ହଁ ଦର୍ଶକ ବନ୍ଧୁ ଆମ ଗୌରା ଆଉ ମାଉଁସ ଖାଇବନି କି ଆଉ ଗୋରସ ପିଇବ ନାହିଁ । କାରଣ ଆମ ଗୌରା ବା ଆମ ପିଣ୍ଟୁ ଭାଇ ସବୁ ଦିନ ପାଇଁ ଅଫେରା ରାଇଜର ରାଜକୁମାର ପାଲଟି ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ଲୋକପ୍ରିୟ ଅଭିନେତା କେତେବେଳେ ହସାନ୍ତି ତ କେତେବେଳେ କନ୍ଦାନ୍ତି ଆମ ପିଣ୍ଟୁ ନନ୍ଦ ଗତ କାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ପରୋଲୋକ ଘଟିଛି ।
ମୃତ୍ୟୁ ବେଳକୁ ତାଙ୍କୁ 45 ବର୍ଷ ହୋଇଥିଲା ରାତି ପ୍ରାୟ 11 ଟା 25 ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେ ଲିଭର ଶିରୋସିସ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିଲା । ଆଉ ଲିଭର ପ୍ରତ୍ୟାରୋପଣ ଆଶାରେ ଭୁବନେଶ୍ବରରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ହାଇଦ୍ରାବାଦ ନିଆ ଯାଇଥିଲା । କିନ୍ତୁ ଏଥିପାଇଁ 50 ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା ।
ଚିକିତ୍ସା ବିଳମ୍ବିତ ହେଉଥିଲା ଆଉ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଫେବୃୟାରି 7 ତାରିଖରେ ପ୍ରଥମେ ଦିଲ୍ଲୀର ଏକ ମେଡିକାଲ ନିଆ ଯାଇଥିଲା ହେଲେ ସେଠାରେ ତାଙ୍କୁ ଲିଭର ଦାତା ନ ମିଳିବା ହେତୁ ତାଙ୍କୁ ସେଠାରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ନିଆ ଯାଇଥିଲା ।
ଦର୍ଶକ ବନ୍ଧୁ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ସହାୟତା ଦେବା ପାଇଁ ଆଗକୁ ଆସିଥିଲେ ସତ କିନ୍ତୁ ଯେତିକି ସହାୟତା ରାସୀ ମିଳି ଥିଲା କୁଆଡେ ତାଙ୍କ ରୋଗକୁ ଭଲ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା । ଯେଉଁଥି ପାଇଁ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ବିଳମ୍ବ ହେଉଥିଲା । ଏଠି କହି ରଖିବାକୁ ଚାହିଁବୁ ପିଣ୍ଟୁ ନନ୍ଦଙ୍କ ପତ୍ନୀ ଆଉ ଦୁଇ ପୁଅ ମଧ୍ୟ ଅଛନ୍ତି । ହେଲେ ପିଣ୍ଟୁ ନନ୍ଦଙ୍କ ପତ୍ନୀ ତାଙ୍କ ପାଖରେ ରହୁ ନଥିଲେ ପାରିବାରିକ ଝଡରେ ତାଙ୍କ ପରିବାର ଭାଙ୍ଗି ଯାଇଥିଲା ।
ଆଉ ଆଜି ନିଜେ ପିଣ୍ଟୁ ନନ୍ଦ ଅଫେରା ରାଇଜର ରାଜକୁମାର ପାଲଟି ଗଲେ । ଦର୍ଶକ ବନ୍ଧୁ ପିଣ୍ଟୁ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରି ଏବଂ ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଓଡିଆ ଇଣ୍ଡଷ୍ଟ୍ରି ପ୍ରତି ପିଣ୍ଟୁଙ୍କ ଅବଦାନ ଅପୂରଣୀୟ । ତେଣୁ ସମସ୍ତ ଓଡିଶାବାସୀ ପିଣ୍ଟୁଙ୍କ ପାଇଁ ମର୍ମାହତ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।