ପିମ୍ପୁଡି ରାଙ୍କର ଲୋକ ହେଇ ତୁମେ ହାତୀ ଭଳି କଥା କହୁଛ… ଜଟଣୀ କ’ଣ କାହା ବାପାର ? Suresh Routray

ଜଟଣୀ କ’ଣ କାହା ବାପାର… ହଁ ଆଜ୍ଞା ଏଭଳି କିଛି କଟୁ ମନ୍ତବ୍ୟ ଗଣ ମାଧ୍ୟମ ସାମ୍ନାରେ ବରିଷ୍ଠକଙ୍ଗ୍ରେଶ ନେତା ସୁର ରାଉତରାୟ ନିଜ ପୁତୁରାକୁ ନେଇ ରଖିଛନ୍ତି । ସୁର ରାଉତ ରାୟଙ୍କର ଜଟଣୀକୁ ପଶିବା ନେଇ ବିରୋଦ୍ଧ କରି କହିଥିବା ତାଙ୍କ ପୁତୁରାଙ୍କୁ ନେଇ ସୁର ରାଉତ କହିଛନ୍ତି । ଯେ ଜଟଣୀ କାହା ବାପାର ନୁହେଁ । କାହାର ଦମ ନାହିଁ । ମୋତେ ଜଟଣୀକୁ ପଶିବାକୁ ଦେବେ ନାହିଁ । ଯିଏ ମୋତେ ଗାଳି କରି ଏପରି ସବୁ କଥା କହିଛି । ସେ କୋଉ ପୁତୁରା ମୋର ?

ସେମାନେ ସବୁ ଗୋଟେ ଗୋଟେ ପିମ୍ପୁଡି । ହେଲେ ସେମାନେ ସବୁ ଗୋଟେ ଗୋଟେ ପିମ୍ପୁଡି ହୋଇକି ହାତୀ ଭଳି କଥା କହୁଛନ୍ତି । ମୁଁ କଙ୍ଗ୍ରେଶରେ ପ୍ରଥମରୁ ରହି ଆସିଛି ସବୁବେଳେ କଙ୍ଗ୍ରେଶକୁ ହିଁ ସମର୍ଥନ କରିବି । ଯଦି ମୋ ପୁଅ ମନ୍ମଥ ବିଜେଡିରେ ସାମିଲ ହୋଇଛି । ସବୁଆଡେ ଏବେ ତା’ କୁ ନେଇ ଚର୍ଚା ହେଉଛି । ଗାଁ ଠାରୁ ନେଇକି ଖଟି ପର୍ଯ୍ୟନ୍ତ ସବୁଆଡେ ଏବେ ମୋ ପୁଅ ମନ୍ମଥକୁ ନେଇ ଚର୍ଚା ହେଉଛି ।

ବହୁତ ଲୋକ ମୋ ପୁଅ ମନ୍ମଥକୁ ସମର୍ଥନ କରୁଛନ୍ତି । ସେଥିରେ ମୁଁ କଣ ଆଉ କରିବି । ଯଦି ମନ୍ମଥ ଭୁବନେଶ୍ବର ସାଂସଦ ପାଇଁ ଗୋଟେ କ୍ଷମତା ଥିବା ଦଳରୁ ପ୍ରାର୍ଥୀ ହୋଇଛି ତେବେ ସେଇଟା ମୋ ପାଇଁ ଗୋଟେ ଭଲ କଥା । ଲୋକମାନେ ତାକୁ ସପର୍ଟ କରି ତା’ ସାଥିରେ ଅଛନ୍ତି । ହେଲେ କିଛି ଲୋକ ଆମ ବାପା, ପୁଅଙ୍କୁ ନେଇ ବହୁତ କିଛି କଥା କହୁଛନ୍ତି । ମୋ ପରିବାରକୁ ନେଇ ଇଆଡୁ ସିଆଡୁ କହୁଛନ୍ତି ।

ଯେଉଁମାନେ ଏଭଳି କଥା କହୁଛନ୍ତି । ସେମାନେ ସବୁ ଗୋଟେ ଗୋଟେ ପିମ୍ପୁଡି ରାଙ୍କର ଲୋକ । ହେଲେ ହାତୀ ଭଳି ବଡ ଦେଖେଇ ହୋଇ କଥା କହିବାରେ ଲାଗିଛନ୍ତି । ସେହିଭଳି ଲୋକଙ୍କୁ ମୁଁ ଜମାରୁ ଖାତିର କରେ ନାହିଁ କି ତାଙ୍କୁ ସବୁ ଭୟ ବି ମୁଁ କରେ ନାହିଁ । ଜଟଣୀ କଣ ତାଙ୍କ ବାପା ସେମାନେ ମୋତେ ଜଟଣୀକୁ ପଶିବାକୁ ଦେବେ ନାହିଁ ବୋଲି ଏଭଳି କିଛି ମନ୍ତବ୍ୟ ଗଣ ମାଧ୍ୟମରେ ସୁର ରାଉତ ରାୟ କହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *