ଆଜି Pintu Nanda ଙ୍କ ଦଶାହ ! ପିଣ୍ଡଦାନ କଲା ବେଳେ ବାପାଙ୍କୁ ମନେ ପକେଇ କଇଁ କଇଁ ହୋଇ କାନ୍ଦିଲେ ପିଣ୍ଟୁଙ୍କ ପୁଅ

ଦର୍ଶକ ବନ୍ଧୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି । ଆଜିକୁ 9 ଦିନ ତଳେ ପିଣ୍ଟୁଙ୍କର ଦେହାନ୍ତ ହୋଇ ଥିଲା । ତେବେ ଦର୍ଶକ ବନ୍ଧୁ ମାତ୍ର 45 ବର୍ଷ ବୟସରେ ପିଣ୍ଟୁ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଅନ୍ୟ ପକ୍ଷେ ପିଣ୍ଟୁଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ପିଣ୍ଟୁ ନିଜର ନିଖୁଣ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ  ।

ଆମ ରାଜ୍ୟରେ  ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ପିଣ୍ଟୁ ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିକୁ ମଧ୍ୟ ବହୁତ ବଡ କ୍ଷତି ସହିବାକୁ ପଡିଛି । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ପିଣ୍ଟୁ ନନ୍ଦଙ୍କ ଦଶାହ କର୍ମ ଚାଲିଛି ଆଉ ଏପଟେ କାନ୍ଦୁ ଛନ୍ତି ତାଙ୍କ ସ୍ତ୍ରୀ । ପୁଅ ବି କର୍ମ କରିବା ସମୟରେ କଇଁ କଇଁ ହୋଇ କାନ୍ଦୁ ଥିଲା । ବୋଧ ହୁଏ ଦଶାହର ପ୍ରତିଟି କର୍ମରେ ପୁଅ ଭାବୁ ଥିବ ବାପା ମତେ କଣ ପାଇଁ ଛାଡି ଚାଲି ଗଲ ମୋ ପାଖକୁ ପୁଣି ଫେରି ଆସ ।

ଏମିତି କିଛି ଭାବନାକୁ ନେଇ ପିଣ୍ଟୁଙ୍କର ପିଣ୍ଡ ଦାନ କରୁଥିଲେ ବଡ ପୁଅ । ଆଉ ସେପଟେ ପିଣ୍ଟୁଙ୍କ ସ୍ତ୍ରୀ ବି ପୁରୁଣା କଥାକୁ ମନେ ପକାଇ କାନ୍ଦୁ ଥିବେ । କାରଣ ଶେଷ ସମୟରେ ବି ଟିକେ ପିଣ୍ଟୁଙ୍କୁ ସାଥ ଦେଇ ପାରି ନଥିଲେ ସେ । ସେଥିପାଇଁ ସେ କାନ୍ଦି କାନ୍ଦି ନିଜ ଭୁଲର ପ୍ରାୟଶ୍ଚିତ କରିବାକୁ ଚାହୁଁ ଥିବେ । ହଁ ଆଜ୍ଞା ଚାହୁଁ ଚାହୁଁ 10 ଦିନ ବୀତି ଗଲା ଆଉ ଆଜି ହେଉଛି ପିଣ୍ଟୁ ନନ୍ଦଙ୍କ ଦଶାହ କର୍ମ ।

ସକାଳୁ ସକାଳୁ ପୋଖରୀ ତୁଠରେ ଦଶାହ କର୍ମ ହୋଇଛି । ବଡ ପୁଅ କ୍ରିୟା ଧରି ଥିବାରୁ ପୋଖରୀରେ ବସି ହାଣ୍ଡି ଭାଙ୍ଗିଛି । ଏହା ପରେ ସମସ୍ତେ ନଣ୍ଡା ମଧ୍ୟ ହୋଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *