ପେଟ କହିବ Omicron ର ଲକ୍ଷଣ, ଜାଣନ୍ତୁ ସେଗୁଡିକ କଣ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ର ନୂଆ ଭାରିଆଣ୍ଟ ଓମିକ୍ରନ । ଡେ଼ଲ୍ଟା ପରେ ଏବେ ଓମିକ୍ରନ ସମଗ୍ର ବିଶ୍ୱ ରେ ଆତଙ୍କ ସୃଷ୍ଟି କରିଛି । କାରଣ ଓମିକ୍ରନ ହେଉଛି ଡେ଼ଲ୍ଟା ଠାରୁ ୬ ଗୁଣା ସଂକ୍ରାମକ । ଅର୍ଥାତ ଲୋକଙ୍କୁ ସଂକ୍ରମିତ କରାଇବାର ଶକ୍ତି ଓମିକ୍ରନ ପାଖରେ ଅଧିକ ରହିଛି । ତେବେ ଏହି ଓମିକ୍ରନ କୁ ନେଇ ଏବେ ଚିନ୍ତାଜନକ ତଥ୍ୟ ବୈଜ୍ଞାନିକ ମାନେ ପ୍ରକାଶ କରିଛନ୍ତି । ଓମିକ୍ରନ ଠାରୁ ସତର୍କ ରହିବା ନିମନ୍ତେ ଏହାର ଲକ୍ଷଣ ସମ୍ପର୍କ ରେ ବିଶେଷଜ୍ଞ ମାନେ ଲୋକ ମାନଙ୍କୁ ସଚେତନ କରାଉଛନ୍ତି ।

ଡେ଼ଲ୍ଟା ସହିତ ଓମିକ୍ରନ ର ଲକ୍ଷଣ ପ୍ରାୟତଃ ସମାନ ହୋଇ ଥିଲେ ମଧ୍ୟ କିଛି ନୂତନ ଲକ୍ଷଣ ଦେଖିବାକୁ ମିଳୁଛି । ଯେମିତି କି ଥଣ୍ଡା,ଜ୍ଵର,କାଶ,ଗଳା ଦରଜ ଓ ପେଟ ଉପରେ ପ୍ରଭାବ ପକାଉଛି ଓମିକ୍ରନ । ବିନା ଜ୍ଵର ରେ ବାନ୍ତି ଓ ପେଟ ଦରଜ ହେଉଛି କିମ୍ବା ହାଲିଆ ଲାଗୁଛି ତେବେ ଏହା ଓମିକ୍ରନ ର ଲକ୍ଷଣ ହୋଇପାରେ । ଏହା ସହିତ ଝାଡ଼ା ହେବା ଏବଂ ଭୋକ ନ ଲାଗିବା ମଧ୍ୟ ଓମିକ୍ରନ ର ଲକ୍ଷଣ ହୋଇପାରେ ।

ନୂଆ ଭାରିଆଣ୍ଟ ରେ ଅଧିକ ଲୋକ ଙ୍କ ପେଟ ଖରାପ ହେଉଛି । ଏମିତିକି ଦୁଇଟି ଟୀକା ନେଇ ସାରିଥିବା ଲୋକଙ୍କ ଠାରେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ମିଳୁଛି । ରିସର୍ଚ୍ଚ ଅନୁସାରେ ଏହା ଜଣା ପଡ଼ିଛି ଯେ, କିଛି ଲୋକ ଙ୍କୁ ଆରମ୍ଭ ରେ ଥଣ୍ଡା ଓ ଜ୍ଵର ଏବଂ ପେଟ ସମସ୍ୟା ଦେଖା ଯାଇପାରେ । ପିଠି ଓ ପେଟ ଦରଜ ହେବା, ବାନ୍ତି ହେବା, ଭୋକ ନ ଲାଗିବା ଓ ଝାଡ଼ା ହେବା ଏହାର ଲକ୍ଷଣ ଅଟେ । ଓମିକ୍ରନ ଯୋଗୁଁ ତଳି ପେଟର ମ୍ୟୁକସ ସଂକ୍ରମିତ ହୋଇଥାଏ ।

ଏହି କାରଣରୁ ପେଟରେ ଦାଗ ପଡ଼ିଥାଏ । ଦୁଇଟି ଡୋଜ ନେଇଥିଲେ ବି ଏହି ଲକ୍ଷଣ ଦେଖା ଯାଉଛି । ତେବେ ଏହା ଗମ୍ଭୀର ଓ ଚିନ୍ତା ର ବିଷୟ ନୁହେଁ । ଉକ୍ତ ଲକ୍ଷଣ ଦେଖାଗଲେ ଏହାକୁ ସାମାନ୍ୟ ରେ ନିଅନ୍ତୁ ନାହିଁ । ଯଦି ଏଭଳି ଲକ୍ଷଣ ଦେଖା ଦେଉଛି ତେବେ ନିଜକୁ ତୁରନ୍ତ ଆଇସୋଲେଟ୍ କରି ରଖନ୍ତୁ । ଡାକ୍ତର ଙ୍କ ବିନା ପରାମର୍ଶ ରେ କୌଣସି ବି ଔଷଧ ଖାଆନ୍ତୁ ନାହିଁ । ଅଳ୍ପ ଖାଆନ୍ତୁ ଏବଂ ଅଧିକ ଶୁଅନ୍ତୁ ।

ଏହି ସମୟ ରେ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା ମଅଦ ପିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯଦି ଆପଣଙ୍କ ମଧ୍ୟରେ ଏଭଳି ଲକ୍ଷଣ ଦେଖା ଦେଉଛି ତେବେ ସଫା ସୁତୁରା ରୁହନ୍ତୁ । ଗରମ ଖାଦ୍ୟ ଖାଆନ୍ତୁ । ଅନ୍ୟ ମାନଙ୍କ ସହିତ ଖାଇବାରେ ଭାଗ କରନ୍ତୁ ନାହିଁ । ଆପଣ ଯଦି ଫଳ ଖାଉଛନ୍ତି ତେବେ ଭଲ ଭାବରେ ଧୋଇକରି ଖାଆନ୍ତୁ ।

ବାହାରୁ ମଗାଇ ଖାଆନ୍ତୁ ନାହିଁ । ଟୀକା ନେଇଥିଲେ ମଧ୍ୟ କୋଭିଡ଼ ନିୟମ ମାନି ଚଳନ୍ତୁ । ଆଇସଲେସନ ସମୟ ପୁରା କରିବା ପରେ ଘରୁ ବାହାରନ୍ତୁ । ତେବେ ଆପଣ ମାନେ ଉକ୍ତ ନିୟମ ମାନିବା ଦ ହିଁ ଓମିକ୍ରନ ଠାରୁ ଦୂରରେ ରହିବେ । ତେଣୁ ଆପଣ ମାନେ ସୁସ୍ଥ ଏବଂ ସତର୍କ ରୁହନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *