ମାତ୍ର 1 ଟଙ୍କା 44 ପଇସାରେ ଏହି ଠାରେ ମିଳେ Petrol, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଗୋଟିଏ ସାଧାରଣ ଲୋକ ଯଦି ନିଜର ଗାଡି ନେଇ ବାହାରକୁ ଯିବାକୁ ଇଚ୍ଛା କରିବ ତା ପୂର୍ବରୁ ତାକୁ ଶହେ ଥର ଭାବିବାକୁ ପଡୁଛି କାରଣ ପେଟ୍ରୋଲ ଦର ଏତେ ଅଧିକ ଯେ କହିବାର ନାହି । କାରଣ ଦିନକୁ ଦିନ ତୈଳ ଦରର ଦାମ ବଢ଼ିବାରେ ଲାଗିଛି । ତୈଳ ଦର ବଢ଼ିବାକୁ ନେଇ ରାଜନୀତି ମହଲରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 95 ଟଙ୍କା 41 ପଇସା ଥିବା ବେଳେ ଡ଼ିଜେଲ ଲିଟର ପିଛା 86 ଟଙ୍କା 67 ପଇସା ରହିଛି ।


ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା 109 ଟଙ୍କା 98 ପଇସା ଥିବା ବେଳେ ଡ଼ିଜେଲ ଦାମ୍ 94 ଟଙ୍କା 14 ପଇସା ରହିଛି । ଲଗାତାର ଭାବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଓ ଅଶୌଧିତ ତୈଳର ଦାମ ବୃଦ୍ଧିପାଉଥିବାରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧିପାଇବାରେ ଲାଗିଛି । ତେବେ ତୈଳ ଦର ବୃଦ୍ଧିକୁ ନେଇ ଜାତୀୟ ରାଜନୀତି ମଧ୍ୟ ତେଜିବାରେ ଲାଗିଛି ।

ବିରୋଧୀ ଦଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପର ଖେଳ । ଏହା ଏକ ରାଜନୈତିକ ମୁଦ୍ଦା ପାଲଟି ଯାଇଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ କିନ୍ତୁ ଏକ ଏଭଳି ଦେଶ ଅଛି ଯେଉଁଠି ପେଟ୍ରୋଲ ର ଦାମ ୧ଟଙ୍କା ୪୪ ପଇସା ମାତ୍ର । ତେବେ ଆସନ୍ତୁ ସେହି ବିଷୟ ରେ ଚର୍ଚ୍ଚା କରିବା । ତେବେ ସେହି ଦେଶ ଟି ହେଉଛି ଆମେରିକାର ଭେନିଜୱାଲା ।


ଏଠାରେ ଗୋଟିଏ ଲିଟର ପେଟ୍ରୋଲ ର ଦର ୧ଟଙ୍କା ୪୪ ପଇସା । ତେବେ ଗୁରୁତ୍ୱ କଥା ଏହା କି ଏଠାରେ ତେଲ ଉତ୍ପାଦନ କରାଯାଏ । ସେହି ଦେଶର ମାଟି ତଳେ ରହିଛି ପେଟ୍ରୋଲ ଏବଂ ଯେଉଁଠି ଖୋଲିଲେ ଯେପରି ପାଣି ମିଳେ ସେଠାରେ ସେପରି ଖୋଳିଲେ ଆପଣ ଙ୍କୁ ପେଟ୍ରୋଲ ମିଳିବ । ସେଥିପାଇଁ ସେଠାରେ ଦର ୧ଟଙ୍କା ୪୪ ପଇସା । ତେବେ ହଙ୍ଗକଙ୍ଗ ରେ ଲିଟର ପିଛା ୧୮୦ ଟଙ୍କା ।

ତେବେ ଟ୍ୟାକ୍ସ,ଆଦି କୁ ମିଶାଇ କେଉଁଠି ଦର କମ ଅଛି ତ କେଉଁଠି ଅଧିକ । ତେବେ ଇରାନ ରେ ୪ଟଂକା ୩୯ ପଇସା । ଆଲଜେରିଆ ରେ ୨୫ ଟଙ୍କା ୩୨ ପଇସା, ଆଙ୍ଗଲୋ ରେ ୧୭ ଟଙ୍କା ୭୭ ପଇସା । ସୁଦାନ ରେ ୨୭ ଟଙ୍କା ୪୦ ପଇସା,କାଜକି ସ୍ଥାନ ରେ ୨୯ ଟଙ୍କା ୬୫ ପଇସା । ଏବଂ କ୍ୱାଟ୍ର ରେ ୨୯ ଟଙ୍କା ୮୨ ପଇସା ।


ତେବେ ଯେଉଁଠି ପେଟ୍ରୋଲ ଉତ୍ପାଦନ କରାଯାଏ ସେଠାରେ ଦର ବହୁତ କମ ଥାଏ କିନ୍ତୁ ଏଠାରେ ସରକାରୀ ଟ୍ୟାକ୍ସ ଆଦି ଲାଗି ଆମକୁ ଅଧିକ ପଇସା ମିଳେ । ତେବେ ଆପଣ ମାନେ ଭାବୁଥିବେ ଯଦି ଆପଣ ସେଠାରେ ଥିବେ ତେବେ ମନ ଇଚ୍ଛା ଗାଡି ଚଳାଇ ପାରିଥାନ୍ତେ ଏବଂ ସେମାନେ ଭାବନ୍ତି ଯଦି ସେମାନେ ଏଠାରେ ଥାନ୍ତି ତେବେ ମନ ଇଚ୍ଛା ପାଣି ପିଇଥାନ୍ତେ । କାରଣ ସେମାନେ ପାଣି କୁ ବହୁତ ଅଧିକ ଦାମ ଦେଇ କିଣି ଥାଆନ୍ତି । ତେବେ ଏହି ଦୁନିଆ ସତରେ ବହୁତ ବିଚିତ୍ର ଅଟେ ।

Leave a Reply

Your email address will not be published. Required fields are marked *