ପେଟ କମାଇବା ପାଇଁ କଣ ଖାଇବେ ? Diet Plan Reducing Belly Fat

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୋଟାପଣ ହେଉଛି ଏକ ଏଭଳି ସମସ୍ୟା ଯାହା ହେବା ଦ୍ଵାରା ମଣିଷ ଶରୀର ଅସୁନ୍ଦର ଦେଖା ଯାଇଥାଏ ଏହା ସହିତ ମଣିଷକୁ ଆଗାମୀ ସମୟରେ ଅନେକ ରୋଗ ହେବାର ସମ୍ଭାବନା ଥାଏ । ମୋଟାପଣ ସାଧାରଣତଃ ଭୁଲ ଜୀବନ ଶୈଳୀ ଓ ଭୁଲ ଖାଦ୍ୟ ପେୟ ଯୋଗୁଁ ହୋଇଥାଏ । ବନ୍ଧୁଗଣ ମୋଟାପଣକୁ କମାଇବା ପାଇଁ ଆମେ କଣ ସବୁ ଉପାୟ କରିପାରିବା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବର୍ତ୍ତମାନର ଲାଇଫ ଷ୍ଟାଇଲକୁ ଦେଖିଲେ ଆମେ ମାନେ ଅଳସୁଆ ହୋଇଯାଉଛୁ । ଆମ ମାନଙ୍କୁ ସମୟ ମିଳୁ ନାହିଁ ୱାର୍କ ଆଉଟ କରିବା ପାଇଁ ଓ ଆମେ ସବୁବେଳେ ବସି ରହି କାମ କରୁଛୁ । ଆମେ ଯେତେବେଳେ ଯାହା ଇଛା ଖାଇ ଦେଉଛୁ ଯାହାର କୁପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଯଦି ଆପଣ ମୋଟାପଣର ଶିକାର ହେଉଛନ୍ତି ତା ହେଲେ ଆପଣ ମାନେ ୧୬ କ୍ୟାଲେରିର ଖାଦ୍ୟ ଖାଇପାରିବେ ।

ଏହା ସହିତ ଆପଣ ମାନେ ବେଲି ଫ୍ୟାଟ ଏକ୍ସସାଇଜ କରିବା ନିହାତି ଆବଶ୍ୟକ । ଆପଣ ମାନେ ଯୋଗ ଓ ବାୟମ ଆଦି କରିପାରିବେ । ଯଦି ଆପଣ କିଛି ବି କରିବା ପାଇଁ ଚାହୁଁ ନାହାନ୍ତି ତା ହେଲେ ମାତ୍ର ୩୦ ରୁ ୪୦ ମିନିଟ କେବଳ ଚାଲନ୍ତୁ । ଆପଣ ମାନେ କମ ଖାଦ୍ୟ ଖାନ୍ତୁ ଅତ୍ୟଧିକ ଖାଦ୍ୟ ଖାଇଲେ ଆପଣଙ୍କ ବେଲି ଫ୍ୟାଟ ଅଧିକ ହେବ ।


ଆପଣ ମାନେ ୭୦ ପ୍ରତିଶତ ଡାଏଟ ଓ ୩୦ ପ୍ରତିଶତ ବାୟମ ନିଶ୍ଚୟ କରନ୍ତୁ ଏହାଦ୍ବାରା ହିଁ ଆପଣ ନିଜ ବେଲି ଫ୍ୟାଟକୁ କମାଇ ପାରିବେ । ଯେଉଁ ମାନେ କେବଳ ଅଫିସରେ ବସି କାମ କରୁଛନ୍ତି ସେମାନେ ଲାଇଟ ଖାଦ୍ୟର ସେବନ କରନ୍ତୁ । ଖାଦ୍ୟ ଖାଇବା ପରେ ତୁରନ୍ତ ଯାଇ କାମରେ ବସନ୍ତୁ ନାହିଁ ।

ପ୍ରଥମେ ଆପଣ ମାନେ ସକାଳୁ ଉଠି ପ୍ରଥମେ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ମେଥି ପାଉଡର ମିଶାଇ ତାର ସେବନ କରନ୍ତୁ । ପାଣି ପିଇବାର ୨୦ ମିନିଟ ପରେ ଆପଣ ବାୟାମ କରନ୍ତୁ । ଆପଣ ମାନେ ସକାଳ ବ୍ରେକଫାଷ୍ଟରେ ଓଟ୍ସ, ମାଣ୍ଡିଆ, ଛତୁଆ, ରାଗି ଇଟିଲି ଆଦି ଖାଇପାରିବେ । ଅଫିସ ଗଲା ବେଳେ ଆପଣ ମାନେ ବାଦାମ ଓ ଆଲମଣ୍ଡ ନିଶ୍ଚୟ ଖାନ୍ତୁ ।

ଲଞ୍ଚରେ ଆପଣ ମାନେ ଯଦି ଆମିଷ ଖାଉଛନ୍ତି ତା ହେଲେ ରୁଟି ଜାଗାରେ ଭାତ ଖାନ୍ତୁ ନହଲେ ଅନ୍ୟାନ୍ୟ ଦିନରେ ଆପଣ ମାନେ ଭାତ ଖାଇ ପାରିବେ । ସନ୍ଧ୍ୟା ବେଳେ ଆପଣ ମାନେ ଗ୍ରୀନ ଟି ପିଇ ପାରିବେ ନହଲେ ଆପଣ ଦୁଇଟି ଏଗ ୱ୍ହାଇଟ ଖାଇ ପାରିବେ । ରାତିରେ ଆପଣ ମାନେ ସଂପୂର୍ଣ୍ଣ ହାଲ୍କା ଖାଦ୍ୟ ଖାନ୍ତୁ । ଏହି ସବୁ କାମ କରିବା ଦ୍ଵାରା ଆପଣ ବହୁତ ଶୀଘ୍ର ନିଜ ମୋଟାପଣକୁ କମାଇ ପାରିବେ ।

Leave a Reply

Your email address will not be published. Required fields are marked *