କେମିତି ଭଲ ହେବ ଅର୍ଶ (Piles) ? Dr Biswajit Mohapatra

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକ ଅର୍ଶ ସମସ୍ୟାରେ ପୀଡିତ ଅଛନ୍ତି । ଆମ ଝାଡା ରାସ୍ତା ତଥା ଯାହାକୁ ଆମେ ଆନାଲ କେନାଲ କହିଥାଉ ସେଠି ତିନୋଟି ସିରା ବା ରକ୍ତନାଳୀ ଥାଏ । ଏହି ରକ୍ତନାଳୀ ଆମ ଆନାଲ କେନାଲକୁ ସପ୍ଲାଏ କରିଥାଏ । ଯଦି ଆପଣ ଭୁଲ ଖାଦ୍ୟ ପେୟ କରିବେ ତା ହେଲେ କୋଷ୍ଠ କାଠିନ୍ୟ ବା ଝାଡା ବସିବା ବେଳେ କଷ୍ଟ ହୋଇଥାଏ । ତେବେ ସାଧାରଣତଃ ଏହି ଲୋକ ମାନଙ୍କୁ ଅର୍ଶ ସମସ୍ୟା ହୋଇଥାଏ ।

ଝାଡା ବସିବା ବେଳେ ଆମେ ଯଦି ଅଧିକ ଚାପ ପ୍ରୟୋଗ କରିବୁ ତେବେ ଆମ ଆନାଲ କେନାଲରେ ଥିବା ତିନୋଟି ରକ୍ତନାଳୀ ଉପରେ ପ୍ରେସର ପଡିଥାଏ ଯାହାଫଳରେ ଧୀରେ ଧୀରେ ସେହି ରକ୍ତନାଳୀର ସାଇଜ ବଢିବାକୁ ଲାଗିଥାଏ । କିଛି ସମୟ ପରେ ସେହି ରକ୍ତନାଳୀ ଆମ ଝାଡା ରାସ୍ତାରୁ ବାହାରକୁ ଆସିଥାଏ ।

ଏହି ସମୟରେ ଆମେ ଝାଡା ଗଲେ ରକ୍ତନାଳୀରେ ମଳ ଘସି ହୋଇଥାଏ ଏହାଦ୍ବାରା ରକ୍ତନାଳୀରେ ଆଘାତ ହୋଇଥାଏ । ଏହା ପରେ ରକ୍ତନାଳୀରୁ ରକ୍ତସ୍ରାବ ହୋଇଥାଏ ଓ ଏହାକୁ ଆମେ ଅର୍ଶ କହିଥାଉ । ଅର୍ଶର କିଛି ସ୍ଟେଜ ଅଛି ପ୍ରଥମ ସ୍ଟେଜରେ ଲୋକ ମାନଙ୍କୁ କିଛି ଜଣା ପଡେ ନାହିଁ । ପ୍ରଥମ ସ୍ଟେଜରେ କିଛି ଲକ୍ଷଣ ମଧ୍ୟ ଦେଖାଇ ନଥାଏ ହେଲେ ପରୀକ୍ଷା କଲେ ଜଣା ପଡିଥାଏ ।

ପ୍ରଥମ ସ୍ଟେଜରେ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ ଆପଣ ମାନେ କେବଳ ନିଜ ଖାଦ୍ୟ ପେୟ ଓ ଜୀବନ ଶୈଳୀକୁ ପରିବର୍ତ୍ତନ କରନ୍ତୁ । ଦ୍ଵିତୀୟ ସ୍ଟେଜରେ ମଳଦ୍ଵାରରୁ ରକ୍ତ ବାହାରିଥାଏ ଓ ତୃତୀୟ ସ୍ଟେଜରେ ମଳଦ୍ଵାରରୁ ସେହି ରକ୍ତନାଳୀ ଗୁଛା ବାହାରକୁ ଆସିଯାଇଥାଏ । ଅନେକ ଲୋକଙ୍କୁ ଏହି ସମସ୍ୟା ପାଇଁ ରକ୍ତ ହୀନତା ରୋଗରେ ମଧ୍ୟ ପୀଡିତ ହେବାକୁ ପଡିଥାଏ ।

ବନ୍ଧୁଗଣ ମଳଦ୍ଵାରରେ ରକ୍ତସ୍ରାବ ହେବା ହିଁ ହେଉଛି ଅର୍ଶର ପ୍ରଥମ ଲକ୍ଷଣ ଯଦି ଆପଣଙ୍କୁ ଏମିତି ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଅନ୍ତୁ । ଅର୍ଶର ଚିକିତ୍ସା ଯଦି କହିବା ତେବେ ଗୋଟିଏ ମାତ୍ର ଚିକିତ୍ସା ଅଛି ତାହା ହେଉଛି ସର୍ଜରୀ । ହେଲେ ସର୍ଜରୀ ସେହି ଲୋକ ମାନଙ୍କୁ ଦରକାର ପଡେ ଯେଉଁ ମାନଙ୍କର କ୍ରମାଗତ ଭାବେ ରକ୍ତସ୍ରାବ ହୋଇଥାଏ ଓ ଔଷଧ ଖାଇଲେ ବନ୍ଦ ହୁଏ ନାହିଁ ।

ତେଣୁ ବନ୍ଧୁଗଣ ଯାହାକୁ ଅର୍ଶ ହୋଇଛି ଆଜି ନହଲେ ଆଗାମୀ ଭବିଆଷ୍ୟତରେ ତାଙ୍କୁ ସର୍ଜରୀ କରିବାକୁ ପଡିବ । କିନ୍ତୁ ଯଦି ଆପଣ ନିଜ ଜୀବନ ଶୈଳୀ ବଦଳାଇ ଦିଅନ୍ତି ଓ ଖାଦ୍ୟ ପେୟ ଉପରେ ଧ୍ୟାନ ରଖନ୍ତୁ ତା ହେଲେ ସର୍ଜରୀକୁ ଆପଣ ମାନେ କିଛି ବର୍ଷ କିଛି ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ପାରିବେ । ଅର୍ଶ ସମସ୍ଯା ନହେବା ପାଇଁ ଆପଣ ନିଜ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଧ୍ୟାନ ରଖନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *