ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ କେବଳ ଗୋଟିଏ ଚର୍ଚ୍ଚା ଆଉ ତାହା ହେଲା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ । ଗତ କାଲି ରାତି 11 ଟା 25 ମିନିଟରେ ପିଣ୍ଟୁ ଆମ ସମସ୍ତଙ୍କ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି । ପିଣ୍ଟୁ ଯିବା ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ପିଣ୍ଟୁଙ୍କୁ ମାତ୍ର 45 ବର୍ଷ ହୋଇଥିଲା ଏତେ କମ ବର୍ଷରେ ପିଣ୍ଟୁଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ ।
ଅନ୍ୟ ପକ୍ଷେ ପିଣ୍ଟୁଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ପିଣ୍ଟୁ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଏବଂ ସାରା ଓଡିଶାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ହେଲେ ଗତ କିଛି ଦିନ ହେବ ପିଣ୍ଟୁ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ । ଯନ୍ତ୍ରଣା ଏତେ ବଢି ଯାଇଥିଲା ଯେ ପିଣ୍ଟୁ ଆଉ ସମ୍ଭାଳି ପାରିଲେ ନାହିଁ ।
ଯଦି ଲିଭର ଡୋନର ମିଳି ଯାଇଥାନ୍ତା ତା ହେଲେ ବୋଧ ହୁଏ ପିଣ୍ଟୁଙ୍କ ଜୀବନ ବଞ୍ଚି ଯାଇଥାନ୍ତା । ତେବେ ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ଓଡିଆ ଅଭିନେତ୍ରୀ ସିଦ୍ଧାନ୍ତ ମହାପାତ୍ର ନିଜର ଦୁଃଖ ପ୍ରକାଶ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସିଦ୍ଧାନ୍ତ ଗଣମାଧ୍ୟମ ଆଗରେ କହିଛନ୍ତି-‘ଗୋଟେ ଦୁଃଖତ ଖବର ଏଇଟା ସମସ୍ତଙ୍କୁ ମର୍ମାହତ କଲା ଭଳି ଏଇ ଖବର ।
ତେଣୁ କରି ଦେହ ତ ବହୁତ ଖରାପ ଥିଲା ତାର ଲିଭର ଶିରୋସିସରେ ପୀଡିତ ଥିଲା । ସେ ଦିଲ୍ଲୀ ଯାଇଥିଲେ ହେଲେ ଦିଲ୍ଲୀରେ ଡୋନର ମିଳିଲା ନାହିଁ । ପରବର୍ତ୍ତୀ ସମୟରେ ତାକୁ ଯଶୋଦା ମେଡିକାଲ ହାଇଦ୍ରାବାଦକୁ ଅଣା ଗଲା । ହେଲେ ସବୁଠାରୁ ବଡ କଥା ହେଉଛି ଡୋନର ମିଳିବା ହିଁ କଷ୍ଟ ହେଲା । ଯଦି ଡୋନର ମିଳି ଯାଇଥାନ୍ତା ଆଉ ତାର ଅପରେସନ ହେଇଥାନ୍ତା ତା ହେଲେ ସେ ଆଉ କିଛି ଦିନ ରହିପାରି ଥାନ୍ତା ।
କିନ୍ତୁ ଭଗବାନଙ୍କର ଇଛା ଆଉ କଣ କରାଯିବ ସେଥିରେ । ଗୋଟେ କଳାକାର ଯିଏ ଏତେ ବର୍ଷ ହେଲା ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି ସେ ଯିବା ପରେ ନିଶ୍ଚିତ ଆମ ଚଳଚିତ୍ର ଜଗତ ପାଇଁ ଏକ ବଡ କ୍ଷତି । କାରଣ ସେହି ପିଣ୍ଟୁ ଆଉ ଗୋଟେ ତିଆରି ହେବା ପାଇଁ ସମୟ ଦରକାର’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।