ବନ୍ଧୁଗଣ ଗତ କାଲି ରାତିରେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କର ପରଲୋକ ହେଇଛି । ପିଣ୍ଟୁ ଆମ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି । ତେବେ ପିଣ୍ଟୁ ଯିବା ପରେ ଏବେ ସାରା ଓଡିଶାରେ ଶୋକର ମାହୋଲ ରହିଛି । ଅନ୍ୟ ପକ୍ଷେ ପିଣ୍ଟୁଙ୍କ ମୃତ ଶରୀରକୁ ଏବେ ହାଇଦ୍ରାବାଦରୁ ଓଡିଶା ଅଣା ଯାଉଛି । ଅନେକ କଳାକାର ପିଣ୍ଟୁଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରି ସାରିଛନ୍ତି ଆଉ ।
ଏହାରି ମଧ୍ୟରେ ଜଣେ ଓଡିଆ ଅଭିନେତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ଦୁଃଖ ପ୍ରକାଶ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅଭିନେତ୍ରୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ତାକୁ ସାନ ଭାଇ ଭଳି ଦେଖେ ସବୁବେଳେ ।
କାଲି ରାତିରେ ତ ଜାଣି ନଥିଲି ବହୁତ ଲେଟରେ ଘରକୁ ଫେରିଲି । ସକାଳୁ ଉଠି ଦେଖିଲା ପରେ ବହୁତ କଷ୍ଟ ଲାଗିଲା । ମୋବାଇଲରେ ଦେଖୁ ଥିଲି କେମିତି ମାରିଲା କଣ ହେଲା ବିଶ୍ଵାସ ବି ହେଉନି । ଆମର ୱାଟସାପ ଗ୍ରୁପ ଅଛି ସେଥିରେ ଆମେ ଦେଖୁ କଣ ହେଲା କଣ ନାହିଁ ।
ସେହି ଗ୍ରୁପରେ ମୁଁ ଦେଖୁଥିଲି ତାର ଗୋଟେ ଫଟୋ ଆସିଥିଲା । ଏତେ ଦିନ ସବୁ ହେବା ପରେ ବି ଗୋଟେ ଆଶା ଆସିଯାଇଥିଲା ସେ ବଞ୍ଚିଯିବ ବୋଲି ଡାକ୍ତର କଣ ଦିଲ୍ଲୀରୁ ତାକୁ ହାଇଦ୍ରାବାଦ ପଠେଇ ଦେଇଥିଲେ । କାରଣ ଦିଲ୍ଲୀରେ କେବଳ ଘର ଲୋକ ଡୋନେଟ କରିବେ ହେଲେ ହାଇଦ୍ରାବାଦରେ ସମସ୍ତେ ଡୋନେଟ କରିପାରିବେ । ଜ୍ୟୋତିର କଣ ଲିଭର ମ୍ୟାଚ୍ ହେଇଥିଲା ତେଣୁ ଆଶା ବଢି ଯାଇଥିଲା କି ପିଣ୍ଟୁ ତା ହେଲେ ଭଲ ହେଇଯିବ ।
ମୁଁ ମନ ଭିତରେ କେବେ ଭାବି ନଥିଲି ଯେତେ ରୋଗ ହେଲେ ବି ଲୋକ ମାନେ ଭଲ ହେଇ ଫେରି ପାରୁଛନ୍ତି । ହେଲେ କିଏ ମରୁଛନ୍ତି କିଏ ବଞ୍ଚୁ ଛନ୍ତି ସେଇଟା ତ ଭଗବାନଙ୍କ ଉପରେ କଥା । ମୁଁ ଭାବୁ ଥିଲି ପିଣ୍ଟୁ ଭଲ ହେଇଯିବ ସେ କଣ କରିଛି କଣ କରିନି ସେଇଟା ଆଲୋଚନା କରିପାରିବାନି କାରଣ ମଣିଷ ମାତ୍ରକେ ଭୁଲ ହୁଏ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।