋଜା ହେଉଥିଲା ।

ହେଲେ ବନ୍ଧୁଗଣ ପିଣ୍ଟୁଙ୍କର ଯନ୍ତ୍ରଣା ଆଉ କଷ୍ଟ ଦିନକୁ ଦିନ ବଢି ବଢି ଚାଲି ଥିଲା ଯାହାକୁ ସେ ସହ୍ୟ କରି ନ ପାରି ଆରପାରିକୁ ଚାଲି ଗଲେ । ପିଣ୍ଟୁ ଯିବା ପରେ ଏବେ ସମସ୍ତେ ମର୍ମାହତ ଅଛନ୍ତି ଅନ୍ୟ ପକ୍ଷେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ମାନେ ବି ଭାବ ବିହୁଳ ହୋଇଯିବେ କାରଣ ଏହା ହେଉଛି ପିଣ୍ଟୁଙ୍କ ଶେଷ ମଜାଳିଆ ଭିଡିଓ ।

ଏହି ଭିଡିଓଟି ହେଉଛି ଏକ ଫିଲ୍ମର ଶୁଟିଙ୍ଗ ସମୟର ଯେଉଁଥିରେ ପିଣ୍ଟୁ ମଜା କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟି ଦେଖି ସମସ୍ତେ ଭାବ ବିହୁଳ ହୋଇ ପଡ଼ୁଛନ୍ତି । ଆଉ ସେତେବେଳେ ପିଣ୍ଟୁ ବି ସୁସ୍ଥ ଜଣା ପଡ଼ୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *